Availability: In Stock

Kalpakallola

Author: Saraju Rath

250.00

ଏ ଯୁଗଳବନ୍ଦୀ ପୁସ୍ତକର ବିଷୟବସ୍ତୁକୁ ଚାରିଭାଗରେ ସଜାଯାଇଛି, ଯଥା [କ] ରାଗ ଅନୁରାଗ [ଖ] ଭାବ ଅନୁଭାବ [ଗ] ରଙ୍ଗ ତରଙ୍ଗ [ଘ] ସ୍ମୃତି ଅନୁଭୂତି

କବିତା ଭିତରେ ବିବିଧତାର ପରିପ୍ରକାଶ ପାଇଁ କିଛି ଭିନ୍ନ ଧରଣର ଶବ୍ଦ ସଜ୍ଜା କରାଯାଇଛି । ସରଳ ଭାବ ଓ ଶବ୍ଦବିନ୍ୟାସ ସହ ସାଧୁଶବ୍ଦର ପ୍ରୟୋଗ ମଧ୍ୟ ହେଇଛି । ମୂଖ୍ୟତଃ ଜଣକ ଦ୍ବାରା ଲିଖିତ ପ୍ରତିଟି କବିତାର ଶେଷ ପଂକ୍ତି ବା ଶେଷ ଶବ୍ଦ ଅନ୍ୟ ଜଣକର ପ୍ରାରମ୍ଭ ଶବ୍ଦ ବା ପଦଭାବେ ବ୍ୟବହାର କରି ଲେଖାକୁ ଆଗକୁ ନିଆଯାଇଛି । କେଉଁଠି ପ୍ରତି ଧାଡିର ପ୍ରାରମ୍ଭ ଗୋଟିଏ ଅକ୍ଷରରେ ଅଛି ତ କେଉଁଠି ପ୍ରତି ଧାଡିର ଶେଷଶବ୍ଦ ପରବର୍ତ୍ତୀ ଧାଡିର ପ୍ରଥମଶବ୍ଦ ଭାବେ ବ୍ୟବହୃତ ହେଇଛି, ଯଦିବା ଭାବନାର ପ୍ରବାହ ଅବ୍ୟାହତ ଅଛି । ଏତଦ୍ ବ୍ୟତୀତ ଚେଷ୍ଟା କରିଛୁ ଦୁହେଁ ପ୍ରତ୍ୟେକ କବିତାକୁ ଲେଖନୀ ମାଧ୍ୟମରେ ଆମ ବାସ୍ତବଭାବନାର ରୂପ ଦେଇ, ସ୍ଵପ୍ନର ରଙ୍ଗ ମାଖି, କଳ୍ପନାର ଭୂଷଣରେ ସଜାଇ କବିତାକାମିନୀଟିକୁ ମୂର୍ତ୍ତୀମନ୍ତ କରିବା ପାଇଁ ।

ଏକ ସରମୀ ଲତିକା ଯେପରି ଏକ ବିଶାଳ ତରୁରେ ନିଜକୁ ଅନାୟାସରେ ଜଡାଇ ଧରେ, ସେମିତି ହୃଦୟ ରୂପୀ ଉପବନର ଭାବତରୁରେ କବିତା ରୂପକ ଲତା ନିଃସଂକୋଚରେ ଆଗକୁ ମାଡି ବିକାଶୋନ୍ମୁଖୀ ହୁଏ । ଅନ୍ତରର ଭାବନାକୁ ସଠିକ୍ ଭାବେ ଉପଯୁକ୍ତ ଶବ୍ଦ ବିନ୍ୟାସ ଦ୍ବାରା ରୂପ ଦେବାପାଇଁ ମନ ଭିତରେ ଖେଳୁଥିବା ରାଗ ରଞ୍ଜିତ ଅନୁରାଗ, ଭାବଭରା ଅନୁଭାବର ସମନ୍ବୟତା, ସ୍ଵତଃ ସୃଷ୍ଟି ହେଇଥିବା ବହୁବିଧ ରଙ୍ଗର ଅନାହତ ତରଙ୍ଗ ସହ ନିଜର ବହୁମୂଲ୍ୟ ସ୍ମୃତି ସମ୍ବଳିତ ଅନୁଭୂତିକୁ ଏକତ୍ର କରି ସଜେଇଛୁ ଏ ଯୁଗ୍ମ ସାରସ୍ଵତ ଅର୍ଘ୍ୟ ।

ମାନସପଟରେ ସଞ୍ଚିତ ଆବେଗର ଏକ ତରଙ୍ଗାୟିତ ଆଲୋଡନ, ସ୍ଵପ୍ନାବିଷ୍ଟ ତଥା ଆନନ୍ଦମୟ, ଏକ ଅବ୍ୟକ୍ତ ଭାବନାର ଶବ୍ଦମାଧ୍ୟମରେ ପରିପ୍ରକାଶ ହେଉଛି ଏଇ ମାନସପୁତ୍ରୀ କଳ୍ପକଲ୍ଲୋଳ, ଏକ ଅନନ୍ୟ ଯୁଗଳବନ୍ଦୀ । ଆଶା ଓ ବିଶ୍ବାସ ଯେ ପ୍ରେରଣାର ଉତ୍ତୁଙ୍ଗ ଉତ୍ସରୂପୀ ଆମ ରସିକ ପାଠକ ବର୍ଗ ଏ ଅର୍ଘ୍ୟକୁ ଆଗ୍ରହରେ ସ୍ବୀକାର କରିବେ ।

Category:

Description

About the Author

ଦିବ୍ୟଲୋକ ନିବାସୀ ପିତାଆଦର୍ଶ ଶିକ୍ଷକ ଗୋବିନ୍ଦଚନ୍ଦ୍ର ରଥ ଓ ମାତା ତାରାମଣି ରଥଙ୍କରସୁପୁତ୍ରୀ ସରଯୂ ରଥ, ଚଳଚଂଚଳା ଭାର୍ଗବୀନଦୀତଟସ୍ଥ ପୁରୀଜିଲ୍ଲାର ଷୋଳଶାସନସ୍ଥିତ ବୀରନରସିଂହପୁର ଗ୍ରାମରେ ମୂଳତଃ ଜନ୍ମ ।ସଂସ୍କୃତ ବିଷୟରେ ଉତ୍କଳ ବିଶ୍ଵବିଦ୍ୟାଳୟରୁ ଏମ୍.ଏ (ବ୍ୟାକରଣ), ଏବଂ ପୁଣେ ବିଶ୍ଵବିଦ୍ୟାଳୟରୁ ଏମ୍. ଏ (ହସ୍ତଲିଖିତ ଶାସ୍ତ୍ର), ପୋଷ୍ଟଗ୍ରାଜୁଏଟ୍ (ଭାଷାଶାସ୍ତ୍ର), ଏମ୍. ଫିଲ୍, ପି.ଏଚ୍.ଡି ଏବଂ ପୋଷ୍ଟ-ଡକ୍ଟରେଟ୍ (ଲାଇଡ଼େନ ବିଶ୍ଵବିଦ୍ୟାଳୟ, ନେଦରଲାଣ୍ଡ) ଶିକ୍ଷାଲାଭ କରିଛନ୍ତି । ପୁଣେସ୍ଥିତ ବେଦ ତଥା ଅବେସ୍ତା ବିଷୟକ ଏକ ଗବେଷଣା ସଂସ୍ଥାରେପ୍ରାୟଦୀର୍ଘ କୋଡିଏ ବର୍ଷ ଶିକ୍ଷଣ ତଥା ଚାକିରୀ କଲାପରେ ୨୦୦୨ ମସିହାରୁ ଲାଇଡ଼େନ ବିଶ୍ଵବିଦ୍ୟାଳୟରେ ଏକ ବରିଷ୍ଠା ଗବେଷିକା ଭାବରେ ଗବେଷଣାରତା । ଆନ୍ତର୍ଜାତୀୟ ସ୍ତରରେ ଭାରତୀୟ ହସ୍ତଲିଖିତଶାସ୍ତ୍ର ତଥା ପ୍ରାଚୀନଲିପି ବିଷୟକ ଜ୍ଞାନର ଏକ ଅନନ୍ୟାଓ ଦକ୍ଷା ବିଶାରଦା ରୂପେ ବିଭିନ୍ନ ଦେଶରେ ଅଧ୍ୟାପନାରତା । ଏତତ୍ ସହ ଉପରୋକ୍ତ ବିଷୟମାନଙ୍କରେ ତାଙ୍କର ନାନାଦି ପୁସ୍ତକ ଓ ନିବନ୍ଧ ବହୁଳସଂଖ୍ୟାରେ ପ୍ରକାଶିତ ଓ ଲୋକାଦୃତ ।ବାଲ୍ୟକାଳରୁ ଥିବା ଓଡିଆ ସାହିତ୍ୟ ତଥା ମାତୃଭାଷା ପ୍ରତି ଗଭୀର ଅନୁରକ୍ତି ଓ ଶ୍ରଦ୍ଧାବଶତଃ କବିତା, ଗଳ୍ପଲେଖନ ଏକ ବିଶେଷ ଛନ୍ଦ । ସାରସ୍ଵତ ସାଧନାରଅନ୍ୟତମ ଅର୍ଘ୍ୟ ଅର୍ଦ୍ଧନାରୀଶ୍ବର (କବିତା ଓ ଗଳ୍ପ ସଂକଳନ, ପକ୍ଷୀଘର ପ୍ରକାଶନୀ, ଓଡିଶା, ୨୦୧୮) ପାଠକମହଲରେ ସୁପ୍ରଶଂସିତ । ବିଶ୍ବାସ ରଖୁଛି ଯେ ଆମ ଏ ଅନନ୍ୟ ଯୁଗଳବନ୍ଦୀ”କଳ୍ପକଲ୍ଲୋଳ” ସୁଯୋଗ୍ୟ ପାଠକ ମଣ୍ଡଳୀ ପାଇଁ କବିତାସୁମନ ପ୍ରସ୍ଫୁଟିତ ଆନନ୍ଦବନର ମହକ ବିତରଣ କରିବ ।

ପିତା ପ୍ରଶାସନିକ ଅଧିକାରୀଦିବଂଗତ ବିଷ୍ଣୁଚରଣ ରାୟ ଓ ମାତା ଇଳାମଣି ରାୟଙ୍କର ସୁକନ୍ୟା କବୀ ଜ୍ୟୋସ୍ନା ରାୟ ପବିତ୍ର ମାଘ ସପ୍ତମୀ ତିଥିରେ, ୧୯୫୯ମସିହା ଫେବୃଆରୀ ୧୪ ତାରିଖରେ ଜନ୍ମଲାଭ କରିଥିଲେ । ବାଲ୍ୟକାଳରୁ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ। ବୃତ୍ତିରେ ସେ ଜଣେ ସଂସ୍କୃତ ଅଧ୍ୟାପିକା (ଏମ୍.ଏ, ବି.ଏଡ୍, ଉତ୍କଳ ବିଶ୍ବବିଦ୍ୟାଳୟ), ଫଳତଃ ଭାଷା ସାହିତ୍ୟ ପ୍ରତି ଥିବା ଆକର୍ଷଣ ତାଂକୁ ସର୍ବଦା ସାରସ୍ଵତ ସାଧନାରେ ବ୍ରତୀ କରାଇଛି। ଯଦ୍ୟପି ଭଂଜଭୂମି, ବ୍ରହ୍ମପୁର (ଗଂଜାମ) ତାଂକର ଜନ୍ମସ୍ଥାନ, ସମ୍ପ୍ରତି ଅବସର ଗ୍ରହଣପରେ ସେ ନିଜର କର୍ମକ୍ଷେତ୍ର ବ୍ୟାସକବିଙ୍କ ସାଧନାପୀଠ, ମଲ୍ଲିକାଶପୁର,ବାଲେଶ୍ବରରେ ସ୍ଥାୟୀ ରୂପରେ ଅବସ୍ଥାପିତ ।ଓଡ଼ିଶା ଲେଖିକା ସାହିତ୍ୟ ସଂସଦ,ଫକୀରମୋହନ ସାହିତ୍ୟ ପରିଷଦ ପରି ବହୁ ସାରସ୍ବତ ଅନୁଷ୍ଠାନ ସହ ସମ୍ପୃକ୍ତ ରହିଥିବା ସ୍ଥଳେ ସେ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ତଥା ସୋସିଆଲ ମିଡିଆରେ ନିଜର ପ୍ରକାଶିତ ଲେଖା ମାଧ୍ୟମରେଲୋକପ୍ରିୟତା ଅର୍ଜନ କରିଛନ୍ତି । ବିଭିନ୍ନ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନସହନାନାଦିପତ୍ର ପତ୍ରିକାରେ ବହୁଳ ସଂଖ୍ୟାରେକବିତା ପ୍ରକାଶ କରି ସେ ପାଠକ ମହଲରେ ବେଶ୍ ସୁପରିଚିତ ଓ ପ୍ରଶଂସିତ ।ଏତଦ୍ ବ୍ୟତୀତ କେତେକ କବିତା ଆକାଶବାଣୀ, କଟକବେତାରକେନ୍ଦ୍ରରୁ ପ୍ରସାରିତ ହେଇ ଜନ ମାନସରେ ବିଶେଷ ସ୍ଥାନ ଅଧିକାର କରିଛି ।ଫକୀରମୋହନ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ପ୍ରକାଶିତ ତାଙ୍କ କବିତାଗ୍ରନ୍ଥ “ଶବ୍ଦଛବି” ପାଠକ ମହଲରେ ବହୁଚର୍ଚ୍ଚିତ । ଆଶା ଓ ଭରସା, ଏହି ଅନନ୍ୟ ଯୁଗଳବନ୍ଦୀ “କଳ୍ପକଲ୍ଲୋଳ” ମଧ୍ୟ ଆଦୃତି ଲାଭକରିବ ଓ ଅଗଣିତ ପାଠକଙ୍କ ଶ୍ରଦ୍ଧାଭାଜନ ହେବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 22 September 2021
  • Language ‏ : ‎ Oriya
  • Print length ‏ : ‎ 200 pages
  • ISBN-10 ‏ : ‎ 1645602052
  • ISBN-13 ‏ : ‎ 978-1645602057
  • Item Weight ‏ : ‎ 259 g
  • Dimensions ‏ : ‎ 13.97 x 1.17 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia