Availability: In Stock

Jain Darshan: Manana O Mimansha

650.00

ଆଚାର୍ଯ୍ୟ ମହାପ୍ରଜ୍ଞ ଆଠ ଦଶନ୍ଧିର ସୁଦୀର୍ଘ ସଂଯମ ସାଧନାରେ ନିମଗ୍ନ ଥାଇ ଅନେକ ଗୁଡ଼ିଏ ସୂକ୍ଷ୍ମ ରହସ୍ୟର ଅନାବରଣ କରିଯାଇଛି । ତାଙ୍କ ଜୀବନର ଏକ ସମାଧାୟକ ସୂତ୍ର ହେଉଛି- ‘ରହୋ ଭୀତର, ଜୀଓ ବାହର ।’ ଜୀବନର ନବମ ଦଶକ ସଂପନ୍ନ ହେବାକୁ ଯାଉଥାଏ, ଦଶମ ଦଶକରେ ପ୍ରବେଶର ପ୍ରସ୍ତୁତି ଚାଲିଥାଏ । ଏହି ମହାର୍ଘ ମୁହୂର୍ତ୍ତର ଅଭିନନ୍ଦନ ପାଇଁ ସମାଜ ବିବିଧ ସ୍ୱପ୍ନ ଦେଖୁଥାଏ । କିନ୍ତୁ ନିୟତି ସାମାଜ୍ୟରେ ଏକ ଭିନ୍ନ ନିୟତି ନିର୍ଦ୍ଧାରିତ ହୋଇ ସାରିଥାଏ । ଅକସ୍ମାତ ୯ ମେ ୨୦୦୯ ଦିନ ପ୍ରଖର ଦ୍ୱିପହରରେ ସେ ସଂସାରରୁ ପ୍ରୟାଣ କରିଦେଲେ । ତାଙ୍କ ଭୌତିକ ଶରୀର ହଜିଗଲା, ରହିଗଲା ଜ୍ଞାନ ଶରୀର, ଯଶଃ ଶରୀର ଓ ଅନୁଭବ ଶରୀର । ସେ ଆମ ସକାଶେ ଏକ ସମୃଦ୍ଧ ବୈଚାରିକ ଐତିହ୍ୟ ଛାଡ଼ି ଦେଇ ଯାଇଛନ୍ତି । ଆଗାମୀ ଶତାବ୍ଦୀ ଗୁଡ଼ିକ ନିଃସନ୍ଦେହ ଏହା ଦ୍ୱାରା ଲାଭାନ୍ୱିତ ହେବେ । ମହାପ୍ରଜ୍ଞ ଜନ୍ମ ଶତାବ୍ଦୀର ଐତିହାସିକ ଅବସରରେ ପ୍ରସ୍ତୁତ ‘ଜୈନଦର୍ଶନ ମନନ ଓ ମୀମାଂସା’ ତାଙ୍କ ଦିବ୍ୟ ଚେତନା ସହିତ ସଂପର୍କର ସଶକ୍ତ ଆଲମ୍ବନ ସାଜିଲେ ତାଙ୍କ ପ୍ରତି ଯଥାର୍ଥ ଶ୍ରଦ୍ଧାଞ୍ଜଳି ହୋଇପାରନ୍ତା ।

 

Category:

Description

About the Author

ଆଚାର୍ଯ୍ୟ ମହାପ୍ରଜ୍ଞଅଧ୍ୟାତ୍ମ-ପ୍ରଧାନ ଭାରତ ଭୂଇଁରେ ଅନେକ ମହାପୁରୁଷ ଜନ୍ମ ନେଇ, ସତ୍ୟର ଅନ୍ୱେଷଣରେ ନିଜକୁ ସମର୍ପିତ କରିଯାଇଛନ୍ତି । ଏହି ଋଷି-ମହର୍ଷିଙ୍କ ଶୃଙ୍ଖଳାରେ ବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଜଣେ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱର ନାମ ଆଚାର୍ଯ୍ୟ ମହାପ୍ରଜ୍ଞ ଗୁଡ଼ାଏ ବିଶେଷଣର ସମବାୟ ଥିଲା ତାଙ୍କ ଜୀବନ । ବିଶ୍ୱର ମହାନ ସନ୍ଥ, ଋତମ୍ଭରା ପ୍ରଜ୍ଞାର ଅଧିକାରୀ, ଉଚ୍ଚକୋଟିର ଦାର୍ଶନିକ, ପ୍ରାଚ୍ୟ ବିଦ୍ୟାର ବିଜ୍ଞାତା, ଅନ୍ୱେଷକ, ଚିନ୍ତକ, ସାରସ୍ୱତ କବି, ମହାନ ସାହିତ୍ୟ ସ୍ରଷ୍ଟା ଏବଂ ସମକାଳୀନ ସମସ୍ୟା ଗୁଡ଼ିକର ସମଧାୟକ ପୁରୁଷ ଥିଲେ ଆଚାର୍ଯ୍ୟ ମହାପ୍ରଜ୍ଞ । ତାଙ୍କ ବାହ୍ୟ ବ୍ୟକ୍ତିତ୍ୱ ଯେତେ ଆକର୍ଷକ, ଅନ୍ତରଙ୍ଗ ବ୍ୟକ୍ତିତ୍ୱ ଶତଗୁଣ ଅଧିକ ଆକର୍ଷକ ଥିଲା । ସେ ଅହିଂସା, ଅଧ୍ୟାତ୍ମ ଓ ଅନେକାନ୍ତର ପୁନୀତ ତ୍ରିପଥଗା ଥିଲେ ।

ତୁଳସୀ ଜୈନ (୨୬.୦୫.୧୯୫୪) ବିଂଶ ଶତାବ୍ଦୀର ଅନ୍ତିମ ଦଶକରୁ ଲେଖନୀ ଚାଳନା କରୁଥିବା ଓଡ଼ିଆ ସାହିତ୍ୟିକମାନଙ୍କ ମଧ୍ୟରେ ଏକ ସୁପରିଚିତ ନାମ । ଦେଶର ଅବ୍ୟବସ୍ଥା, ସମାଜର ରୁଗ୍]ଣତା ଏବଂ ବ୍ୟକ୍ତି ଚେତନାର ମଳିନତାକୁ ପରିଷ୍କାର କରିବା ସହିତ ତା’ର ଊର୍ଦ୍ଧ୍ୱାରୋହଣ ସକାଶେ ମନରେ ଆଞ୍ଜୁଳାଏ ବ୍ୟାକୁଳତା ପୂରି ରହିଛି । ମୂଲ୍ୟହୀନତାର ଅନ୍ଧକାରକୁ ଦୂର କରି ନୈତିକତା ଓ ଆଧ୍ୟାତ୍ମିକତାର ଆଲୋକ ବୁଣିବାର ପ୍ରୟାସରେ ମନ, ବଚନ ଓ କାୟାରେ ଏକାଗ୍ରଚିତ୍ତ । ମଣିଷର ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିବା ସହିତ ସୁସ୍ଥ ପରିବାର ଓ ସମୃଦ୍ଧ ବିଶ୍ୱ ଗଠନର ଆବଶ୍ୟକତାକୁ ସଦାବେଳେ ମନେ ରଖି ମସ୍ତିଷ୍କ ସହିତ ହୃଦୟକୁ ଯୋଡ଼ିବା ହେଉଛି ତାଙ୍କ ଜୀବନର ଉଦ୍ଦେଶ୍ୟ ।ଆଧୁନିକ କାଳରେ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ଆବଶ୍ୟକତା ଓ ମର୍ଯ୍ୟାଦା ରଖୁଥିବା ଅନୁବାଦ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ମୌଳିକ କୃତି ଅନନ୍ୟ ପ୍ରୟୋଗ ଓଡ଼ିଆ ସାହିତ୍ୟ ଜଗତରେ ଏକ ନୂତନ ବିଭାବର ଅୟମାରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ ରଚିତ ପ୍ରବନ୍ଧ ସବୁ ରାଜ୍ୟ ଓ ଦେଶର ବିଭିନ୍ନ ଦୈନିକ ସମ୍ବାଦପତ୍ର ଓ ପ୍ରତିଷ୍ଠିତ ପତ୍ରପତ୍ରିକାର ପ୍ରକାଶିତ ହୋଇ ବେଶ୍ ଜନାଦୃତି ଲାଭ କରିଆସୁଛି ।ବଲାଙ୍ଗିର ଜିଲ୍ଲାର ତୁଷରାଠାରେ ଜନ୍ମିତ ଓ ଅବସ୍ଥିତ ଏ ସାହିତ୍ୟ ସାଧକ ଓଡ଼ିଆ ସାହିତ୍ୟାକାଶକୁ ଉଜ୍ଜ୍ୱଳ କରି ରଖିବା କ୍ଷେତ୍ରରେ ଆପଣା ସାଧନାକୁ ଅବ୍ୟାହତ ରଖିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 August 2021
  • Language ‏ : ‎ Oriya
  • Print length ‏ : ‎ 616 pages
  • ISBN-10 ‏ : ‎ 1645602079
  • ISBN-13 ‏ : ‎ 978-1645602071
  • Item Weight ‏ : ‎ 966 g
  • Dimensions ‏ : ‎ 16.99 x 3.15 x 24.41 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia