Availability: In Stock

Dudiya

Author: Viswas Patil

210.00

‘ଡୁଡ଼ିୟା’ ଉପନ୍ୟାସଟି ଚିରାଚରିତ କାହାଣୀ ଉପସ୍ଥାପନା ଶୈଳୀକୁ ଅତିକ୍ରମ କରି ଅଳ୍ପ ପୃଷ୍ଠାରେ ମାଓବାଦ ସମସ୍ୟାର ଅନାସକ୍ତ ବ୍ୟବଚ୍ଛେଦ ଉପସ୍ଥାପନ କରିଛି। ଜଣେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟିରୁ ‘ଡୁଡ଼ିୟା’ ରଚିତ, ଯେଉଁଥିରେ ଛତିଶଗଡ଼ର ଆଦିବାସୀ ଅଧ୍ୟୁଷିତ ଜଙ୍ଗଲର ଯୁବତୀ ‘ଡୁଡ଼ିୟା’ଙ୍କୁ କେନ୍ଦ୍ରରେ ରଖି ଏକାଧିକ ହୃଦୟବିଦାରକ ଘଟଣାବଳୀ ଗତିଶୀଳ ହୋଇଛି। ସରକାରୀ ଅଧିକାରୀଙ୍କ ନିରଙ୍କୁଶ ଶୋଷଣ ଓ ନିର୍ଯାତନାରେ ଅତିଷ୍ଠ ହୋଇ ନିରୀହ ଆଦିବାସୀଙ୍କୁ ନକ୍ସଲଙ୍କୁ ତ୍ରାଣକର୍ତ୍ତା ଭାବେ ଗ୍ରହଣ କରିବାକୁ ପଡ଼ିଛି। ପରେ ସେହି ତ୍ରାଣକର୍ତ୍ତାମାନେ ଉତ୍ପୀଡ଼କର ଭୂମିକା ଗ୍ରହଣ କରିଛନ୍ତି। ଘଟଣାକ୍ରମେ ମୁଖ୍ୟ ଚରିତ୍ର ‘ଡୁଡ଼ିୟା’ଙ୍କ ବଡ଼ ଭାଇ ପୁଲିସରେ ଯୋଗ ଦେଇଛନ୍ତି। ଅପରପକ୍ଷେ ‘ଡୁଡ଼ିୟା’ ନିଜ ସମ୍ପ୍ରଦାୟର ଘୃଣ୍ୟ ପ୍ରଥାରୁ ବର୍ତ୍ତିବା ପାଇଁ ମାଓବାଦ ଗୋଷ୍ଠୀରେ ସାମିଲ ହୋଇଛନ୍ତି। ସେଠାରେ ସେ ଶିକ୍ଷା ଓ ଆତ୍ମବିଶ୍ଵାସ ପାଇଛନ୍ତି ସତ ହେଲେ ମାଓ ନେତାଙ୍କ ଯୌନ ଶୋଷଣ ତଥା ତାଙ୍କୁ ହତ୍ୟାକାରୀରେ ପରିଣତ କରାଯିବା ତାଙ୍କୁ ପୁଣି ଥରେ ମାଓବାଦ ପ୍ରତି ବିତୃଷ୍ଣ କରିଛି। ସେ ସେଠାରୁ ମୁକୁଳି ଆସି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଏବଂ ତାଙ୍କର ନୂଆ ପାରିବାରିକ ଜୀବନ ଆରମ୍ଭ ହୋଇଛି। ଶେଷରେ ମାଓବାଦୀ ଓ ସରକାରଙ୍କ ଛକାପଞ୍ଛା ମଧ୍ୟରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଉଛି। କିନ୍ତୁ ଆଉ ଏକ ବିସ୍ଫୋରଣ ‘ଡୁଡ଼ିୟା’ଙ୍କ ମନର ଗୂଢ଼ ପ୍ରଶ୍ନକୁ ଆହୁରି ଶକ୍ତିଶାଳୀ ରୂପେ ଉପସ୍ଥାପିତ କରିଛି ମାଓ-ପୁଲିସ ଲଢ଼େଇରେ ଆଉ କେତେ ନିରୀହ ଆଦିବାସୀ ବଳି ପଡ଼ିବେ?

Categories: ,

Description

About the Author

ମରାଠୀ ସାହିତ୍ୟର ପ୍ରଖ୍ୟାତ କଥାଶିଳ୍ପୀ ବିଶ୍ୱାସ ପାଟିଲ ୧୯୯୨ରେ ଉଦ୍]ବାସ୍ତୁ ଜୀବନର ସମସ୍ୟା ଉପରେ ଲିଖିତ ତାଙ୍କର ଉପନ୍ୟାସ ‘ଝଡାଝାଡତି’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ଶ୍ରୀ ପାଟିଲଙ୍କର ପ୍ରମୁଖ କୃତି ଗୁଡିକ ହେଲା ‘ଶମ୍ଭାଜୀ’, ପାନଗିରା, ରଣାଙ୍ଗନ, ମହାନାୟକ ଏବଂ ପାନିପତ । ସାହିତ୍ୟ ଏକାଡେମୀ ପୁରସ୍କାର ଭିନ୍ନ ଶ୍ରୀ ପାଟିଲ ଗଡକରୀ ଆୱାର୍ଡ, ଭାରତୀୟ ଭାଷା ପରିଷଦ ପୁରସ୍କାର, ଇନ୍ଦିରା ଗୋସ୍ୱାମୀ ପୁରସ୍କାର ଏବଂ ପ୍ରିୟଦର୍ଶିନୀ ଜାତୀୟ ସମ୍ମାନ ଆଦି ବହୁ ମର୍ଯ୍ୟାଦାଜନକ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି । ଭାରତର ପ୍ରମୁଖ ଐତିହାସିକ ଉପନ୍ୟାସ ଲେଖକ ଭାବେ ପରିଚିତ ହେଉଥିଲେ ସୁଦ୍ଧା ଶ୍ରୀ ପାଟିଲ ସାମାଜିକ ବାସ୍ତବତା ନେଇ ଅଧିକ ଉପନ୍ୟାସ ଲେଖିଛନ୍ତି । ଛତିଶଗଡର ନକ୍ସଲ ସମସ୍ୟା ଉପରେ ଆଧାରିତ ଏହି ଉପନ୍ୟାସ ତାହାର ଆଉ ଏକ ଉଜ୍ୱଳ ଉଦାହରଣ ।

ଅନୁବାଦକ ମହେନ୍ଦ୍ର ପ୍ରସାଦ ଭାରତର ବିଖ୍ୟାତ ଲେଖକ ସୁନୀଲ ଗଙ୍ଗୋପାଧ୍ୟାୟ, ମହାଶ୍ୱେତା ଦେବୀ, ଗିରୀଶ କନ୍ନଡ, ବିଶ୍ୱନାଥ ପ୍ରସାଦ ତିୱାରୀ, କୁଅଁର ନାରାୟଣ, ଶଶି ଥରୁର, ବୀରାପ୍ପା ମୋଇଲି, କୁଳଦୀପ ନାୟାର ଏବଂ ରସ୍କିନ ବଣ୍ଡ୍ ପ୍ରମୁଖଙ୍କ ଗଳ୍ପ, ଉପନ୍ୟାସ, କବିତା ଓ ଆତ୍ମଜୀବନୀ ଅନୁବାଦ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଅନୁବାଦ ଭିନ୍ନ ସେ ନିଜେ ବହୁ ଚମତ୍କାର କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି । ଇଂରାଜୀ ଏବଂ ଓଡିଆ ସମ୍ବାଦପତ୍ରରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରବନ୍ଧ ଲେଖୁଥିବା ଡ. ମହେନ୍ଦ୍ର ପ୍ରସାଦ ସଂପ୍ରତି ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ଶିକ୍ଷା ଓ ଅନୁସନ୍ଧାନ’ ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ଏଥି ସହିତ ସେ ୟୁନେସ୍କୋର ‘ଭାରତୀୟ ଜାତୀୟ ସଂହତି ଆୟୋଗ’ (ଆଇଏନ୍]ସିସିୟୁ), ‘ଅଲ୍ ଇଣ୍ଡିଆ କାଉନ୍]ସିଲ୍ ଅଫ୍ ଟେକନିକାଲ୍ ଏଜୁକେସନ୍]’, ‘ରମଣ ମାଗାସେସେ ପୁରସ୍କାର ଫାଉଣ୍ଡେସନ’, ‘ସାର୍ ଅନିରୁଦ୍ଧ ଜଗନ୍ନାଥ ପିସ୍ ଫାଉଣ୍ଡେସନ୍]’ ମରିସସ୍ ଆଦି ଆଦି ବହୁ ମର୍ଯ୍ୟାଦାଜନକ ଅନୁଷ୍ଠାନର ସଦସ୍ୟା ତଥା ନେପାଳ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶଦାତା ଅଛନ୍ତି ।

Product details

  • ASIN ‏ : ‎ B0B1995MYF
  • Publisher ‏ : ‎ Black Eagle Books
  • Publication date ‏ : ‎ 13 May 2022
  • Language ‏ : ‎ Oriya
  • Print length ‏ : ‎ 160 pages
  • ISBN-10 ‏ : ‎ 1645602753
  • ISBN-13 ‏ : ‎ 978-1645602750
  • Item Weight ‏ : ‎ 209 g
  • Dimensions ‏ : ‎ 13.97 x 0.94 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Mahendra Prasad