Availability: In Stock

Mo Jibana Mo Samaya

250.00

ପାଠକମାନଙ୍କ ଉଦ୍ଦେଶ୍ୟରେ ଏତିକି କହିବାକୁ ଚାହୁଁଛି ଯେ, ଏ ପୁସ୍ତକ ନବୀନବାବୁଙ୍କ ସହିତ ମୋର ଆବେଗିକ ସଂପର୍କ ତଥା ପ୍ରତ୍ୟକ୍ଷ ରାଜନୀତିରେ ମୋର ସ୍ଥିତିକୁ ନେଇ କେବଳ ନୁହେଁ, ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ତତ୍କାଳୀନ ବହୁ ପରିବେଶ, ବହୁ ଘଟଣା ତଥା ମୋ ଜୀବନ ସଂଘର୍ଷର ସେହି ଦୀର୍ଘ ବର୍ଷଗୁଡ଼ିକର ସ୍ମୃତିଚାରଣ ମଧ୍ୟ । ସାମ୍ବାଦିକତାର ବୃତ୍ତିଗତ ଆତ୍ମସନ୍ତୋଷ ଭିତରେ ମୋ ବାପାଙ୍କ ସୂକ୍ଷ୍ମ ରାଜନୀତିକ ପ୍ରଭାବ ହେତୁ ଅନିର୍ଦ୍ଦିଷ୍ଟ ମୋ ଜୀବନ, ବୃତ୍ତିଗତ ମୋ କର୍ମ ଏବଂ ବିଧିନିର୍ଦ୍ଦିଷ୍ଟ ମୋ ନିୟତିକୁ ଏକପ୍ରକାର ସ୍ୱପ୍ରବାହରେ ପ୍ରବାହିତ କରିନେଇଥିବା ପରି ମୋର ମନେହୁଏ ।

ପ୍ରତି ମଣିଷର ଜୀବନ ଦୁଇଟି ସ୍ଥିତିରେ ବନ୍ଧା ପଡ଼ିଥାଏ, ଗୋଟିଏ ଅତୀତ ଆଉ ଗୋଟିଏ ତା’ର ବର୍ତ୍ତମାନ । ଅତୀତ ମାନେ ହିଁ ତ ସ୍ମୃତି । ଅତୀତ ଯାହାକୁ ଦିନେ ମଣିଷ ମୁହୂର୍ତ୍ତ ଆଉ କ୍ଷଣମାନଙ୍କ ମଧ୍ୟରେ ଭୋଗିଥାଏ, ଅଙ୍ଗେ ନିଭେଇଥାଏ ଏବଂ ବର୍ତ୍ତମାନରେ ପହଞ୍ଚିଥାଏ । ବର୍ତ୍ତମାନର ମୁହୂର୍ତ୍ତସବୁ ପୁଣି ପ୍ରସ୍ତୁତ ହେଉଥାନ୍ତି ଅତୀତ ହେବାକୁ । କାଳଖଣ୍ଡର ଏଇ ପ୍ରହେଳିକା ଭିତରେ ସଭ୍ୟତାର ଗତି ଓ ପରିଣତି ଖୁବ୍ ବିସ୍ମୟକର ସତରେ! ସ୍ମୃତିମଖା ଅତୀତରୁ ତେଣୁ ମଣିଷଟିଏ କେବେହେଲେ ମୁକ୍ତ ହୋଇପାରେ ନାହିଁ ।

ମୋ ଜୀବନକଥା ହୁଏତ ଏ ଜାତି ଓ ସମାଜ ପାଇଁ ଉଲ୍ଲେଖନୀୟ ପ୍ରତୀତ ହୋଇ ନ ଥାଆନ୍ତା, କିନ୍ତୁ ମୋ ଜୀବନର ଆଧାରବୃତ୍ତ ସାଜିଥିବା କିଛି ବିଶେଷ ସମୟର କଥା ଓ ବ୍ୟକ୍ତିସତ୍ତାଙ୍କ ଯୋଗୁଁ ହିଁ ମୋ ଜୀବନକଥା ପାଠକମାନଙ୍କୁ ମୂଲ୍ୟବାନ ମନେହେବ ବୋଲି ଆଶା କରୁଛି ।

Category:

Description

About the Author

ଅତନୁ ସବ୍ୟସାଚୀ ନାୟକ ଓଡ଼ିଶାର ରାଜନୀତିକ ପ୍ରେକ୍ଷାପଟ୍ଟର ଜଣେ ତୁଙ୍ଗ ରାଜନେତା । ରାଜନୀତି ଏବଂ ସାହିତ୍ୟର ଦ୍ୱିବିଧ ତୀର ସନ୍ଧାନରେ ନିଜର ସବ୍ୟସାଚୀତ୍ୱକୁ ସିଦ୍ଧ କରିଥିବା ଜଣେ ଅମାୟିକ ଲେଖକ । ଓଡ଼ିଶା ରାଜନୀତିରେ ପ୍ରବେଶ ପୂର୍ବରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ ତାଙ୍କର ଅସଂଖ୍ୟ ସ୍ତମ୍ଭ ତାଙ୍କୁ ଜଣେ ବିଶିଷ୍ଟ ସ୍ତମ୍ଭକାରର ମାନ୍ୟତା ଦେଇସାରିଥିଲା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 July 2024
  • Language ‏ : ‎ Oriya
  • Print length ‏ : ‎ 176 pages
  • ISBN-10 ‏ : ‎ 1645605221
  • ISBN-13 ‏ : ‎ 978-1645605225
  • Item Weight ‏ : ‎ 231 g
  • Dimensions ‏ : ‎ 13.97 x 1.04 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback