Availability: In Stock

Muhurte Moksha

Author: Pramod Mallick

180.00

ଭାବ କେତେବେଳେ ଛଳଛଳ ତ ଆଉ କେତେବେଳେ ସ୍ତବ୍ଧ। ତାହା ତରଙ୍ଗାୟିତ ହୋଇ ଉଠେ ତ ଧ୍ଵନି ସୃଷ୍ଟି କରେ । ଶବ୍ଦ ଧ୍ଵନିରେ ଝଙ୍କାର ତୋଳେ । ସେ ଭାବ ଏକ ତନ୍ମୟୀ ଭାବ ।ମନ ପ୍ରାଣକୁ ଚହଲାଇ ଦିଏ ।ଶ୍ରୋତା ଶୁଣେ ତ ହୃଦୟ ଭିତରକୁ ନେଇ ଗୁଣୁଗୁଣୁ ହୁଏ ଏକ ଆତ୍ମୀୟ ଭାବ ସ୍ପନ୍ଦନରେ ।ଏହି ସ୍ପନ୍ଦନ ତିଆରି କରିବାର ସାମର୍ଥ୍ୟ ଯେଉଁ ଭାବରେ ଥାଏ ତାହା ହିଁ ତାହାରି ଐଶ୍ୱର୍ଯ୍ୟ । ତାହା ହିଁ ଛିଡ଼ା ହୋଇ ଯାଏ କବିତାର ରୂପ ଓ ଗୁଣର ଅଧିକାରିଣୀ ହୋଇ । ଆଉ ଭାବ ଯେତେବେଳେ ମନ ପ୍ରାଣ ଭିତରେ ସ୍ତବ୍ଧ ହୋଇ ରହିଥାଏ ତାହା କ’ଣ ଗୋଟିଏ ଗଢିବାର ବା ନୂଆ ଏକ ସ୍ରୋତ ତିଆରି କରିବାର ପରିକଳ୍ପନାରେ ରହିଥାଏ । ଏଥି ପାଇଁ ଶବ୍ଦ ଖୋଜେ ବା ଶବ୍ଦମାନେ ଚଢ଼େଇ ପରି ତା ପାଖକୁ ଉଡ଼ିଉଡ଼ି ଆସନ୍ତି । ସେମାନଙ୍କ ଭାବ ଧ୍ବନି ଆଉ କଣ କି ? ତାହା ତ ଅନ୍ତରାତ୍ମାର ଧ୍ଵନି ! ଭାବ ସମ୍ପଦ ଓ ଶବ୍ଦ ମିଶି ଗଢନ୍ତି ଯେଉଁ ପ୍ରତିମା, ତାହା ଚଳମାନ ଓ ସବାକ ନୈରାତ୍ମା-ତାହା ବୋଧ ହୁଏ କବିତା !

ଏହି ଭାବ ଓ ଅନ୍ତରାତ୍ମାର ଧ୍ଵନି ଯେଉଁଠି ପବିତ୍ର ଓ ଶୁଦ୍ଧ ସେଇଠି ଭୋର୍ ବେଳାର ଆରମ୍ଭ । ଏସବୁ କହିବାର ଅଭିପ୍ରାୟ ହେଉଛି ଯୁବକବି ପ୍ରମୋଦ ମଲ୍ଲିକଙ୍କ କାବ୍ୟ ଯାତ୍ରା ସଂପର୍କରେ କିଛି ସୂଚନା ଦେବା । ଏହି କବି ନବାଗତ ନୁହଁନ୍ତି,ଢେର୍ ଦିନ ହେଲା କବିତା ଲେଖିଲେଣି । ପ୍ରଥମ କବିତା ସଂକଳନ “ମାୟା ମୁହାଣ” ପ୍ରକାଶିତ ହୋଇ କବିତା ପ୍ରେମୀମାନଙ୍କ ଦ୍ଵାରା ଗ୍ରହଣୀୟ ଓ ପ୍ରଶଂସିତ ହୋଇ ସାରିଛି । ଏବେ ” ମୁହୂର୍ତ୍ତେ ମୋକ୍ଷ” ହେଉଛି ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ରହିଛି ମୋଟ ସଇଁତିରିଶିଟି କବିତା ଯାହା ଆମ ସାମାଜିକ ଜୀବନରେ ବହୁ ପ୍ରସ୍ଥକୁ ଛୁଇଁଛି,ଅନୁଭବିଛି । ସେହିପରି କିଛି ଏକାନ୍ତ ଆତ୍ମୀୟ ଅନୁଭବ ଖୁବ୍ ଚମତ୍କାର ଢଙ୍ଗରେ ସାର୍ବଜନୀନ ଭାବ ସତ୍ତାକୁ ସ୍ପର୍ଶ କରିବାର ସାମର୍ଥ୍ୟ ବହନ କରିଛି ।

Category:

Description

Review

ଯୁବକବି ପ୍ରମୋଦଙ୍କ କାବ୍ୟ ଯାତ୍ରା ସୁଗମ ଓ ସମୁଜ୍ଜଳ ହେଉ ବୋଲି ଆଶା କରୁଛି ।ତାଙ୍କ ପ୍ରଥମ କବିତା ସଂକଳନ ‘ମାୟ ମୁହାଣ’ ଠାରୁ ଏଇ ନୂଆ ସଂକଳନ ଆହୁରି ପୋଖତ । ଏହା ନିଶ୍ଚିତ ଅଧିକ ପାଠକାଦୃତ ହେବ ବୋଲି ମୋର ବିଶ୍ୱାସ ରହିଛି।

— କ୍ଷୀରୋଦ ପରିଡ଼ା

About the Author

ଉତ୍ତର ଆଧୁନିକ ଓଡିଆ କବିତାରେ କବି ପ୍ରମୋଦ ମଲ୍ଲିକ ଏକ ପରିଚିତ ସ୍ବର।ଜୀବନର ବହୁବିଧ ସୂକ୍ଷ୍ମ ଅନୁଭବରେ ସମୃଦ୍ଧ ତାଙ୍କ କବିତା ଯେତିକି ରସସିକ୍ତ ତତୋଧିକ ଚେତନା ଉଦ୍ରେକକାରି । ବୃତ୍ତିରେ ଶିକ୍ଷକତା, ପ୍ରବୃତ୍ତିରେ ସାରସ୍ୱତ ସର୍ଜନା ଓ ସାମ୍ୱାଦିକତା କରୁଥିବା ଶ୍ରୀ ମଲ୍ଲିକ ଦୀର୍ଘ ତିନି ଦଶନ୍ଧି ଧରି କବିତା ରଚନାରେ ମଗ୍ନ। ‘ମୁହୂର୍ତ୍ତେ ମୋକ୍ଷ’ ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ସନ୍ନିବେଶିତ ସମସ୍ତ କବିତା ସାଧାରଣ ମଣିଷ ଜୀବନର ସଂଘର୍ଷ ଓ ସହାବସ୍ଥାନ, ଆବେଗ ଓ ନିଷ୍ଠୁରତା, ଆଧ୍ୟାତ୍ମ୍ୟ ଓ ଭୌତିକତାର ସୂକ୍ଷ୍ମ ଭାବାବେଗକୁ ନେଇ ଗତିଶୀଳ।ଆଶା, ଓଡିଆ ଭାଷାର ବୃହତ୍ କାବ୍ୟାନୁରାଗୀ ପାଠକମାନଙ୍କ ନିକଟରେ”ମୁହୂର୍ତ୍ତେ ମୋକ୍ଷ” ଆଦୃତ ହେବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 10 November 2023
  • Language ‏ : ‎ Oriya
  • Print length ‏ : ‎ 94 pages
  • ISBN-10 ‏ : ‎ 1645604756
  • ISBN-13 ‏ : ‎ 978-1645604754
  • Item Weight ‏ : ‎ 127 g
  • Dimensions ‏ : ‎ 13.97 x 0.58 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback