Availability: In Stock

Kalijanha

Author: Sanjukta Nayak

265.00

‘କାଳିଜହ୍ନ’ ମୋର ପ୍ରଥମ ଗଳ୍ପ ସଙ୍କଳନ। ଏଥିରେ ସ୍ଥାନୀତ ଷୋହଳଟି ଗଳ୍ପ ୧୧୯୫ରୁ ୨୦୨୫ ମସିହା ଅବଧିରେ ଲିଖିତ, ଯାହା ପାଠକମାନେ ଅନୁଭବ କରିପାରିବେ। କିଛି ଗଳ୍ପ ବିଭିନ୍ନ ସମୟରେ ‘କଥା’, ‘ସୁଚରିତା’, ‘ପଞ୍ଚବଟୀ’, ‘ପକ୍ଷୀଘର’ ଇତ୍ୟାଦି ଲୋକପ୍ରିୟ ପତ୍ରିକାମାନଙ୍କରେ ପ୍ରକାଶିତ ହେଇ ପାଠକୀୟ ପ୍ରଶଂସା ଲାଭ କରିଛି। ସେଥିପାଇଁ ମୁଁ ପାଠକ ଏବଂ ସଂପାଦକମାନଙ୍କ ନିକଟରେ କୃତଜ୍ଞ।

ଯଦିଓ ‘କାଳିଜହ୍ନ’ ଗଳ୍ପଟି ମୋର ପ୍ରଥମ ପ୍ରକାଶିତ ଗଳ୍ପ, ତେବେ ତାହା ମୋର ପ୍ରଥମ ଗଳ୍ପ ନୁହେଁ।

‘କାଳିଜହ୍ନ’ରେ ସ୍ଥାନୀତ ଗଳ୍ପମାନଙ୍କ ମଧ୍ୟରୁ କିଛି ଅଧା, ଚଉଠ ଲେଖା ହେଇ ରହିଥିଲେ। ସେମାନଙ୍କୁ ସାଉଁଟି ଆଣି ଆଜି ପାଠକମାନଙ୍କ ସାମ୍ନାରେ ଛିଡ଼ା କରିବାକୁ ପୁଣି ପରିବର୍ତ୍ତନ କରିଛି। ଯେମିତି ‘ଧରାପଡ଼ିବାର ବେଳ’ ଗପଟି ଆଜିକୁ ତିରିଶ ବର୍ଷତଳେ ଲେଖିଥିଲି। କବିତା ପୁସ୍ତକ ପାଇଁ ଖୋଜାଖୋଜି ବେଳେ ତାକୁ ପୁରୁଣା ଫାଇଲ ଭିତରୁ ଖୋଜି ପାଇଲି। ସେ ସମୟରେ ଆୟକର ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ନାୟିକା ଟ୍ରେନ୍]ରେ ଯାଉଥିଲା, କାରଣ ଭୁବନେଶ୍ୱରରୁ ପର୍ଯ୍ୟାପ୍ତ ବିମାନସେବା ନଥିଲା। କିନ୍ତୁ ବର୍ତ୍ତମାନ ପାଠକମାନଙ୍କ ସାମ୍ନାକୁ ଆଣିବାରୁ, ସମସ୍ତ ଘଟଣାକ୍ରମ ଟ୍ରେନ୍ ବଦଳରେ ଏୟାରପୋର୍ଟ ଏବଂ ବିମାନ ଭିତରେ ଘଟେଇବାକୁ ପଡ଼ିଛି।

ମୁଁ ଗଳ୍ପ ଲେଖେ ଯେତେବେଳେ ସେ ଗଳ୍ପର ଚରିତ୍ରମାନେ ମତେ ବାଧ୍ୟ କରନ୍ତି ତାଙ୍କ କଥା ଲେଖିବା ପାଇଁ; ଅନୁବାଦ କରେ, ଅନ୍ୟ ଭାଷାରେ ଲେଖାଥିବା ଗଳ୍ପଟି ଯେତେବେଳେ ମନକୁ ଆଚ୍ଛନ୍ନ କରିପକାଏ; କବିତା ଲେଖେ, କାରଣ କବିତାର ଧାଡ଼ିମାନେ ନିଜେ ଲେଖିହେଇଯାନ୍ତି। କେବଳ କବିତା ଲେଖିବା ପାଇଁ ମୁଁ ଗୋଟିଏ ବି କବିତା ଲେଖିନାହିଁ। କେତେଗୁଡ଼ିଏ ଅଧାଲେଖା କବିତା ସାଇତି ରଖିପାରିନାହିଁ।

ମୋ ଗଳ୍ପମାନେ ଯେ ଦିନେ ପ୍ରକାଶିତ ହେବେ ସେ ସ୍ୱପ୍ନ ମୁଁ କେବେ ବି ଦେଖିନଥିଲି। ଯେଉଁମାନେ ସେ ସ୍ୱପ୍ନ ମତେ ଦେଖାଇଛନ୍ତି ଏବଂ ସେ ସ୍ୱପ୍ନକୁ ସାକାର ରୂପ ଦେଇଛନ୍ତି, ଗଳ୍ପଗୁଡ଼ିକ ଯଦି ପ୍ରଶଂସା ଭାଜନ ହୁଅନ୍ତି, ତାର ଶ୍ରେୟ ସେମାନଙ୍କର।

—ସଂଯୁକ୍ତା ନାୟକ, ଅନୁଭବ, ୩୭୮, ବରମୁଣ୍ଡା ଗାଁ, ଭୁବନେଶ୍ୱର-୭୫୧୦୦୩

Category:

Description

About the Author

ଅକପଟ ବର୍ଣନାଶୈଳୀ, ସ୍ବଚ୍ଛ ପ୍ରକାଶଭଂଗୀ ଏବଂ ଆବେଗପଖଳା ଶବ୍ଦବିନ୍ୟାସ ଯୋଗୁଁ ସଂଯୁକ୍ତା ନାୟକଙ୍କର ଗଳ୍ପ ଓ କବିତା ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ। ଉଭୟ କ୍ଷେତ୍ରରେ ରୁଚି ରଖୁଥିବା ଏହି ଲେଖିକା ପରିମାଣ ଅପେକ୍ଷା ଗୁଣକୁ ଅଧିକ ଗୁରୁତ୍ବ ଦେଇଥାଆନ୍ତି। ତାଙ୍କର କବିତା ସଂକଳନ ‘ହାତ ବଢ଼େଇଲେ ଆକାଶ’ରେ ସେ ଯେଉଁଭଳି ନିଖୁଣ ଭାବରେ ବ୍ୟକ୍ତିତ୍ବର ବିଭଙ୍ଗ ଚିତ୍ର, ମଣିଷର ନିରାପତ୍ତାଶୂନ୍ୟତା, ଆଧୁନିକ ଜୀବନର ବିରୋଧାଭାସ ଓ ଉଜୁଡ଼ି ଯାଉଥିବା ସଂପର୍କର ଚିତ୍ରଣ କରିଛନ୍ତି ତାହା ସମ୍ବେଦନଶୀଳ ପାଠକଙ୍କୁ ଆକୃଷ୍ଟ କରିଥାଏ। ସେ ଅନୁଭବ କରନ୍ତି ଯେ କବିତା ହେଉ କି ଗପ, କୌଣସିଟିକୁ ସେ ଉଦ୍ୟମ କରି ଲେଖି ନାହାନ୍ତି, ବରଂ ଏଗୁଡ଼ିକ ଆପେ ଆପେ ଲେଖି ହୋଇଯାଇଛନ୍ତି। ‘କାଳିଜହ୍ନ’ ତାଙ୍କର ପ୍ରଥମ ଗଳ୍ପ ସଂକଳନ। ଏଥିରେ ସେ ସମସାମୟିକ ଜନଜୀବନର ବିଡ଼ମ୍ବିତ ଚିତ୍ର ସହ ନାରୀ ଜୀବନର ସଂଘର୍ଷ, ମାତୃତ୍ବର ମାଧୁର୍ଯ୍ୟ, ଶୈଶବର କୋମଳ ସ୍ମୃତି ଓ ସମାଜ-ଜୀବନର ପରିବର୍ତ୍ତନର ଚେହେରା ଆଙ୍କିବାର ଚେଷ୍ଟା କରିଛନ୍ତି। ଅଙ୍ଗୀକାରର କାଳି ଓ ଅନୁଭବର ଅକ୍ଷରରେ ଲିଖିତ ତାଙ୍କର ପ୍ରତ୍ୟେକଟି ଗଳ୍ପ ପାଠକଙ୍କ ହୃଦୟକୁ ସ୍ପର୍ଶ କରିବ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 20 November 2025
  • Language ‏ : ‎ Oriya
  • Print length ‏ : ‎ 192 pages
  • ISBN-10 ‏ : ‎ 1645607704
  • ISBN-13 ‏ : ‎ 978-1645607700
  • Item Weight ‏ : ‎ 227 g
  • Dimensions ‏ : ‎ 13.97 x 1.12 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback