Availability: In Stock

Lokamane Bhuligaleni (Raghuvir Sahay)

Author: Raghuvir Sahay

200.00

ଏହି ସଂଗ୍ରହର ରଚନାଗୁଡ଼ିକ ମୋର କାବ୍ୟ-ଜୀବନର ଯେଉଁ ସମୟରେ ଲେଖାଯାଇଛି ତାହା ଏବେ ନିକଟରେ ଆରମ୍ଭ ହେଲା ଆଉ ଏଯାଏଁ ସରିନି; ଦେଖାଯାଉଛି ଯେ ତାହା ଏବେ ବି ଚାଲିବ । ନଈ ମଝିର ସ୍ରୋତକୁ କହନ୍ତୁ ଅଥବା ଭଉଁରି ମଧ୍ୟରୁ କହନ୍ତୁ, ଲେଖାଯାଇଥିବା କବିତା ପ୍ରକାଶ କରିବାର ଏହା ମୋର ପ୍ରଥମ ଅବସର । ଏହା ପୂର୍ବରୁ ‘ଆତ୍ମହତ୍ୟାର ବିରୁଦ୍ଧ’ ଏବଂ ‘ହସ, ହସ ଜଲ୍]ଦି ହସ’ ଦୁଇଟିଯାକ ଗୋଟିଏ-ଗୋଟିଏ ନିଷ୍କ୍ୟତିର ସୂଚକ ଥିଲା । ତା ଆଗରୁ ‘ସିଡ଼ିଗୁଡ଼ିକ ଉପରେ ଖରାରେ’ କବିତାର ଗୋଟିଏରୁ ଅଧିକ ଆଶ୍ରୟସ୍ଥଳୀଯାଏଁ ପର୍ଯ୍ୟବେକ୍ଷଣ କରି ନେଇଥିବା ଉପଲବ୍ଧିଗୁଡ଼ିକର ସଂଚୟନ ଥିଲା । ତା’ଆଗରୁ ବି ‘ଦ୍ୱିତୀୟ ସପ୍ତକ’ରେ ସଂକଳିତ ରଚନାଗୁଡ଼ିକ ଅତ୍ୟନ୍ତ ପ୍ରାଥମିକ ସ୍ତରର କବିତାଗୁଡ଼ିକର ଅଭ୍ୟାସମୂଳକ ସ୍ଥିତିରୁ ବାହାରି ନିଜ ଦୁନିଆରେ ପାଦ ରଖିବା ସମୟର କବିତା ଥିଲା । ନିସଂଶୟ ଯେମିତି ହସ, ହସ ଜଲ୍]ଦି ହସ’ରେ ହୋଇଥିଲା, ପ୍ରତ୍ୟେକ ସଂଗ୍ରହରେ କିଛି ରଚନା କୌଣସି ଗୋଟିଏ ଦିଗରେ ଯିବାର ପ୍ରସ୍ତୁତି କରି ସେହି ରାସ୍ତା ଛାଡ଼ିଦେବାର ନିଦର୍ଶନ ଥିଲା, ତେବେ ଭବିଷ୍ୟତରେ ସେହି ରାସ୍ତାକୁ ମଧ୍ୟ ଧରିବାର ପରିଚୟ ଥିଲା ।

Categories: ,

Description

About the Author

ହିନ୍ଦୀର ପ୍ରସିଦ୍ଧ କବି ରଘୁବୀର ସହାୟ (୯ ଡିସେମ୍ବର ୧୯୨୯-୩୦ ଡିସେମ୍ବର ୧୯୯୦) ହିନ୍ଦୀ କବିତାର ପ୍ରତିନିଧି କବିମାନଙ୍କ ମଧ୍ୟରୁ ଥିଲେ ଜଣେ । ରଘୁବୀର ସହାୟ ଚେତନାରେ ପତ୍ରକାର ଆଉ ସଂବେଦନାରେ ଥିଲେ ଜଣେ କବି । ସ୍ୱାତନ୍ତ୍ରୋତ୍ତର ହିନ୍ଦୀ ସାହିତ୍ୟରେ ରଘୁବୀର ସହାୟଙ୍କର ଅଦ୍ୱିତୀୟ ଲେଖନର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସିଏ ସାହିତ୍ୟର ପ୍ରାୟ ସବୁ ବିଭାଗରେ ଗମ୍ଭୀରତାର ସହିତ ଲେଖିଛନ୍ତି । ବ୍ୟଙ୍ଗାତ୍ମକତା ତାଙ୍କ କାବ୍ୟ ଭାଷାରେ ଏମିତି ଓତପ୍ରୋତ ଭାବରେ ରହିଛି ଯେ ଏହା କେବେହେଲେ କୃତ୍ରିମ ଲାଗେନି । ସିଏ ବ୍ୟାପକ ଅର୍ଥରେ ସାହିତ୍ୟକାର ଥିଲେ ଏବଂ ତାଙ୍କ ସାହିତ୍ୟର ପ୍ରୟୋଜନ କାଳାତୀତ । କଥିତ ଭାଷାର ସହଜ ପ୍ରବାହ ହିଁ ତାଙ୍କ କାବ୍ୟ ଭାଷାର ବିଶିଷ୍ଟତା । ସାହିତ୍ୟର ଆଧାରଭୂମି ଉପରେ ସ୍ଥିତ ସିଏ ରାଜନୀତି, ସମାଜ, ଆଇନ, ଇତିହାସ, ସଂସ୍କୃତି, ଆର୍ଥିକ ବିକାଶ ଆଦି ସବୁ କ୍ଷେତ୍ରରେ ଭ୍ରମଣ କରିଛନ୍ତି । ତାଙ୍କ ଲିଖିତ “ଲୋଗ ଭୂଲ ଗଏ ହୈଁ” ହେଉଛି ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବିତା ସଂକଳନ ।

ମନୋରଂଜନ ପଟ୍ଟନାୟକ ୫୩ବର୍ଷ ହେଲା ମୁମ୍ବଇରେ ରହୁଛନ୍ତି । ତାଙ୍କର ୧୫ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- ‘ଓମାର କାବ୍ୟ’, ‘ମେଘଦୂତ’, ‘ଗୀତାଞ୍ଜଳି’ (ନୋବେଲ ପୁରସ୍କାର ପ୍ରାପ୍ତ), ‘ମଧୁଶାଳା’, ‘ଋତୁସଂହାର’, ‘ଓମାର ଖୈୟାମ ରୁବାଇୟାତ’, ‘ପାବ୍ଲୋ ନେରୁଦା-ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର’, ‘ଶ୍ରୀମଦ୍ ଭଗବଦ୍ ଗୀତା’, ‘ହଂସଦୂତ’, ‘ଦ୍ରଷ୍ଟା’, ‘ମୃତ୍ୟୁବୋଧ ଜୀବନବୋଧ’, ‘ଅକାଳରେ ସାରସ’, ‘ୟୁନାଇଟେଡ୍ କିଂଗଡମ୍ର କବିମାନଙ୍କ କବିତା’, ‘ପାବ୍ଲୋ ନେରୁଦା- ଅଧିନାୟକଙ୍କ କବିତାବଳୀ ଓ ପ୍ରଶ୍ନପୋଥି’, ‘ଗୀତାଞ୍ଜଳି’ । ‘ଲୋକମାନେ ଭୁଲିଗଲେଣି’ ଶ୍ରୀ ପଟ୍ଟନାୟକଙ୍କର ଷୋଡ଼ଶ ଅନୂଦିତ ପୁସ୍ତକ । ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 November 2024
  • Language ‏ : ‎ Oriya
  • Print length ‏ : ‎ 132 pages
  • ISBN-10 ‏ : ‎ 1645606090
  • ISBN-13 ‏ : ‎ 978-1645606093
  • Item Weight ‏ : ‎ 177 g
  • Dimensions ‏ : ‎ 13.97 x 0.79 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia

Translator

Manoranjan Pattanayak