Availability: In Stock

Ganakabi Gopal Dash Sangruhita Rachanabali

1,100.00

ବିଂଶ ଶତାବ୍ଦୀର ପ୍ରାରମ୍ଭରେ ନାଟ୍ୟାଚାର୍ଯ୍ୟ ଗଣକବି ଗୋପାଳ ଦାଶ ଓଡିଆ ଯାତ୍ରା ଓ ଗୀତାଭିନୟ ଜଗତର ଏକ ଅସାଧାରଣ ପ୍ରତିଭା ଥିଲେ । ତତକାଳୀନ ରୁଚିହୀନ ଓ ଅନାକର୍ଷଣୀୟ ଓଡିଆ ଯାତ୍ରାକୁ ଯୁଗରୁଚି ଓ ଦର୍ଶକ ପ୍ରିୟ କରାଇବାରେ ସେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସେ ୧୮୭୬ ମସିହା ମେ ୩୦ ତାରିଖରେ ବର୍ତ୍ତମାନର କେନ୍ଦ୍ରାପଡ଼ା ଜିଲ୍ଲାର ପଳାସିଂହା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୮୯୮ ମସିହାରୁ ୧୯୩୯ ମସିହା ଭିତରେ ସେ ପ୍ରାୟ ୭୨ଖଣ୍ଡ ଗୀତାଭିନୟ, ବହୁ ସୁଆଙ୍ଗ, ଫାର୍ଶ, ଜଣାଣ, ଛାନ୍ଦ, ଚଉତିଶା ରଚନା କରି ଓଡିଆ ସାରସ୍ବତ ଭଣ୍ଡାରକୁ ସମୃଦ୍ଧ କରିଯାଇଛନ୍ତି । ସେ ଏକାଧାରରେ ଜଣେ ନାଟ୍ୟକାର, ସଂଗୀତଜ୍ଞ, ବାଦ୍ୟଶିଳ୍ପୀ, ନାଟ୍ୟ ନିର୍ଦ୍ଦେଶକ, ଓ କଳା ନିର୍ଦ୍ଦେଶକ ଭାବେ ମାତ୍ର ୨୨ବର୍ଷରେ ନିଜସ୍ବ ଯାତ୍ରାପାର୍ଟି ଗଠନ କରି ବଙ୍ଗ,ବିହାର, ଓଡିଶାରେ ଦୀର୍ଘ ୪୦ବର୍ଷ ଯାତ୍ରାଭିନୟ ପ୍ରଦର୍ଶନ କରି ଅଜସ୍ର ପ୍ରଶଂସା ସାଉଁଟି ଥିଲେ । ଏହି ମହାନ ନାଟ୍ୟାଚାର୍ଯ୍ଯଙ୍କ ୧୫୦ ତମ ଜନ୍ମବାର୍ଷିକ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ସାହିତ୍ଯ ପରିଷଦ ଆନୁକୂଲ୍ଯରେ ପ୍ରସିଦ୍ଧ ପ୍ରକାଶନୀ “ବ୍ଲାକ ଇଗଲ୍’ ପକ୍ଷରୁ ‘ଗଣକବି ଗୋପାଳ ଦାଶ ସଂଗୃହୀତ ରଚନାବଳୀ’ ପ୍ରକାଶିତ ।

Category:

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 25 August 2025
  • Language ‏ : ‎ Oriya
  • Print length ‏ : ‎ 908 pages
  • ISBN-10 ‏ : ‎ 1645607038
  • ISBN-13 ‏ : ‎ 978-1645607038
  • Item Weight ‏ : ‎ 1 kg 30 g
  • Dimensions ‏ : ‎ 13.97 x 5.13 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback