Availability: In Stock

Dhyana Geeta

300.00

ବାସ୍ତବରେ, ପ୍ରକୃତି ସିଧା ସଳଖ ଭାବେ କିଛି କରାଇ ଦିଏ ନାହିଁ । ତେଣୁ, ଶୁଦ୍ଧ ମନ ବା ଚେତନା ଦ୍ୱାରା ବିକାଶ ପାଇଁ ସମ୍ୟକ ଧ୍ୟାନର ଆବଶ୍ୟକତା ଜରୁରୀ । ପ୍ରତି କର୍ମରେ ଧ୍ୟାନ ଯୋଡ଼ିଗଲେ, ସ୍ୱୟଂର ଉର୍ଜ୍ଜା ସମ୍ୟକ ଚେତନାର ରୂପନେଇ, ପ୍ରେମ, ସେବା, ସତ୍ୟ ଓ ବିଶ୍ରାମରେ ପହଞ୍ଚାଇଦିଏ । ବର୍ହିଜଗତରେ ପ୍ରକଟିତ ହେଉଥିବା ଅହଂକାର, ଅଭିଯୋଗ, ହିଂସା, ଦ୍ୱେଷ, ମହତ୍ ଆକାଂକ୍ଷା ଇତ୍ୟାଦି ଜଳିପୋଡ଼ି ଅନ୍ତର୍ଜଗତରେ ଛପି ରହିଥିବା ଧନ୍ୟବାଦ, ଅହୋଭାବ, ସାଧୁବାଦ, ଦୟା, କ୍ଷମା, କରୁଣାରେ ରୂପାନ୍ତରିତ ହୋଇଯିବ । ସେହି ଶୁଦ୍ଧିକରଣର ନାମ ଧାର୍ମିକତା, ଧର୍ମ ନୁହେଁ । ଧାର୍ମିକତା ଆଧ୍ୟାତ୍ମିକତାର ପରମ ପୁଞ୍ଜି । ସେହି ମହାଯାତ୍ରାର ଚାରୋଟି ଘାଟ, ଯେଉଁ ଘାଟ ଦେଇ ସମ୍ୟକ ଜୀବାତ୍ମା କରନ୍ତି ସ୍ନାନ । ସେହି ଚାରିଘାଟର ନାମ ସାକ୍ଷୀ, ଧ୍ୟାନ, ସମାଧି ଓ ସୁମିରଣ । ଏହି ଚାରୋଟି ଯେଉଁଠି ଧାର୍ମିକତା ସେଇଠି । ଧ୍ୟାନୀର ସହଜ, ଜାଗୃତ ଓ ସମ୍ବେଦନଶୀଳ ସ୍ଥିତିରୁ ଅସ୍ଥିତ୍ୱର ସଙ୍ଗୀତ ଅନୁଭବ ଦିଏ । ଫଳରେ ସାକ୍ଷୀ, ଚୈତନ୍ୟ, ଆତ୍ମସତ୍ତା, ପରମାତ୍ମାର ଭୂମିରେ ମହାନିଦ୍ରାରେ ବିଶ୍ରାମ ନିଏ, ଯାହାକୁ କହନ୍ତି ସମାଧି ।

ସେହି ସମାଧିରୁ ବିକଶିତ ଜ୍ୟୋତି ସ୍ୱରୁପର ନାମ ଆସିଲା ଧ୍ୟାନ ଗୀତା, ଆନନ୍ଦ ଗୀତା ଓ ସାଧନା କଥାର ମିଳିତ ପ୍ରସାଦ । ଯାହାର ସାହାଯ୍ୟରେ ଜଣେ ଅତି ସାଧାରଣ ସଂସାରୀ ବୁଝିବାକୁ ସମର୍ଥ ହୋଇ ସ୍ୱୟଂର ଆତ୍ମଯାତ୍ରାରେ ପାଦଦେଇ ପାରିବ । ଏହି ଧ୍ୟାନ ଗୀତା ଅସ୍ଥିତ୍ୱର କଥା ଓ ଅନୁଭବର ବାର୍ତ୍ତା । ସେହି ପରମପୁରୁଷଙ୍କ ବିଭୂତିକୁ ପୁଷ୍ପାଞ୍ଜଳୀ ଦେବାର ଏକ କ୍ଷୁଦ୍ର ପ୍ରୟାସ ।

Category:

Description

About the Author

ଆଚାର୍ଯ୍ୟ ସ୍ୱାମୀ ଜଗନ୍ନାଥ ବିଶ୍ୱରେ ଜଣେ ଭିନ୍ନକ୍ଷମ ସଂବୁଦ୍ଧ ସନ୍ଥ । ତାଙ୍କରି ସଂସାରୀ ନାମ ଶ୍ରୀ ଜଗନ୍ନାଥ ନାୟକ । ୧୯୫୭ ମସିହା ଫେବୃୟାରୀ ୫ ତାରିଖ ଦିନ ଏକ ସାଧାରଣ ପରିବାରରେ ଜନ୍ମ ନେଇଥିଲେ । ସେ ପିତା ସ୍ୱର୍ଗତ ନୃସିଂହ ଚରଣ ନାୟକ ଓ ମାତା ସ୍ୱର୍ଗତ ଲକ୍ଷ୍ମୀପ୍ରିୟା ନାୟକଙ୍କର ଜ୍ୟେଷ୍ଠ ପୁତ୍ର । ତାଙ୍କର ବାଲ୍ୟକାଳ ଭଦ୍ରକ ଜିଲ୍ଲା (ଧୁଷୁରୀ) ଗ୍ରାମରେ ଅତିବାହିତ ହୋଇଛି । ଜନ୍ମରୁ ଦିବ୍ୟାଙ୍ଗ ଥିବାରୁ ମହାପ୍ରଭୁ ଜଗନ୍ନାଥଙ୍କର ପ୍ରସାଦ ମନେକରି ପରିବାର ବର୍ଗ ଶ୍ରଦ୍ଧାରେ ନାମ ରଖିଥିଲେ ଜଗନ୍ନାଥ । ୧୯୭୯ ମସିହାରେ ରବିଶଙ୍କର ବିଶ୍ୱବିଦ୍ୟାଳୟରେ ପୋଷ୍ଟ ଗ୍ରାଜୁଏସନ୍ କରୁଥିବା ବେଳେ ଭଗବାନ ଓଶୋଙ୍କର ସାନିଧ୍ୟ ପାଇଥିଲେ । କିନ୍ତୁ ଅସ୍ତିତ୍ୱର ନିର୍ଦ୍ଦେଶରେ ଓଶୋଙ୍କର କନିଷ୍ଠ ଭ୍ରାତା ସ୍ୱାମୀ ଶୈଳେନ୍ଦ୍ର ସରସ୍ୱତୀଙ୍କଠାରୁ ସନ୍ୟାସ ଦୀକ୍ଷା ନେଇଥିଲେ । ରାଉରକେଲା ଇସ୍ପାତ କାରଖାନାର ଜଣେ ଅଧିକାରୀ ଥାଇ, ସାଧନାର ଶିଖରକୁ ଯିବା ଏକ ବିରଳ ଦୃଷ୍ଟାନ୍ତ । ଗତ ଡିସେମ୍ବର ୧୭, ୨୦୦୬ ମସିହାରେ ତାଙ୍କର ପ୍ରଥମ ଘଟଣା ଘଟିଥିଲା । ସଦ୍]ଗୁରୁଙ୍କର ନିର୍ଦ୍ଦେଶରେ ତାଙ୍କୁ ଆଚାର୍ଯ୍ୟଶ୍ରୀ ଓଶୋ ଜଗନ୍ନାଥ ନାମରେ ନାମିତ କରାଗଲା । ବର୍ତ୍ତମାନ ସେ ଓଶୋ ସୁଗନ୍ଧ ଆଧ୍ୟାତ୍ମିକ ସଂସ୍ଥାର ଜଣେ ଆଚାର୍ଯ୍ୟ । ତାଙ୍କରି ପ୍ରଚେଷ୍ଟାରେ ଓଡ଼ିଶାର ରାଉରକଲା, ଭୁବନେଶ୍ୱର ଓ ପୁରୀଠାରେ ତିନୋଟି ଧ୍ୟାନକେନ୍ଦ୍ର ସ୍ଥାପିତ ହୋଇଛି । ଚାକିରିରୁ ଅବସର ପରେ, ବିଭିନ୍ନ ସ୍ଥାନରେ ସତ୍]ସଙ୍ଗ ଓ ଧ୍ୟାନ ସାଧନା ଶିବିରର ଆୟୋଜକ ଓ ସଂଚାଳକ । ତାଙ୍କରି ନିଶୁଳ୍କ ଧ୍ୟାନ ଅଭିଯାନର ସଫଳତା ପାଇଁ ଅସ୍ତିତ୍ୱ ନିକଟରେ ଅହୋଭାବ ପ୍ରକଟ କରୁଛି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 22 August 2023
  • Language ‏ : ‎ Oriya
  • Print length ‏ : ‎ 196 pages
  • ISBN-10 ‏ : ‎ 1645604403
  • ISBN-13 ‏ : ‎ 978-1645604402
  • Item Weight ‏ : ‎ 254 g
  • Dimensions ‏ : ‎ 13.97 x 1.14 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia