Description
About the Author
ଡକ୍ଟର ବିରଂଚି କୁମାର ସାହୁ (୧୯୭୦), ଜଣେ ପ୍ରାବନ୍ଧିକ ଓ ସମାଲୋଚକ ଭାବେ ସାମ୍ପ୍ରତିକ ସମୟରେ ବେଶ୍ ଚର୍ଚ୍ଚିତ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ତୀକ୍ଷ୍]ଣ ଅନ୍ତର୍ଦୃଷ୍ଟି, ଗଭୀର ଅବଲୋକନ ତଥା ତତ୍ତ୍ୱନିଷ୍ଠ ଆଲୋଚନା ତାଙ୍କ ଦୃଷ୍ଟିଭଙ୍ଗୀର ସ୍ୱତନ୍ତ୍ରତା ପ୍ରତିପାଦନ କରେ । ଭିନ୍ନ ଦୃଷ୍ଟି, ଉପେନ୍ଦ୍ର ନାୟକଙ୍କ କବିତାର ଚିତ୍ରିତ ଚୌହଦୀ, ରଞ୍ଜିତା ନାୟକ କାବ୍ୟବୀକ୍ଷା ଓ ସୃଜନ ସମୀକ୍ଷା, ପ୍ରଜ୍ଞାର ପ୍ରତ୍ୟୟ ଓ ଚେତନାର ଚିତ୍ରବନ, ଶିଶିର ଶୀର୍ଷର ସୂର୍ଯ୍ୟ, ନାଟ୍ୟବୀକ୍ଷା ଓ ନାଟ୍ୟ ସମୀକ୍ଷା ପ୍ରଭୃତି ଗ୍ରନ୍ଥ ତାଙ୍କ ବଳିଷ୍ଠ ସମାଲୋଚନା ସର୍ଜନାର ସ୍ୱର ଓ ସ୍ୱାକ୍ଷର । ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟକ ଓ ନାଟ୍ୟକାର, ମନୀଷୀ ମନୋଜ, ନିଖିଳ ଜୀବନବୋଧ ଓ ମାନବାତ୍ମାର କବି ଭରତ ବେହେରା, ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ଉପନ୍ୟାସ ତାଙ୍କ ସମ୍ପାଦନା କଳାର ଫଳଶ୍ରୁତି ।
Product details
- Publisher : Black Eagle Books
- Publication date : 19 September 2023
- Language : Oriya
- Print length : 314 pages
- ISBN-10 : 1645604535
- ISBN-13 : 978-1645604532
- Item Weight : 399 g
- Dimensions : 13.97 x 1.78 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Peacock Books, DE-155, TAGORE GARDEN, NEW DELHI, India 110027





