Availability: In Stock

KAA

300.00

କିଶୋର ବୟସରୁ ଉପନ୍ୟାସ ପାଠପ୍ରତି ଯିଏ ସର୍ବପ୍ରଥମେ ପାଠକକୁ ଆକର୍ଷିତ କରନ୍ତି, ସେ ହେଉଛନ୍ତି ଆଧୁନିକ ଓଡ଼ିଆ ଉପନ୍ୟାସ ଜଗତରେ ଜଣେ ଯୁଗାନ୍ତକାରୀ ସ୍ରଷ୍ଟା ଭାବରେ ସୁପ୍ରତିଷ୍ଠିତ ଔପନ୍ୟାସିକ କାହ୍ନୁଚରଣ। ଫକୀରମୋହନ ସେନାପତିଙ୍କ ପରମ୍ପରାର ଜଣେ ବିଶ୍ବସ୍ତ ପ୍ରତିନିଧି ତଥା ଓଡ଼ିଆ ଜନଜୀବନର ସଫଳ ରୂପକାର ଭାବରେ କାହ୍ନୁଚରଣ ହେଉଛନ୍ତି ଅଗଣିତ ପାଠକ ହୃଦୟରେ ଅଭିଷିକ୍ତ ସ୍ବୟଂପ୍ରଭ ସମ୍ରାଟ। ‘ବଜ୍ରବାହୁ’, ‘ବାଲିରାଜା’, ‘ହା-ଅନ୍ନ’, ‘ଶାସ୍ତି’, ‘ଝଞ୍ଜା’, ‘କା’, ‘ସତ୍ୟାବତୀ’ ପ୍ରଭୃତି ଅର୍ଦ୍ଧଶତାଧିକ କାଳଜୟୀ ଉପନ୍ୟାସର ସ୍ରଷ୍ଟା ଭାବରେ ସେ ରଖିଦେଇଯାଇଛନ୍ତି ଓଡ଼ିଆ ସାହିତ୍ୟରେ ତାଙ୍କର ଅମଳିନ ସ୍ବାକ୍ଷର। ମାତ୍ର ବର୍ତ୍ତମାନ ବହିବଜାରରେ ଦେଖିବାକୁ ମିଳୁ ନାହିଁ ତାଙ୍କର କୌଣସି ଉପନ୍ୟାସ। ଯାହା ବି ମିଳୁଛି, ତା’ର ଅଙ୍ଗହାନି ଦେଖି ଆମେ ମର୍ମାହତ। ତେଣୁ ତାଙ୍କର କୃତି ସମୂହର ପୁନଃ ପ୍ରକାଶନ ଲାଗି ଆମର ପ୍ରକାଶନ ସଂସ୍ଥା ପ୍ରତିଶ୍ରୁତିବଦ୍ଧ। ସେହି ପ୍ରତିବଦ୍ଧତାର ଫଳସ୍ବରୂପ କ୍ରମାନ୍ବୟରେ ପ୍ରକାଶ କରୁଛୁ ତାଙ୍କର ସମସ୍ତ ଉପନ୍ୟାସ। ଆଶା କରୁଛୁ, ସେହି କ୍ରମରେ କାହ୍ନୁଚରଣପ୍ରେମୀ ପାଠକମାନଙ୍କୁ ତାଙ୍କ ଉପନ୍ୟାସର ନବଜନ୍ମ ନିଶ୍ଚିତ ଭାବରେ ଆନନ୍ଦ ପ୍ରଦାନ କରିବ।

Category:

Description

  • ASIN ‏ : ‎ B0DSBTLVND
  • Publisher ‏ : ‎ BK Publication
  • Publication date ‏ : ‎ 3 January 2025
  • Print length ‏ : ‎ 272 pages
  • ISBN-10 ‏ : ‎ 8197807949
  • ISBN-13 ‏ : ‎ 978-8197807947
  • Item Weight ‏ : ‎ 284 g
  • Dimensions ‏ : ‎ 1.8 x 14 x 21 cm
  • Country of Origin ‏ : ‎ India
  • Packer ‏ : ‎ B K Publications Private Limited, +91 9937089856
  • Generic Name ‏ : ‎ Kaa (Odia) କା

Indian Edition Also available on:

Additional information

book-author

Language

Odia

select-format

Paperback