Availability: In Stock

Megha O Anyanya Galpa

Author: Ramakanta Rath

180.00

ମୁଁ ଗଳ୍ପଲେଖକ ନୁହେଁ । କଲେଜ ମାଡ଼ିବାର କେତେଦିନ ପରେ ଲେଖିବା ଆରମ୍ଭ କଲି । ସେତେବେଳେ କବିତା ଓ ଗଳ୍ପ ଉଭୟ ଲେଖୁଥିଲି । ଦୁଇ ତିନିବର୍ଷ ପରେ ମୋର ହୃଦ୍]ବୋଧ ହେଲା ଯେ ଗୋଟିଏ ମାଧ୍ୟମ ପାଇଁ ବି ମୋର ସାମର୍ଥ୍ୟ ନାହିଁ, ଗୋଟିଏକୁ ନଛାଡ଼ିଲେ ମୋର ଅବସ୍ଥା ଦୁଇ ନାହାରେ ଗୋଡ଼ ରଖିଥିବା ଲୋକର ଅବସ୍ଥା ପରି ହେବ । ଯାହାକୁ ପାଖରେ ରଖିଲି, ଅର୍ଥାତ୍ କବିତାକୁ, ତା ପ୍ରତି ଯେ ନ୍ୟାୟ କରିପାରିଲି ତାହା ନୁହେଁ, କିନ୍ତୁ ଅନିଚ୍ଛା ବା ଉଦ୍ୟମର ଅଭାବ ତା’ର କାରଣ ନୁହେଁ ।

ବହୁତ ବର୍ଷର ବ୍ୟବଧାନ ପରେ, ୧୯୭୭ ମସିହାରେ, ଏ ସଙ୍କଳନର ପ୍ରଥମ ଗଳ୍ପ (ମହିଷାସୁରବଧ) ଲେଖିଲି । ତା’ପରେ, ମଝିରେ ମଝିରେ, ଯେଉଁ କେତୋଟି ଗଳ୍ପ ଲେଖିଥିଲି ସେଗୁଡ଼ିକ ଏ ସଙ୍କଳନର ଅନ୍ତର୍ଭୁକ୍ତ । ଏତେ ବର୍ଷ ଭିତରେ ଏତେ ଅଳ୍ପ ସଂଖ୍ୟକ ଗଳ୍ପ ଲେଖିଥିବାରୁ ପ୍ରମାଣିତ ହେବ ଯେ ମୁଁ ଗଳ୍ପ ସାହିତ୍ୟର ମୁଲକରେ ଜଣେ ପର୍ଯ୍ୟଟକ, ତା’ର ଅଧିବାସୀ ନୁହେଁ । ସଂଖ୍ୟା ଆହୁରି ଅଳ୍ପ ହୋଇଥା’ନ୍ତା ଯଦି ଗଳ୍ପ ସଂକଳନଟିଏ ପ୍ରକାଶ କରିବା ପାଇଁ କେତେକଙ୍କର ଆଗ୍ରହ ଦୃଷ୍ଟିରୁ ଓ ପୁସ୍ତକର ଆକାରକୁ ଟିକିଏ ମର୍ଯ୍ୟାଦାବନ୍ତ କରିବା ଦୃଷ୍ଟିରୁ ଶେଷ ଛଅଟି ଗଳ୍ପ ଲେଖିନଥାନ୍ତି ।

ଗଳ୍ପ (କ୍ଷୁଦ୍ର ହେଉ ବା ଉପନ୍ୟାସର ବିଷୟ ପରି ଦୀର୍ଘ ହେଉ) ଓ କବିତା ଭିତରେ ବୋଧହୁଏ କିଛି ମୌଳିକ, ଗୁଣାତ୍ମକ ପାର୍ଥକ୍ୟ ନାହିଁ । ଭଲ କବିତାଟିଏ ପରି ଭଲ ଗଳ୍ପଟିଏ ପାଠକକୁ ଅସ୍ଥିର କରେ, ପୁଣି ଅସାର୍ଥକ ଗଳ୍ପ ଓ ଅସାର୍ଥକ କବିତା ସମାନ ଭାବରେ ବ୍ୟର୍ଥ । ଏକଥା ଅବଶ୍ୟ ସତ ଯେ ଗଳ୍ପରେ ଯାହା ଓ ଯେପରି କୁହାଯାଇ ପାରିବ କବିତାରେ ତାହା ଓ ସେପରି କୁହାଯାଇ ପାରିବ ନାହିଁ, ଯେପରି କବିତାର ସବୁ ଉଚ୍ଚାରଣ ଗଳ୍ପରେ ବି ବ୍ୟକ୍ତ କରାଯାଇ ପାରିବ ଭାବିବା ଭୁଲ୍ ହେବ । ସେମାନଙ୍କର ପରସ୍ପରର ସ୍ୱତନ୍ତ୍ର ସଂସାର ଅଛି, ସେମାନଙ୍କର ମଣିଷମାନେ ଅଲଗା ଅଲଗା ଜିନିଷ ଦେଖନ୍ତି, ଅଲଗା ଅଲଗା ଭାଷାରେ କଥା କହନ୍ତି ।

ପର୍ଯ୍ୟଟନର ମିଆଦ୍ ସରିଗଲା ପରି ଲାଗୁଛି । ଯଦି ନଫେରେ, ଏ ମୁଲକର ଅଧିବାସୀଙ୍କୁ, ଆକାଶକୁ, ପାଣିକୁ, ପବନକୁ, ବୃକ୍ଷଲତାଙ୍କୁ ଓ ଦିନରାତିଙ୍କୁ ବିଦାୟ ।

Category:

Description

About the Author

ଆଧୁନିକ ଓଡ଼ିଆ କବିତା ଧାରାରେ ଯଶସ୍ୱୀ କବି ରମାକାନ୍ତ ରଥ ଜଣେ ସ୍ୱତନ୍ତ୍ର ଉଚ୍ଚାରଣ । ବୃତ୍ତିଗତ ଜୀବନ ଅପେକ୍ଷା ସାହିତ୍ୟମୟ ପ୍ରବୃତ୍ତି ତାଙ୍କ ପରିଚୟକୁ ଗରିମା ମଣ୍ଡିତ କରିଛି । ଆଧୁନିକ ଓଡ଼ିଆ କବିତାର ଅନ୍ତଃସଂରଚନାକୁ ଅଭିନବ ସୌନ୍ଦର୍ଯ୍ୟରେ ସମୃଦ୍ଧ କରିଥିବା ମହାନ୍ କବି ସେ । ତାଙ୍କର ସୃଷ୍ଟିଗୁଡ଼ିକ ମଧ୍ୟରେ ‘କେତେଦିନର’, ‘ଅନେକ କୋଠରୀ’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀରାଧା’, ‘ଶ୍ରୀପଳାତକ’, ‘ସୀମାନ୍ତବାସ’, ‘ଫେରି ଚାହିଁଲେ’, ‘ସବୁଦିନେ ସେପାଖେ’, ‘ସରଳ ହୃଦ୍]ଗଣିତ’, ‘ଜାହାଜ ଆସିବ ଓ ଆଉ କେତୋଟି’, ‘ପବନରେ ଚିତ୍ରାଙ୍କନ’ ପ୍ରମୁଖ କବିତା ପୁସ୍ତକ ରମାକାନ୍ତୀୟ ଶୈଳୀର ପ୍ରତିନିଧିତ୍ୱ କରିଛି । ପ୍ରତୀକ ଓ ଚିତ୍ରକଳ୍ପର ପ୍ରୟୋଗ ଦ୍ୱାରା ଜୀବନର ସ୍ୱପ୍ନ, ମୃତ୍ୟୁ, ଦୈନ୍ୟ, ଅସହାୟତା, ନିଃସଙ୍ଗତା ଆଦିର ଆବେଗାତ୍ମକ ପରିପାଟୀ ତାଙ୍କ କବିତାକୁ ସମୁଚ୍ଚ ଓ ସ୍ୱତନ୍ତ୍ର କରିଛି । ‘ସପ୍ତମ ଋତୁ’ କବିତା ଗ୍ରନ୍ଥ ପାଇଁ ୧୯୭୮ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ ମସିହାର ଶାରଳା ପୁରସ୍କାର, ‘ସଚିତ୍ର ଅନ୍ଧାର’ ପାଇଁ ୧୯୯୦ ମସିହାର ଜାତୀୟ ସଂହତି ପୁରସ୍କାର, ‘ଶ୍ରୀରାଧା’ ପାଇଁ ୧୯୯୨ ମସିହାର ସରସ୍ୱତୀ ସମ୍ମାନ, ୨୦୦୬ ମସିହାର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ’ ସମ୍ମାନ, ୨୦୦୯ ମସିହାର ସାହିତ୍ୟ ଏକାଡେମୀ ଫେଲୋସିପ୍ ଏବଂ ୨୦୧୮ ମସିହାର ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ଶ୍ରୀ ରଥଙ୍କୁ ପ୍ରାପ୍ତ ହୋଇଛି । ଏହା ବ୍ୟତୀତ ଶ୍ରୀ ରଥ ୨୦୦୬ ମସିହାର ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରାପ୍ତ ହୋଇଛନ୍ତି । ଆଧୁନିକ ଓଡ଼ିଆ କବିତାରେ ଶ୍ରୀ ରଥ ପ୍ରୟୋଗବାଦର ସଫଳ ପ୍ରବକ୍ତା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 16 June 2023
  • Language ‏ : ‎ Oriya
  • Print length ‏ : ‎ 122 pages
  • ISBN-10 ‏ : ‎ 164560411X
  • ISBN-13 ‏ : ‎ 978-1645604112
  • Item Weight ‏ : ‎ 163 g
  • Dimensions ‏ : ‎ 13.97 x 0.74 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback