Availability: In Stock

Dehi O Anyanya Galpa

170.00

ଅମୁଲ୍ୟମଣି ମିଶ୍ର, ସର୍ବଦା ନିଆରା ବିଷୟବସ୍ତୁକୁ ନେଇ ଗଳ୍ପ ଲେଖାଲେଖି କରୁଥିବା ଜଣେ ପ୍ରତିଭାଶାଳୀ ଲେଖିକା । ଅସ୍ଥାୟୀ ଜୀବନ, ଭାବନା, ଭାବପ୍ରବଣତା ଆଦି ତାଙ୍କ ଲେଖାର ମୂଳ ପୁଞ୍ଜି । ଅଧିକାଂଶ ଗଳ୍ପରେ ଆଧୁନିକ ସମାଜର ମଣିଷର ସ୍ଥିତି ଆଧୁନିକ ମାନସିକତା, ପ୍ରାକୃତିକ ପରିବେଶ ଆଦି ତାଙ୍କ ଗଳ୍ପଗୁଡ଼ିକୁ ପରିପୁଷ୍ଠ କରିଛି ।

– ବୀଣାପାଣି ମହାନ୍ତି, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖିକା

ପ୍ରଗତିଶୀଳ ଚିନ୍ତାଧାରା, ବକ୍ତବ୍ୟରେ ସ୍ୱଚ୍ଛତା ଏବଂ ବିଷୟବସ୍ତୁରେ ପରୀକ୍ଷାନିରୀକ୍ଷା ପାଇଁ ଅମୁଲ୍ୟମଣି ମିଶ୍ର ତାଙ୍କର ସମସାମୟିକ ଗାଳ୍ପିକାମାନଙ୍କଠାରୁ ଅଲଗା ବାରି ହୋଇପଡ଼ନ୍ତି । ନାରୀମନର ଅତଳ ବିତଳକୁ ସେ ଯେଉଁଭଳି ତନ୍ନତନ୍ନ କରି ଆବିଷ୍କାର କରନ୍ତି ତାହା ଆମକୁ ବିସ୍ମିତ କରେ । ଭାବପ୍ରବଣରେ ସ୍ୱାଚ୍ଛନ୍ଦ୍ୟସହ ପରିବେଶ ଅନୁକୂଳ ଶବ୍ଦ ବ୍ୟବହାର ତାଙ୍କର ଆଉ ଏକ ଦକ୍ଷତା । ମୁଁ ତାଙ୍କ ଗଳ୍ପଗୁଡ଼ିକର ଜଣେ ମୁଗ୍]ଧ ପାଠକ ।

– ଗୌରହରି ଦାସ, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖକ

 

ଗଳ୍ପର ବିଷୟବସ୍ତୁ ଉପରେ ଅଧିକ ଧ୍ୟାନ ଦେଉଥିବା ଲେଖିକା । ତାଙ୍କର ସମସ୍ତ ଗଳ୍ପର ପ୍ଲଟ୍]ଗୁଡ଼ିକ ଚିରାଚରିତ ଢାଞ୍ଚାଠାରୁ ଭିନ୍ନ । ଲେଖାରେ ମୌଳିକତା ବଜାୟ ରଖିବା ସହ ନୂଆନୂଆ ଧାରା ପ୍ରୟୋଗକରି ଗଳ୍ପ ଲେଖୁଥିବା ଜଣେ ଅନନ୍ୟ କଥାକାର । ତାଙ୍କ ମତରେ ଯଦି ସଠିକ୍ ବିଷୟବସ୍ତୁ ଚୟନ ନ କରାଯାଏ ତେବେ ଲେଖାଟି ଉନ୍ନତମାନର ହେବନାହିଁ । ତାଙ୍କ ସହ ମୁଁ ଏକମତ ।

– ଶକୁନ୍ତଳା ବଳିୟାରସିଂ, ସାହିତ୍ୟ ଅକାଦେମୀ ପୁରସ୍କାରପ୍ରାପ୍ତ ଲେଖିକା

ସମକାଳୀନ ଗପ ଲେଖିକା ଭାବେ ଅମୁଲ୍ୟମଣି ମିଶ୍ର ନିଜର ରାସ୍ତା ତିଆରି କରିସାରିଛନ୍ତି । ଜୀବନର ବହୁବିଧ ଅନୁଭୂତି ଅସଂଗତି, ନିଚ୍ଛକ ଚରିତ୍ର ଚୟନ ଓ ଚିତ୍ରଣ ତାଙ୍କ ଗଳ୍ପର ମୂଳଦୁଆ । ସମକାଳର ଅନେକ ଚିତ୍ର ତାଙ୍କ ଗପଗୁଡ଼ିକରେ ଅଙ୍କିତ ହୋଇଛି ନିଷ୍ଠାପର ଭାବେ । ବଞ୍ôଚବାର ଏକ ନିରୁତା ଅନ୍ୱେଷଣ ହିଁ ତାଙ୍କ ଗଳ୍ପର ଆତ୍ମା ଓ ତାଙ୍କର ଗଳ୍ପକଳା ।

– ଅଜୟ ସ୍ୱାଇଁ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖକ

Category:

Description

About the Author

ଅଭିବକ୍ତ କୋରାପୁଟ ଜିଲ୍ଲାର ପାହାଡ଼ପର୍ବତ ଘେରା ରାୟଗଡ଼ ସହରରେ ଜନ୍ମିତ ଶ୍ରୀମତୀ ଅମୁଲ୍ୟମଣୀ ମିଶ୍ରଙ୍କ ପାଇଁ ଲେଖିବା ଅର୍ଥ ହେଉଛି ଆତ୍ମଅନୁଶୀଳନ କରିବା! ଭଲମନ୍ଦ ଭିତରେ ପାର୍ଥକ୍ୟ ଜାଣି ନ ପାରିଲେ କେହି ଜଣେ ଭଲ ଲେଖକ ହୋଇପାରିବ ନାହିଁ । ନିଜ ଜନ୍ମମାଟିରେ ସ୍କୁଲ ଶିକ୍ଷା ଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱ ବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ଗୃହବିଜ୍ଞାନରେ ସ୍ନାତକୋତ୍ତର ଏବଂ ବି.ଏଡ୍]. ଶିକ୍ଷା ସମାପ୍ତ ପରେ ଶିକ୍ଷା ବିଭାଗରେ ଅଧ୍ୟାପନା କାର୍ଯ୍ୟାରମ୍ଭ କରିଥିଲେ । ସମ୍ବାଦ ସାହିତ୍ୟ ପୃଷ୍ଠା ‘କଥା’, ‘କାଦମ୍ବିନୀ’, ‘ଝଙ୍କାର’ ଭଳି ବହୁ ପ୍ରମୁଖ ପତ୍ରପତ୍ରିକାରେ ତାଙ୍କ ଗଳ୍ପ ପ୍ରକାଶିତ ହୋଇ ପାଠକ ଓ ଗାଳ୍ପିକ ମହଲରେ ବେଶ୍ ପ୍ରତିଷ୍ଠା ଆଣିଛି । ପ୍ରକାଶିତ ଗଳ୍ପ ପୁସ୍ତକ ଏକବିଂଶ ଶତାବ୍ଦୀର ଝିଅ, ବୃଷନାଭ ତୃଣ, ଏକ ଦାଦନ କାହାଣୀର ଭିନ୍ନ ସମାପନ, ଜୀବନ ତୁ କେମିତି!, ସେ ଦିନର ସେ ବର୍ଷାବିନ୍ଦୁ । କବିତା ସଂକଳନ କବିତା ପାଇଁ ସମାଧି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 June 2021
  • Language ‏ : ‎ Oriya
  • Print length ‏ : ‎ 122 pages
  • ISBN-10 ‏ : ‎ 1645601935
  • ISBN-13 ‏ : ‎ 978-1645601937
  • Item Weight ‏ : ‎ 163 g
  • Dimensions ‏ : ‎ 13.97 x 0.74 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback