Availability: In Stock

Jibana Gapara Gopara Poka

Author: Swagatika Sethi

230.00

ଜୀବନର ଅନେକ ଗୁଡ଼ିଏ ବାଟ ଅଙ୍କାବଙ୍କା ରାସ୍ତା ଦେଇ ଆସିବା ପରେ ସିଏ ଏବେ ବୁଝି ପାରୁଛନ୍ତି, କେହିବି ମଣିଷ ଯଦିଓ ସ୍ୱୟଂସମ୍ପୂର୍ଣ୍ଣ ନୁହଁ କିନ୍ତୁ ଅନ୍ୟଠାରୁ ତାହା ଆଶା କରେ । ଆଉ ସେଇ ଆଶା ପୂରଣ ପାଇଁ ଅନ୍ୟକୁ ହନ୍ତସନ୍ତ କରେ । ଦୁନିଆରେ ବୋଧେ ସମସ୍ତେ ପ୍ରଭୁତ୍ୱ ବିସ୍ତାର ପାଇଁ ନିଜ ଆତ୍ମାକୁ ମାରି ଅନ୍ୟ ଉପରେ ବିଜୟ ଲାଭ କରିବାକୁ ଚେଷ୍ଟା କରନ୍ତି । ଆଉ ସେଇ ଅନ୍ୟ ଜଣକ ଶାନ୍ତି, ଶୃଙ୍ଖଳା, ପ୍ରେମ, ସୌହାଦ୍ର୍ଧ୍ୟ ରାକ୍ଷା କରିବାକୁ ଯାଇ ନିଜ ହୃଦୟକୁ ପରାଧିନ କରିଦିଏ ଅବା ମାରିଦିଏ । ଏହା ତା’ର କ’ଣ ଏତେ ବଡ଼ ଦୋଷ?

ସୁରଭିଙ୍କୁ ଲାଗୁଥିଲା ସତେ ଯେପରି ସିଏ ଗୋଟେ ଗୋବର ପୋକ । ଅନ୍ୟର ଆଶା ପୂରଣ ପାଇଁ ତାଙ୍କୁ ମରା ଯାଉଛି । ତାହାହେଲେ ସଂସାର ଭିତରେ ତାଙ୍କ ପରି ଆହୁରି ଅନେକ ଗୋବର ପୋକ ତ ନିଶ୍ଚିତ ଥିବେ । ଆଜି ଦିନବେଳେ ଭେଟିଥିବା ସାଙ୍ଗମାନଙ୍କ ଭିତରୁ ମଧ୍ୟ ତାଙ୍କ ପରି ଗୋବରପୋକ ହୁଏତ କିଏ ଥିବେ । ସୁରଭି ଆଶ୍ଚର୍ଯ୍ୟ ହେଉଥିଲେ, ‘ଲିତୁନ୍ ଏଡ଼େ ବକଟେ ପିଲା ହୋଇ କ’ଣ କିଛି ମଣିଷ ଗୋବର ପୋକ ବୋଲି ବେଶ୍ ଚିହ୍ନି ପାରିଛି!’ ଲିତୁନ୍ ମୁହଁ ସୁରଭିଙ୍କ ଆଖି ଆଗରେ ନାଚି ଉଠିଲା । ତା’ ମୁହଁ ଆଉ ସରଳ ନିରୀହ ଦିଶୁ ନଥିଲା । କୋଟି ସୂର୍ଯ୍ୟର ଆଲୋକରେ ଝଲସୁଥିବା ଠାକୁରଙ୍କ ବିଶ୍ୱରୂପ ପରି ଦିଶୁଥିଲା ।

The collection has eighteen heart-touching stories.

Category:

Description

About the Author

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍]ଏ କରିଥିବା ସ୍ୱାଗତିକା ଫ୍ୟାସନ୍ ଡିଜାଇନିଂ କରି ଶିଳ୍ପୀମାନଙ୍କୁ ପ୍ରଡକ୍ଟ ଡିଜାଇନ୍ ଶିକ୍ଷା ପ୍ରଦାନ କରୁଛନ୍ତି । ସୃଜନଶୀଳ ରଚନା ସହ ସିଏ ହସ୍ତଶିଳ୍ପ, ନାଟକ, ଗଳ୍ପକଥନ କରିବାରେ ମଧ୍ୟ ଆନନ୍ଦ ପାଆନ୍ତି । ସ୍ୱାଗତିକା ବିଭିନ୍ନ ସାମାଜିକ ଅନୁଷ୍ଠାନ ସହ ଜଡିତ । ବିଶିଷ୍ଟ କବି ସ୍ୱର୍ଗତ ଚୈତନ୍ୟ ପ୍ରସାଦ ସେଠୀ ଓ ଶ୍ରୀମତୀ ପ୍ରମିଳା ସେଠୀଙ୍କର ସିଏ ସୁଯୋଗ୍ୟ କନ୍ୟା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 22 May 2025
  • Language ‏ : ‎ Oriya
  • Print length ‏ : ‎ 160 pages
  • ISBN-10 ‏ : ‎ 164560649X
  • ISBN-13 ‏ : ‎ 978-1645606499
  • Item Weight ‏ : ‎ 191 g
  • Dimensions ‏ : ‎ 13.97 x 0.94 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback