Availability: In Stock

Jaha Kali Jaha Paili

450.00

କଥାରେ ଅଛି “ମଣିଷ ପରିସ୍ଥିତିର ଦାସ ।” ପରିସ୍ଥିତିକୁ ମୁକାବିଲା କରିବା ମଣିଷର କାମ । ପରିସ୍ଥିତି କେତେବେଳେ ନିଜ ଆୟତ୍ତରେ ରହେ ତ କେତେବେଳେ ଅଣଆୟତ୍ତ । କର୍ମ କରି ସୁଦ୍ଧା ପରିସ୍ଥିତି ବେଳେବେଳେ ଅଣଆୟତ୍ତକୁ ଚାଲିଯାଏ, ଯାହା କି ଆମେ ଭାଗ୍ୟ ବୋଲି କହିଥାଉ । ତେଣୁ ମୁଁ ଭାବେ ଜୀବନ ହେଉଛି କର୍ମ ଓ ଭାଗ୍ୟ ଭିତରେ ଚାଲିଥିବା ଏକ ଖେଳ । ଭାଗ୍ୟ ଯେ ସବୁବେଳେ ବିପରୀତ ହୁଏ ତା’ ନୁହଁ ବେଳେ ବେଳେ ଜଟିଳ ପରିସ୍ଥିତିରେ ଭାଗ୍ୟ ଅନୁକୂଳ ଅବସ୍ଥା ସୃଷ୍ଟି କରି ନିରାପଦ ଜାଗାକୁ ବାଟ କଢ଼େଇ ନିଏ । ସେମିତି ଅନେକ କିଛି ଘଟଣା ବି ମୋ ଜୀବନରେ ଘଟିଛି, କେତେବେଳେ ତାହା ଆୟତ୍ତରେ ରହିଛି, କେତେବେଳେ ପୁଣି ଅଣଆୟତ୍ତ । କର୍ମ ଓ ଭାଗ୍ୟର ସମିଶ୍ରଣରେ ‘ସାପ ଓ ସିଡ଼ି’ ଖେଳ ଭଳି ଜୀବନ ଉତ୍ଥାନ ପତନ ଦେଇ ଗତି କରିଛି, ତେଣୁ ମୋ ଜୀବନ ଏକ ଊର୍ଦ୍ଧ୍ୱଗାମୀ ସରଳ ରେଖା ବୋଲି କହି ହେବନି, ବରଂ ଉତ୍ଥାନ ପତନ ସମ୍ବଳିତ ଏକ ବକ୍ରରେଖା । ଏହି ଉତ୍ଥାନ ପତନ ସହିତ ମୋର କେତେଜଣ ଶୁଭାକାଙ୍]କ୍ଷୀ ଓ ଅନ୍ତରଙ୍ଗ ବନ୍ଧୁ ପରିଚିତ ଥିଲେ ହେଁ ଏହାକୁ ଲୋକଲୋଚନକୁ ଆଣିବାକୁ ଯାଇ ଏ ଲେଖାର ପ୍ରୟାସ ମାତ୍ର । ପ୍ରଥମରୁ ମୁଁ କହି ରଖେ ଏହା ଏକ ଆତ୍ମଜୀବନୀ ନୁହଁ । ଆତ୍ମଜୀବନୀ ଲେଖିବାର ଧୃଷ୍ଟତା ମୋର କରିବାର ନାହିଁ । ଜୀବନରେ ପାରିବାରିକ, ସାମାଜିକ ଓ ଅର୍ଥନୈତିକ ଝଡ଼ଝଞ୍ଜାକୁ ମୁଁ କିପରି ସାମନା କରିଛି ଓ ମୋର ପରିବାର ଲୋକେ କେମିତି ମୋ ସହିତ ସହଯୋଗ କରିଛନ୍ତି ସେଗୁଡ଼ିକ ଗଳ୍ପ ମାଧ୍ୟମରେ ଏଥିରେ ଲେଖି ଦେଇଛି । ଏ ପୁସ୍ତକରେ ଯାହା ସବୁ ଗଳ୍ପ ମାଧ୍ୟମରେ ଲେଖା ଯାଇଛି ଆଶା କରୁଛି ତାହା ମୋ ଜୀବନର ମୂଲ୍ୟବୋଧ ଯଥା ଜାତିପ୍ରଥା, ବିଭିନ୍ନ ଧର୍ମ ଉପରେ ମୋର ମତ, ସମାଜର ସବୁ ଶ୍ରେଣୀର ଲୋକଙ୍କ ସହିତ ମିଶ୍ରଣ, ନିଶାଦ୍ରବ୍ୟ ନିଷେଧ ଓ ନିଶା ନିବାରଣ, ସମାଜ ସେବା, ଯୌତୁକପ୍ରଥାର ବିରୋଧ, ବିବାହ ସମୟରେ ଅଯଥା ଅପବ୍ୟୟ ନକରିବା, କଳା, ସାହିତ୍ୟ ଓ ସଂସ୍କୃତି ଉପରେ ଆଗ୍ରହ ରଖିବା, ଏ ସବୁ ଉପରେ ଆଲୋକପାତ କରିବାକୁ ସକ୍ଷମ ହେବ । ଆଶାକରେ ଏହା ସହୃଦୟ ପାଠକ ଓ ପାଠିକାମାନଙ୍କର ପଠନଯୋଗ୍ୟ ହେବ ।

Categories: ,

Description

About the Author

ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ବରୁଣସିଂ ଗ୍ରାମରେ ଜନ୍ମ । ପିତା ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଓ ମାତା ମାଧବୀ ପାଣିଗ୍ରାହୀ । ଗାଁ, ନୀଳଗିରିରୋଡ଼ ହାଇସ୍କୁଲରୁ ମାଟ୍ରିକ୍ୟୁଲେସନ ପାସ୍ କରିବା ପରେ ସେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ ପ୍ରାଣୀ ବିଜ୍ଞାନରେ ସମ୍ମାନର ସହ ବିଏସ୍]ସି ଓ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରୁ ପ୍ରାଣୀ ବିଜ୍ଞାନରେ ଏମ୍]ଏସ୍]ସି ପାସ କରିଛନ୍ତି । ପରେ ସେ ଦିଲ୍ଲୀସ୍ଥିତ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଜିନେଟିକ୍ସରେ ଏମ୍]ଫିଲ୍ ଓ ପିଏଚ୍]ଡି ଉପାଧି ହାସଲ କରି କାନାଡ଼ାକୁ ଉଚ୍ଚଶିକ୍ଷା କରିବା ପାଇଁ ଆସିଲେ । ସମ୍ପ୍ରତି ସେ କାନାଡ଼ାର ଟରୋଣ୍ଟୋ ସହରରେ ଥିବା ପୃଥିବୀ ପ୍ରସିଦ୍ଧ ହସ୍]ପିଟାଲ୍ ଫର୍ ସିକ୍ ଚିଲଡ୍ରେନ୍]ରେ ଜିନେଟିକ୍]ସ ଏଣ୍ଡ ଜିନୋମିକ୍]ସ ବାଇୟୋଲଜିରେ ଗବେଷଣା କରୁଛନ୍ତି । ବୃତ୍ତିରେ ଜଣେ ବୈଜ୍ଞାନିକ ହେଲେ ହେଁ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଅନେକ ଆଗ୍ରହ ଓ ଶ୍ରଦ୍ଧା । କବିତା ଲେଖିବାକୁ ସେ ଭଲ ପାଆନ୍ତି ଓ କବିତାରେ ନିଜ ଗାଁ ମାଟିପାଣିର କଥା ସହ ଉତ୍କଳୀୟ ସଂସ୍କୃତିକୁ ବେଶ୍ ନିଖୁଣ ଭାବରେ ଅଙ୍କନ କରି ପାରନ୍ତି । ତାଙ୍କର ଦୁଇଟି କବିତା ସଙ୍କଳନ ‘ଫୁଲ ବଗିଚା'(୨୦୧୬) ଓ ‘ପ୍ରତିଚ୍ଛବି'(୨୦୧୭) କାବ୍ୟମୋଦୀ ପାଠକ ମହଲରେ ଆଦୃତ ହୋଇଛି । ଏଥିସହ ଅବସର ସମୟରେ ସେ ନାଟକରେ ଅଭିନୟ ଓ ଚିତ୍ରାଙ୍କନ କରିବାରେ ରୁଚି ରଖନ୍ତି । ନାଟକରେ ଅଭିନୟ କରିବା ଦୃଷ୍ଟିରୁ ଏବଂ ଉତ୍ତର ଆମେରିକାରେ ଓଡ଼ିଆ କଳା, ସାହିତ୍ୟ ଓ ସଂସ୍କୃତି ପ୍ରସାରଣ କରିବା ଯୋଗୁଁ ଆମେରିକାରେ ଥିବା ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍ ତରଫରୁ ତାଙ୍କୁ ‘କଳାଶ୍ରୀ’ ଉପାଧି ପ୍ରଦାନ କରାଯାଇଛି । ବିଜ୍ଞାନରେ ଗବେଷଣା ସମ୍ବନ୍ଧୀୟ ତାଙ୍କର ଅନେକ ଉଚ୍ଚକୋଟୀର ନିବନ୍ଧ ପୃଥିବୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ପତ୍ରପତ୍ରିକାରେ ପ୍ରକାଶପାଇଛି । ଓଡ଼ିଆରେ ମଧ୍ୟ ତାଙ୍କର ଅନେକ ପ୍ରବନ୍ଧ ଓ କବିତା ଭିନ୍ନ ଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇଛି । ଏବେ ସେ କାନାଡ଼ାର ଟରୋଣ୍ଟୋ ସହରରେ ପତ୍ନୀ ସବିତା, ପୁତ୍ର ସୋମନ ଓ କନ୍ୟା ଇନିକାଙ୍କ ସହିତ ଅବସ୍ଥାପିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 3 March 2022
  • Language ‏ : ‎ Oriya
  • Print length ‏ : ‎ 402 pages
  • ISBN-10 ‏ : ‎ 1645602516
  • ISBN-13 ‏ : ‎ 978-1645602514
  • Item Weight ‏ : ‎ 508 g
  • Dimensions ‏ : ‎ 13.97 x 2.26 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback