Availability: In Stock

Kaala O Kalara Shilpee Surendra

Author: Sarbeswar Sena

260.00

କାଳ, କଳା ପରସ୍ପର ସମ୍ବନ୍ଧିତ । କାଳରେ କଳାର ସୃଷ୍ଟି, ସମୟକ୍ରମେ ହୋଇଯାଏ କାଳଜୟୀ । କଳାକାରଟି ଅମର ରହେ କାଳ କାଳକୁ । ସେଇଭଳି ଜଣେ ଯଶସ୍ୱୀ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତି । ଯାତ୍ରା ତାଙ୍କର ଜୀବନ, ପଥ ତାଙ୍କର ପୃଥିବୀ । ନିରନ୍ତର ଅଗ୍ରଗତି, ନାହିଁ କ୍ଳାନ୍ତି, ଅବସାଦ । ଜୀବନରେ କେତେ କେତେ ଉତ୍]ଥାନ ପତନ । ନାନାଦି ବିଘ୍ନ ପ୍ରତିବନ୍ଧକ, ଆର୍ଥିକ ଅନଟନ । ଦୁର୍ବିସହ ଜୀବନ । ଥକି ପଡ଼ିନାହାନ୍ତି ସୁରେନ୍ଦ୍ର । ସଂଘର୍ଷରୁ ତାଙ୍କର ସାଧନା । ସାରସ୍ୱତ ତପସ୍ୟାରୁ ସିଦ୍ଧି । ପାଲଟିଛନ୍ତି ଜଣେ ପ୍ରଥିତଯଶା ସାହିତ୍ୟିକ । ସାମ୍ବାଦିକତା, ରାଜନୀତିରେ ତାଙ୍କର ଅମାପ ଖ୍ୟାତି । ଜୀବନ ଯନ୍ତ୍ରଣା ମଧ୍ୟରେ ସେ ଖୋଜିଛନ୍ତି ଦରଦୀ ମଣିଷଙ୍କୁ । ବୁଝିଛନ୍ତି ତାଙ୍କ ସୁଖ, ଦୁଃଖ, ହସ, କାନ୍ଦ, ଶୋଷଣ, ପେଷଣର ବ୍ୟଥା ବେଦନାକୁ । ସେଇମାନଙ୍କ ମୁହଁରେ ହସ ଫୁଟେଇବାର ପ୍ରୟାସ । ଏଥିରେ ସଫଳ ହୋଇଛନ୍ତି । ତାଙ୍କର ସାରସ୍ୱତ ସୃଷ୍ଟି ହୋଇଯାଇଛି ରସୋତ୍ତୀର୍ଣ୍ଣ । ରାଜନୀତି କ୍ଷେତ୍ରରେ ତାଙ୍କର ଏକ ନିଆରା ବିଚାର । ସତ୍ତାରେ ନାହିଁ ଆସ୍ଥା । ଆପଣା ଢଙ୍ଗରେ ନିର୍ବାଚନ ଲଢ଼ିଛନ୍ତି । କେବେ ଜିତାପଟ, କେବେ ନିର୍ବାଚନରେ ହାର୍ । ଗୋଟେପଟେ ଜନତା ଜନାର୍ଦ୍ଦନଙ୍କ ସେବା, ଆରପଟେ ସାମ୍ବାଦିକତାର ଖଡ଼ିପାଠ । ଗୋଟେ କଥାରେ କହିଲେ ସୁରେନ୍ଦ୍ର ଜଣେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ, ଦକ୍ଷ ରାଜନୀତିଜ୍ଞ, ନିଷ୍କଳଙ୍କ ସାମ୍ବାଦିକ । ଏଇ ତିନିଟି କ୍ଷେତ୍ରରେ ତାଙ୍କର ନାହିଁ ନ ଥିବା ଦକ୍ଷତା; ମାତ୍ର ସାହିତ୍ୟ ତାଙ୍କର ସାଥୀ, ସହୋଦର, ଏକାନ୍ତ ଆତ୍ମୀୟ । ଏଥିରୁ ପାଇଛନ୍ତି ଜୀବନର ସର୍ବଶ୍ରେଷ୍ଠ ଆନନ୍ଦ ଟିକକ । ଅର୍ଦ୍ଧଶତାବ୍ଦୀର ନିରଳସ ସାଧନା । ସ୍ମୃତି, ବିସ୍ମୃତି, ଅନୁଭୂତିକୁ ବାଢ଼ିଛନ୍ତି ପାଠକ ଆଗରେ । ତାଙ୍କର କାଳଜୟୀ ଆତ୍ମଲିପି ‘ପଥ ଓ ପୃଥିବୀ’ । ପାଠକେ ମୁଗ୍ଧବିହ୍ୱଳ । ପ୍ରାକ୍ ସ୍ୱାଧୀନତା କାଳ । ଗୋଟେ ମଫସଲି ଗାଁ, ମଧ୍ୟବିତ୍ତ ପରିବାର । ସମସ୍ତ ପ୍ରକାର ପ୍ରତିକୂଳ ସ୍ଥିତି । ଅତିକ୍ରମ କଲେ ସୁରେନ୍ଦ୍ର । ପାଲଟିଲେ ସାହିତ୍ୟ ଜଗତର ମୁକୁଟ ବିହୀନ ସମ୍ରାଟ । ତାଙ୍କ ଆତ୍ମଲିପିଟି ଏକ ବଳିଷ୍ଠ ଐତିହାସିକ କୃତି, ନିର୍ଭୁଲ ସାମାଜିକ, ରାଜନୀତିକ ସନନ୍ଦ ।

Categories: ,

Description

About the Author

ସମକାଳୀନ ଓଡ଼ିଆ ସମାଲୋଚନା ସାହିତ୍ୟ ଜଗତରେ ଡକ୍ଟର ସର୍ବେଶ୍ୱର ସେଣ ଜଣେ ପ୍ରତିଭାଦୀପ୍ତ ପ୍ରଜ୍ଞାପୁରୁଷ । ଜଣେ ବିଶିଷ୍ଟ ଶିକ୍ଷାବିତ୍], ନିପୁଣ ସ୍ତମ୍ଭକାର, ଲବ୍ଧପ୍ରତିଷ୍ଠ ପ୍ରାବନ୍ଧିକ ଭାବେ ତାଙ୍କର ଅମାପ ଖ୍ୟାତି । ଡ. ସେଣଙ୍କ ସମାଲୋଚନାର ଦିଗ ଦିଗନ୍ତ ବହୁବର୍ଣ୍ଣ ବିଭାରେ ମଞ୍ଜୁଳ । ସହଜ, ସରଳ, ସାବଲୀଳ ଶବ୍ଦ ପ୍ରୟୋଗର ସେ ଜଣେ ସମର୍ଥ ବିନ୍ଧାଣି । ତତ୍ତ୍ୱ, ତଥ୍ୟ, ବୌଦ୍ଧିକତାର ଆବରଣ ମଧ୍ୟରେ ସେ ଯେଉଁ କାବ୍ୟିକ ପରିବେଶ ତିଆରି କରନ୍ତି; ତାହା ଅନୁପମ, ଅସାଧାରଣ ନିଶ୍ଚୟ । ପଦ୍ୟାତ୍ମକ ଗଦ୍ୟ ଶୈଳୀ ଡ. ସେଣଙ୍କର ଏକ ନିଆରାପଣ । ମୌଳିକ ପ୍ରତିବେଦନ, ନିରପେକ୍ଷ ଚିନ୍ତନ, ବୁଦ୍ଧିଦୀପ୍ତ ବିଭାରେ ତାଙ୍କର ସୃଷ୍ଟି ସ୍ୱତନ୍ତ୍ର । ଏହି ସ୍ୱତନ୍ତ୍ରତା ହିଁ ତାଙ୍କର ଅନନ୍ୟ ବିଶେଷତ୍ୱ । ଏ ଯାବତ୍ ଡ. ସେଣ ଆମ ସାରସ୍ୱତ ଜଗତକୁ ୧୦ ଖଣ୍ଡ ସମାଲୋଚନା ପୁସ୍ତକ ଭେଟି ଦେଇଛନ୍ତି । ‘କାଳ ଓ କଳାର ଶିଳ୍ପୀ ସୁରେନ୍ଦ୍ର’ ତାଙ୍କର ଏକାଦଶ ପ୍ରବନ୍ଧ ସଂକଳନ । ବିପୁଳ ପାଠକୀୟ ଶ୍ରଦ୍ଧା ଲାଭକଲେ ଶ୍ରମ ସାର୍ଥକ ହେବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 February 2023
  • Language ‏ : ‎ Oriya
  • Print length ‏ : ‎ 202 pages
  • ISBN-10 ‏ : ‎ 1645603571
  • ISBN-13 ‏ : ‎ 978-1645603573
  • Item Weight ‏ : ‎ 263 g
  • Dimensions ‏ : ‎ 13.97 x 1.17 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback