Availability: In Stock

Kabita 1962 O Nutana Kabitara Bhumika

Author: Sachi Routray

400.00

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ (୧୯୧୫-୨୦୦୪) ଆଧୁନିକ ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ୍ ଚେତନାର ବାର୍ତ୍ତାବହ ଏବଂ ପ୍ରଗତିବାଦୀ ତଥା ପ୍ରୟୋଗବାଦୀ ଚେତନାର ଉଦାତ୍ତ ଗାୟକ ଭାବରେ ଯଶସ୍ୱୀ କବି ସଚ୍ଚି ରାଉତରାୟ ଜଣେ ଅନତିକ୍ରମଣୀୟ ସ୍ରଷ୍ଟାପୁରୁଷ । ଆଧୁନିକ ଓଡ଼ିଆ କବିତାର ଅଗ୍ରଦୂତ ଭାବରେ ସେ ଅଗଣିିତ ପାଠକଙ୍କର ପ୍ରିୟ । ଅଜସ୍ରସ୍ରାବୀ ସାହିତ୍ୟ ତାଙ୍କୁ ଓଡ଼ିଆ ପାଠକମାନଙ୍କ ନିକଟରେ କେବଳ ନୁହେଁ, ବିଶ୍ୱଦରବାରରେ ଜଣେ ମହାନ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଆତ୍ମଜୀବନୀ ଲେଖକର ମାନ୍ୟତା ପ୍ରଦାନ କରିଛି । ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗ ଗ୍ରାମରେ ପିତା ପ୍ରସନ୍ନ କୁମାର ରାଉତରାୟ ଏବଂ ମାତା ମୁକ୍ତମାଳୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ତାଙ୍କ କାବ୍ୟଦୃଷ୍ଟିର ନମନୀୟ ରୋମାଣ୍ଟିକ୍]ପ୍ରବଣତା, କଥାଦୃଷ୍ଟିର ଅଫୁରନ୍ତ ବାକ୍]ବୈଦଗ୍ଧ ଉଚ୍ଛ୍ୱାସ, ଅନ୍ତର୍ଦୃଷ୍ଟିର ସୂକ୍ଷ୍ମ ବୈଚାରିକତା ତାଙ୍କ ସାଧନାର ବ୍ୟାପ୍ତିକୁ ମହିମାନ୍ୱିତ କରିଛି । ପଲ୍ଲୀପ୍ରାଣତା, ସାମ୍ୟବାଦୀ ପ୍ରବଣତା ଏବଂ ଶିଳ୍ପଗତ ସ୍ୱତନ୍ତ୍ର ଉପସ୍ଥାପନା ହିଁ ସଚ୍ଚି ରାଉତରାୟଙ୍କୁ ପ୍ରତିନିଧି ସ୍ରଷ୍ଟାର ମାନ୍ୟତା ଦେଇଛି । କବିତା କ୍ଷେତ୍ରରେ ପାଥେୟ, ପଲ୍ଲିଶ୍ରୀ, ଅଭିଯାନ, ରକ୍ତଶିଖା, ବାଜିରାଉତ, ପାଣ୍ଡୁଲିପି, ଅଭିଜ୍ଞାନ, ହସନ୍ତ, ଭାନୁମତୀର ଦେଶ, ସ୍ୱଗତ, ‘କବିତା’-୧୯୬୨, ମାୟାକୋଭସ୍କି, କବିତା ସଂଗ୍ରହ, କବିତା-୧୯୬୯, ଚିରପ୍ରଦୀପ୍ତ, ଏସିଆର ସ୍ୱପ୍ନ, କବିତା-୧୯୭୧, କବିତା-୧୯୭୪, କବିତା-୧୯୮୩, କବିତା-୧୯୮୫, କବିତା-୧୯୮୭, କବିତା-୧୯୯୦ ଇତ୍ୟାଦି ପ୍ରମୁଖ । ତାଙ୍କର ବାଜିରାଉତ ଓ ଅନ୍ୟାନଲେ ।

Category:

Description

About the Author

ପଦ୍ମଶ୍ରୀ ସଚ୍ଚିଦାନନ୍ଦ ରାଉତରାୟ (୧୯୧୫-୨୦୦୪) ଆଧୁନିକ ଓଡ଼ିଆ ସାହିତ୍ୟରେ ରୋମାଣ୍ଟିକ୍ ଚେତନାର ବାର୍ତ୍ତାବହ ଏବଂ ପ୍ରଗତିବାଦୀ ତଥା ପ୍ରୟୋଗବାଦୀ ଚେତନାର ଉଦାତ୍ତ ଗାୟକ ଭାବରେ ଯଶସ୍ୱୀ କବି ସଚ୍ଚି ରାଉତରାୟ ଜଣେ ଅନତିକ୍ରମଣୀୟ ସ୍ରଷ୍ଟାପୁରୁଷ । ଆଧୁନିକ ଓଡ଼ିଆ କବିତାର ଅଗ୍ରଦୂତ ଭାବରେ ସେ ଅଗଣିିତ ପାଠକଙ୍କର ପ୍ରିୟ । ଅଜସ୍ରସ୍ରାବୀ ସାହିତ୍ୟ ତାଙ୍କୁ ଓଡ଼ିଆ ପାଠକମାନଙ୍କ ନିକଟରେ କେବଳ ନୁହେଁ, ବିଶ୍ୱଦରବାରରେ ଜଣେ ମହାନ କବି, ନାଟ୍ୟକାର, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ ତଥା ଆତ୍ମଜୀବନୀ ଲେଖକର ମାନ୍ୟତା ପ୍ରଦାନ କରିଛି । କବିତା କ୍ଷେତ୍ରରେ ପାଥେୟ, ପଲ୍ଲିଶ୍ରୀ, ଅଭିଯାନ, ରକ୍ତଶିଖା, ବାଜିରାଉତ, ପାଣ୍ଡୁଲିପି, ଅଭିଜ୍ଞାନ, ହସନ୍ତ, ଭାନୁମତୀର ଦେଶ, ସ୍ୱଗତ, ‘କବିତା’-୧୯୬୨, ମାୟାକୋଭସ୍କି, କବିତା ସଂଗ୍ରହ, କବିତା-୧୯୬୯, ଚିରପ୍ରଦୀପ୍ତ, ଏସିଆର ସ୍ୱପ୍ନ, କବିତା-୧୯୭୧, କବିତା-୧୯୭୪, କବିତା-୧୯୮୩, କବିତା-୧୯୮୫, କବିତା-୧୯୮୭, କବିତା-୧୯୯୦ ଇତ୍ୟାଦି ପ୍ରମୁଖ । ପ୍ରଗତିଶୀଳ ସାହିତ୍ୟ ପତ୍ରିକା ‘ଦିଗନ୍ତ’ ସଂପାଦନା କରିବା ସହିତ ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ । କବିତା-୧୯୬୨ ଗ୍ରନ୍ଥ ନିମନ୍ତେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (୧୯୬୨) ଏବଂ କାବ୍ୟକୃତି ପାଇଁ ୧୯୯୬ରେ ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନରେ ସମ୍ମାନିତ । ତାଙ୍କର ନିରବଚ୍ଛିନ୍ନ ସାହିତ୍ୟ ସାଧନା ନିମନ୍ତେ ତାଙ୍କୁ ୧୯୬୨ ମସିହାରେ ‘ପଦ୍ମଶ୍ରୀ’ ୧୯୬୭ ଏବଂ ୧୯୬୮ ମସିହାରେ ଯଥାକ୍ରମେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନସୂଚକ ଡିଲିଟ୍ ଉପାଧି ପ୍ରାପ୍ତ ହୋଇଛି । ୧୯୮୬ ମସିହାରେ ଭାରତର ଶ୍ରେଷ୍ଠ ସାହିତ୍ୟିକ ସମ୍ମାନ ରୂପେ ସଚ୍ଚି ରାଉତରାୟ ‘ଭାରତୀୟ ଜ୍ଞାନପୀଠ ପୁରସ୍କାର’ ପ୍ରାପ୍ତ କରିଥିଲେ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 28 October 2023
  • Language ‏ : ‎ Oriya
  • Print length ‏ : ‎ 322 pages
  • ISBN-10 ‏ : ‎ 1645604667
  • ISBN-13 ‏ : ‎ 978-1645604662
  • Item Weight ‏ : ‎ 408 g
  • Dimensions ‏ : ‎ 13.97 x 1.83 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback