Availability: In Stock

E Jeeba Bhrame Akarane

165.00

‘ଏ ଜୀବ ଭ୍ରମେ ଅକାରଣେ’ କୈଳାସ ପାଣିଗ୍ରାହୀଙ୍କ ଦ୍ୱିତୀୟ ପ୍ରକାଶିତ ନାଟ୍ୟଗ୍ରନ୍ଥ। ୧୯୯୩ ରେ ମଂଚସ୍ଥ ଏଇ ନାଟକଟି ୩୨ବର୍ଷ ପରେ ମୁଦ୍ରିତ ହେବାକୁ ଯାଉଛି।

‘ଏ ଜୀବନ ଭ୍ରମେ ଅକାରଣେ’ ସାଧାରଣ ନିମ୍ନ ବର୍ଗର ମଣିଷ ମାନଙ୍କର ଜୀବଯାତ୍ରାର ସ୍ଥାନାନ୍ତର ଓ କାଳାନ୍ତରକୁ ବାସ୍ତବବାଦୀ ଶୈଳୀରେ ନାଟ୍ୟାୟିତ କରିଛି। ଏହାର ନିର୍ଦ୍ଦେଶନା, ଅଭିନୟ ଓ ଉପସ୍ଥାପନା ପାଇଁ ଲୋକନାଟକ ଉତ୍ସବର ବିଚାରକମାନେ “ରଂଗମଂଚ” ରାଉରକେଲା ପୁରସ୍କାର ପାଇଛି। ଆଶା କରୁଛୁ, ପ୍ରକାଶିତ ନାଟକ ରୂପରେ ଏହା ଓଡ଼ିଆ ନାଟ୍ୟ ଭଣ୍ଡାରକୁ ସମୃଦ୍ଧ କରିବ। ଏପରି ନାଟକ ମାଧ୍ୟମରେ ସମାଜର ଅବହେଳିତ ସାଧାରଣ ମଣିଷ ମାନେ ମଂଚ ଉପରେ ଠିଆ ହୋଇ ନାୟକ ହୁଅନ୍ତି। –ରମେଶ ପ୍ରସାଦ ପାଣିଗ୍ରାହୀ, ରସୁଲଗଡ଼, ଭୁବନେଶ୍ୱର

Category:

Description

About the Author

ସାମ୍ପ୍ରତିକ ଓଡ଼ିଆ ନାଟ୍ୟ ଯୁଗରେ କୈଳାସ ପାଣିଗ୍ରାହୀ (୧୯୫୯) ଏକ ପରିଚିତ ନାମ। ବିଗତ ଅର୍ଦ୍ଧ ଶତାବ୍ଦୀ ଭିତରେ ସେ ଜଣେ ମଂଚ, ଚଳଚ୍ଚିତ୍ର ଓ ଧାରାବାହିକ ମାନଙ୍କର ଅଭିନେତା ରୂପେ ନିଜକୁ ପ୍ରତିଷ୍ଠା କରିଛନ୍ତି। ଆହ୍ଲାବାଦ, ଚଣ୍ଡିଗଡ଼, ଦିଲ୍ଲୀ, ଭୋପାଲ୍], ଆସାମ୍], ବିଶାଖାପାଟଣା, ମୁମ୍ବାଇ ଓ କାଣ୍ଡଲା ପ୍ରଭୃତି ସହର ମାନଙ୍କରେ ସେ ଓଡ଼ିଆ ନାଟକ ମଂଚସ୍ଥ କରି ସୁନାମ ଅର୍ଜନ କରିଛନ୍ତି। ଜଣେ ନିର୍ଦ୍ଦେଶକ ରୂପେ ସେ ସାରା ଭାରତରେ ପରିଚିତ। କୈଳାସ ପାଣିଗ୍ରାହୀ ହେଉଛନ୍ତି ଓଡ଼ିଶାର ଏକମାତ୍ର ନାଟ୍ୟ ନିର୍ଦ୍ଦେଶକ ଯାହାଙ୍କ ନିର୍ଦ୍ଦେଶିତ ଭଗବତୀ ଚରଣ ପାଣିଗ୍ରାହୀଙ୍କ ଶିକାର ଗଳ୍ପ ଉପରେ ଆଧାରିତ ନାଟକ ‘ଘିନୁଆ’ ନ୍ୟାସ୍]ନାଲ୍ ସ୍କୁଲ ଅଫ୍ ଡ୍ରାମା (ଦିଲ୍ଲୀ) ଦ୍ୱାରା ନିର୍ବାଚିତ ହୋଇ ଭାରତର ୧୮ଟି ସହରରେ ପରିବେଷିତ ହୋଇଛି।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 November 2025
  • Language ‏ : ‎ Oriya
  • Print length ‏ : ‎ 92 pages
  • ISBN-10 ‏ : ‎ 164560778X
  • ISBN-13 ‏ : ‎ 978-1645607786
  • Item Weight ‏ : ‎ 118 g
  • Dimensions ‏ : ‎ 13.97 x 0.56 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback