Availability: In Stock

Ipsita Akasha

400.00

ମାଟି ମୋର ଚିରକାଳପ୍ରିୟ । ଏଇ ଧୂଳି ମାଟିର ଧରଣୀରେ ବାରମ୍ବାର ଜନ୍ମ ନେଇ ଏକ ସାର୍ଥକଜୀବନ ଜୀଇଁବା ହିଁ ମୋ ପାଇଁ ମୋକ୍ଷର ପରିଭାଷା । କିନ୍ତୁ ଆକାଶ ମୋର ଚିର ଈପ୍]ସିତ । ମୁଁ ମାପି ପାରିନାହିଁ ତା’ର ବିସ୍ତୃତି, ନିର୍ଦ୍ଧାରିତ କରିପାରି ନାହିଁ ତା’ର ପରିସୀମା, ମୁଁ ଜାଣି ନାହିଁ କେତେ ଶୂନ୍ୟ ଯୋଗରେ ସେ ମହାଶୂନ୍ୟ । କିନ୍ତୁ ଆକାଶ ଶୂନ୍ୟ ହେଲେ ମଧ୍ୟ ଅସ୍ତିତ୍ୱବାଦର ପ୍ରତୀକ । ସ୍ୱପ୍ନର ଶେଷ ସୀମା । ତା’ ଆଗକୁ କିଛି ନାହିଁ, କଳ୍ପନାରେ ସୁଦ୍ଧା । ତେଣୁ ଯେବେଯେବେ ମୋତେ ଗପ ଲାଗେ ମୁଁ ଆକାଶୀମାୟାରେ ମଗ୍ନହୁଏ । ଜହ୍ନରାତି ପରି ବିଞ୍ôଚ ହୋଇପଡ଼େ ନିଜ ଭିତରେ । ଜୀବନର ମହକ ଆଘ୍ରାଣ କରିନିଏ । ଅନୁଭବର ନୀଳନିବିଡ଼ତାରେ ଉଚ୍ଛନ୍ନ ହୁଏ । ଯୋଗିନୀ ସାଜେ । ମନ୍ତ୍ରାବିଷ୍ଟ ହୁଏ । ଲେଖନୀ ଧରେ । ମୋ ବ୍ୟକ୍ତିଗତ ଖାଲିପଣ, ଦୁଃଖ ଓ ଅସହାୟତାକୁ ପାଲଟି ପକାଇ ସାର୍ବଜନୀନତାର ଶାଢ଼ି ପିନ୍ଧେ । ମନ୍ତୁରା ଶବ୍ଦମାନଙ୍କୁ ଗଢ଼େ ଭାଙ୍ଗେ । ସେଗୁଡ଼ିକୁ ଜାଳୁଥାଏ ବାରମ୍ବାର ଉଜ୍ଜ୍ୱଳ ହେବା ନିମନ୍ତେ । ଯେତେ ଜାଳୁଥାଏ, ମୁଁ ଭିତରେ ଭିତରେ ସେତେ ଜଳୁଥାଏ ନିଜସ୍ୱ ଦୁଃଖ ନୁହେଁ, ଚାରିପାଖ ମଣିଷଙ୍କ ଦୁଃଖ ସହ ଯୁଝେ, ପ୍ରେମରେ ଭିଜେ । ସେଇଥିରେ ବତୁରିଯିବାରେ ଓ ଅଙ୍କୁରି ଉଠିବାରେ ତ ମୋ ଲେଖିକା ପଣ । ବାସ୍], ଆଉ କିଛି ନୁହେଁ ।

ସାରା, ସୂର୍ଯ୍ୟାଂଶ, ରୋହିତ ଓ ପିଟରକୁ ପ୍ରିୟ ପାଠକମାନଙ୍କୁ ଉତ୍ସର୍ଗ କରୁଛି । ଆଶା ସେମାନେ ଚରିତ୍ରଗୁଡ଼ିକୁ ବୁଝିବେ, ହୃଦୟ ଦେଇ ।

Category:

Description

About the Author

ଜୀବନର ବହୁ ଅନୁଭୂତିକୁ ଛୋଟ ଛୋଟ ଗଳ୍ପର କାନ୍]ଭାସ୍ ମଧ୍ୟରେ ତୋଳି ଧରିବାର ପ୍ରୟାସ କରନ୍ତି ଲେଖିକା ସୌଭାଗିନୀ ପରିଡ଼ା । ତାଙ୍କ ସୃଷ୍ଟିର ସଂଖ୍ୟା ସୀମିତ ଅଥଚ ବହୁବର୍ଣ୍ଣା । ‘ଅମିତ୍ରାକ୍ଷର’, ‘ଅଥର୍ବ ଈଶ୍ୱର’ ଓ ‘ମୁଗ୍ଧ ମୃଗତୃଷ୍ଣା’ ଗଳ୍ପ ସଂକଳନ ତିନୋଟି ତାଙ୍କୁ ଗଳ୍ପ ସାହିତ୍ୟ ଜଗତରେ ପରିଚିତି ଆଣି ଦେଇଛି । ଲେଖିକାଙ୍କର ବହୁଗଳ୍ପ ଇଂରାଜୀରେ ଅନୂଦିତ ହୋଇ ପାଠକୀୟ ଆଦୃତି ଲାଭ କରିଛି । ‘ଈପ୍]ସିତ ଆକାଶ’ ଉପନ୍ୟାସଟି ମଧ୍ୟ ‘The Coveted Sky’ ନାମରେ ଇଂରାଜୀ ଭାଷାରେ ପ୍ରକାଶ ଅପେକ୍ଷାରେ । ଆଶା ଉପନ୍ୟାସଟି ପାଠକଙ୍କର ଦୃଷ୍ଟି ଆକର୍ଷଣ କରିବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 April 2024
  • Language ‏ : ‎ Oriya
  • Print length ‏ : ‎ 326 pages
  • ISBN-10 ‏ : ‎ 1645605124
  • ISBN-13 ‏ : ‎ 978-1645605126
  • Item Weight ‏ : ‎ 413 g
  • Dimensions ‏ : ‎ 13.97 x 1.85 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback