Availability: In Stock

Dekha Hele Kahibi

Author: Sasmita Kar

190.00

ମନଗହନର କେଉଁ ଏକ ଅଜଣା ବିନ୍ଦୁରେ ଘୁମେଇଥିବା ଦୂର ଆକାଶର ନିଃସଙ୍ଗ ତରାଟିଏ ହେଇ ଦିକ୍]ଦିକ୍ କରୁଥାଏ କିଛି କଥା, ବେଦନା ଓ ବ୍ୟଥା । କେତେବେଳେ ସେ ବେଦନା ବର୍ଷା ହେଇ ଝରିଝରି ଯାଏ ରାଣୀର ଓଢ଼ଣୀରେ (ରାଣୀର ଓଢ଼ଣୀରେ ବର୍ଷା) ତ ଆଉ କେବେ ରୁନ୍ଧି ହୋଇଯାଏ ପରୀର ଅଧାଲେଖା ଭାଗ୍ୟରେ (ମଧୁବାବୁ ସଙ୍ଗେ ଲଢ଼ିବି) । ପୁଣି କେବେ ସେ ବ୍ୟଥା ପାଲଟିଯାଏ ରାକ୍ଷସୀ ସୂର୍ପଣଖାର ଛଳଛଳ ପ୍ରେମର ନୈବେଦ୍ୟ (ଯୁଗେ ଯୁଗେ ସୂର୍ପଣଖା) ତ ଆଉ କେବେ ମହାପରାକ୍ରମୀ ମହିଷାସୁରର ଆହତ ଅଭିମାନ (ମହିଷାସୁର) । କେବେ ‘ବିଶ୍ୱାବସୁର ଦିଅଁ’ ସାଜି କବିତା ଉଚ୍ଛୁଳାଇଦିଏ ଭକ୍ତିର ପ୍ଲାବନ । କେବେ ପୁଣି ସାଧାରଣ ମଣିଷର ଅତି ସାଧାରଣ କଥା ପରି ମୋ କବିତା ସୃଷ୍ଟି କରେ ‘ସବା ପଛ ମଣିଷ’ ଅବା ‘ନିଃସଙ୍ଗ ଜୀବନ’ । ଗତାନୁଗତିକ ଜୀବନର ଅନୁଭୂତି କବିତାର କୋମଳ ସ୍ପର୍ଶରେ ଋଦ୍ଧିମନ୍ତ । ସାମ୍ପ୍ରତିକ ସମାଜର ଅସଂଖ୍ୟ ଘଟଣା ଓ ଚରିତ୍ରର ବେଦନା । ସେଇମାନଙ୍କ ଭିତରେ ନିଜକୁ ଖୋଜି ପାଇବାକୁ ସ୍ୱତନ୍ତ୍ର ଆବେଦନ । ସମାଜକୁ ଜାଗରୁତ କରାଇବାକୁ ପ୍ରତିବଦ୍ଧତା । କବିତା ପଢ଼ି ମୋହାଚ୍ଛନ୍ନ ହୋଇଯାଏ ପାଠକ । ନିଜକୁ ଏକ ଚରିତ୍ର ଭାବେ ଛିଡ଼ାକରେ । ଓଡ଼ିଆ ସାହିତ୍ୟ ଜଗତର ଏକ ନମ୍ର ସାରସ୍ୱତ ଉଚ୍ଚାରଣ ‘ଦେଖା ହେଲେ କହିବି’ ।

Category:

Description

About the Author

ଡକ୍ଟର ସସ୍ମିତା କର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶିକ୍ଷାରେ ପିଏଚ୍].ଡି ଉପାଧି ପ୍ରାପ୍ତ । ସମ୍ପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗରେ ସହକାରୀ ଅଧ୍ୟାପିକା ଭାବେ କାର୍ଯ୍ୟରତ । ଡ. ସସ୍ମିତାଙ୍କ ଯୋଗ ସମ୍ବନ୍ଧୀୟ ପୁସ୍ତକ ‘ନାରୀ ସ୍ୱାସ୍ଥ୍ୟ ଓ ଔଷଧବିହୀନ ଉପଚାର’ ଏବଂ ଶିକ୍ଷା ସମ୍ବନ୍ଧୀୟ ପୁସ୍ତକ Educational Thought and Practice ପୂର୍ବରୁ ପ୍ରକାଶିତ । ‘ଗୋଟେ ଗାଉଁଲି ଝିଅର କଥା’ ପରେ ‘ଦେଖା ହେଲେ କହିବି’ ତାଙ୍କର ଦ୍ୱିତୀୟ କବିତା ସଂକଳନ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 August 2022
  • Language ‏ : ‎ Oriya
  • Print length ‏ : ‎ 142 pages
  • ISBN-10 ‏ : ‎ 1645603105
  • ISBN-13 ‏ : ‎ 978-1645603108
  • Item Weight ‏ : ‎ 186 g
  • Dimensions ‏ : ‎ 13.97 x 0.84 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback