Availability: In Stock
Dhyana Buddhatwara Bigyana
₹300.00
ଶୂନ୍ୟ ବିଚାର ହିଁ ଆତ୍ମ ଜ୍ଞାନର ଉଦ୍]ଗମ, ଯାହାକୁ ଧ୍ୟାନ ବା ଅସ୍ତିତ୍ୱର ପରମ ଧ୍ୱନିକୁ ଶ୍ରବଣ କରିଥାନ୍ତି, ଅନୁଭବୀ । ସେହି ଏକା ବହୁମୂଲ୍ୟ ଘଟଣା । ଅତି ଆବଶ୍ୟକ, ଶୃଙ୍ଖଳା, ଶାନ୍ତି ଓ ସମାଧି ପାଇଁ । ତେବେ ଧ୍ୟାନରୁ ସମାଧି, ସମାଧିରୁ ସମ୍ବୋଧି (ଋଦ୍ଭକ୍ଷସଶଷଗ୍ଧରଦ୍ଭଜ୍ଞରଦ୍ଭଗ୍ଧ) ଉପଲବ୍ôଧ ସମ୍ଭବ । ଯାହାକୁ ଯୋଗର ଶିଖର ଓ ଅସ୍ତିତ୍ୱର ଅନ୍ତିମ ପ୍ରସାଦ କହିଥାନ୍ତି । ସେହି ବୁଦ୍ଧତ୍ୱ ଆମର ଚେତନାର କମଳ । (ୠକ୍ଷକ୍ଟଙ୍ଗରକ୍ସସଦ୍ଭଶ କ୍ଟଲ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ) କହନ୍ତି । ବ୍ୟକ୍ତିଗତ ଚେତନା ଯେବେ ବ୍ରହ୍ମ ଚୈତନ୍ୟ, ବା ଉକ୍ଟଗ୍ଦଜ୍ଞସମ ଉକ୍ଟଦ୍ଭଗ୍ଦମସକ୍ଟଙ୍କଗ୍ଦଦ୍ଭରଗ୍ଦଗ୍ଦ ସହିତ ମିଶି ଏକାକାର ହୁଏ, ତା\’ରି ସୁଗନ୍ଧ ଧରିତ୍ରୀରେ ଅଦିନ ବସନ୍ତ ଆଣେ ।
ସନ୍ଥ କହନ୍ତି, ଯେବେ କେହି ଆମ ଭିତରୁ ଉପଲବ୍ôଧ ପାଏ, ତାହା ଅସ୍ତିତ୍ୱର ଅନୁଦାନ ଜଗତବାସୀଙ୍କ ପାଇଁ । ତେଣୁ ସହଜ, ଜାଗୃତ, ଶାନ୍ତ ହୋଇ ପରମ ବିଶ୍ରାମ ପାଇବା ସମସ୍ତଙ୍କର ଅଧିକାର । କିନ୍ତୁ ସମ୍ୟକ ଧ୍ୟାନ ଓ ସମାଧି ଯାତ୍ରାରେ ପାଦ ଦେବା ଅତି ଜରୁରୀ ।
ସଂବୋଧି ବାସ୍ତବିକ ସମ୍ପଦ । ତାକୁ ଆବିଷ୍କାର କରିବାର କ୍ଷମତା ସମସ୍ତଙ୍କର ଅଛି । କେବଳ ସମ୍ୟକ ଶ୍ରମ, ଶୁଦ୍ଧ ଶ୍ରଦ୍ଧା ଓ ଅନ୍ତର ଶ୍ରବଣ କଲେ ଯଥେଷ୍ଟ ହେବ ।
ମନୁଷ୍ୟ ଜାତିର ଇତିହାସରେ ଆଗାମୀ ବର୍ଷ ବହୁତ ମହତ୍ତ୍ୱପୂର୍ଣ୍ଣ । ଯଦି ବଡ ଧରଣର ସମ୍ୟକ ଧ୍ୟାନର ଜାଗରଣ ସୁରୁ ନହୁଏ, କୋଟି କୋଟି ଲୋକ ଭୌତିକବାଦର ମହାଗର୍ଭରେ ପଡିବା ସୁନିଶ୍ଚିତ, ଯାହାକୁ କେହି ବଞ୍ଚାଇ ପାରିବେ ନାହିଁ । କେବଳ ବଞ୍ଚିବାର ଓ ବଞ୍ଚାଇବାର ଗୋଟିଏ ରାସ୍ତା ଆତ୍ମ ଜାଗରଣ । ତାହା ପାଇଁ ଏକ ସମ୍ୟକ ଓ ନିଶୁଳ୍କ ଧ୍ୟାନ ଅଭିଯାନରେ ଯୋଗଦାନ ଦେଇ, ସଂବୁଦ୍ଧ, ସମ୍ପୂର୍ଣ୍ଣ ଓ ସମାଧିସ୍ଥ ହୁଅନ୍ତୁ । ସେହି ପରିପ୍ରେକ୍ଷୀରେ ସମସ୍ତ ଦୃଶ୍ୟସ୍ଥ ଓ ଅଦୃଶ୍ୟସ୍ଥ ଆତ୍ମାଙ୍କୁ ବିନମ୍ର ପ୍ରଣତି । ସେହି ପରମ ଆବଶ୍ୟକତାରୁ ଉଦୟ ଏକ ଆମନ୍ତ୍ରଣ, ଯେଉଁ ଜାଗରଣର ସନ୍ଦେଶରୁ ଜନ୍ମ ନେଲା “ଧ୍ୟାନ ବୁଦ୍ଧତ୍ୱର ବିଜ୍ଞାନ” ।