Availability: In Stock

Debajana

350.00

କଥା ପ୍ରସଙ୍ଗରେ ଏକଦା ମୁଁ ବାପାଙ୍କୁ ବିନମ୍ର ଅନୁରୋଧ କରିଥିଲି ବିଭୂତି ଭୂଷଣଙ୍କ ‘ଦେବଯାନ’ ନାମକ ଉପନ୍ୟାସଟିକୁ ଅନୁବାଦ କରିବା ନିମିତ୍ତ । ସେ ତାଙ୍କର ଏହି ଗେହ୍ଲା ପୁତ୍ରଟିର କଥା ରକ୍ଷାକରି ଗ୍ରୀଷ୍ମକାଳର ଦ୍ୱିପ୍ରହର ବେଳରେ ଧ୍ୟାନସ୍ଥ ହୋଇ ଅନୁବାଦ କରୁଥିଲେ ‘ଦେବଯାନ’ ଉପନ୍ୟାସଟିକୁ ।

ଅନୁବାଦ ଅଳ୍ପଦିନ ମଧ୍ୟରେ ଶେଷ ହୋଇଯାଇଥିଲା । କିନ୍ତୁ ବାପାଙ୍କ ଆୟୁଷ ନଥିଲା ସୁଦୀର୍ଘକାଳ । ମୁଁ ଆନ୍ତରିକ ଭାବରେ ଚାହୁଁଥିଲି ଯେ ବାପାଙ୍କ ଜୀବିତାବସ୍ଥାରେ ଏହା ପ୍ରକାଶିତ ହେଉ । ମାତ୍ର ମୋ ଇଚ୍ଛା ଇଚ୍ଛାମୟଙ୍କ ଦ୍ୱାରା ଗୃହୀତ ହୋଇନଥିଲା । ଉପନ୍ୟାସଟିକୁ ପାଠକରିବା ପାଇଁ ବାପା ମୋତେ ବାରମ୍ବାର ମନେ ପକାଇଦିଅନ୍ତି । ଉପନ୍ୟାସଟିକୁ ଯେତେବେେଳେ ପାଠକଲି ସ୍ତମ୍ଭୀଭୂତ ହୋଇ ରହିଯାଇଥିଲି ମୁଁ । ଏହାର ବିଷୟବସ୍ତୁ ହେଉଛି ମୃତ୍ୟୁ ପରବର୍ତ୍ତୀ ଜୀବନର ବିଭିନ୍ନ ସ୍ତରର ବୈଚିତ୍ର]୍ୟପୂର୍ଣ୍ଣ ଅନୁଭୂତି । ବିଭୂତି ଭୂଷଣ ବନ୍ଦୋପଧ୍ୟାୟ ଏହି ଦୃଶ୍ୟମାନ ଜଗତର ଅନ୍ତରାଳରେ ରହିଥିବା ଅଦୃଶ୍ୟ ଜଗତ ଉପରେ ଆସ୍ଥାଶୀଳ ନଥିଲେ, ଏପରି ନୂତନ କଳ୍ପନାର ଡେଣା ତାଙ୍କ ସ୍ରଷ୍ଟାମାନସରେ ମେଲିଯାଇନଥା’ନ୍ତା । ତେବେ ସେ ଯାହା ହେଉନା କାହିଁକି ବିଭୂତି ଭୂଷଣଙ୍କ ‘ଦେବଯାନ’ ଏ କ୍ଷେତ୍ରରେ ପ୍ରତ୍ୟେକଟି ପାଠକଙ୍କ ନିମିତ୍ତ ଯେ ନେଇଆସିବ ଏକ ନୂତନ ଆହ୍ୱାନ ଓ ଆକର୍ଷଣ ଏଥିରେ ଦ୍ୱିମତ ନାହିଁ । ସାହିତ୍ୟିକ, ମନସ୍ତାତ୍ତ୍ୱିକ, ବୈଜ୍ଞାନିକ, ପାରଲୌକିକ ଏ ସବୁ ଦୃଷ୍ଟିରୁ ଉପନ୍ୟାସଟିର କଳାତ୍ମକ ସାଫଲ୍ୟ ଯେ ଅସାମାନ୍ୟ ଏହା ଯେକୌଣସି ଅନ୍ତର୍ଦୃଷ୍ଟି ସମ୍ପନ୍ନ ପାଠକ ଅନୁଭବ କରିପାରିବେ ନିଶ୍ଚୟ ।

—ମଣୀନ୍ଦ୍ର କୁମାର ମେହେର

Categories: ,

Description

About the Author

୧୮୯୪ ମସିହା ସେପ୍ଟେମ୍ବର ମାସରେ କାଞ୍ଚଡ଼ାପଡ଼ା ହାଲି ସହରର ନିକଟବର୍ତ୍ତୀ ମୁରାତିପୁର ଗ୍ରାମରେ ନିଜ ମାମୁ ଘରେ ଏହି ମହାନ୍ ଲେଖକଙ୍କର ଆବିର୍ଭାବ ହୋଇଥିଲା । ମାଆ ଥିଲେ ମୃଣାଳିନୀ ଦେବୀ, ଆଉ ଜନ୍ମଦାତା ମହାନନ୍ଦ ବନ୍ଦୋପାଧ୍ୟାୟ । ପାଞ୍ଚ ବର୍ଷ ବୟସରେ ଗ୍ରାମ୍ୟ ଚାଟଶାଳୀରେ ପ୍ରବେଶ କରିଥିଲେ ବିଭୂତି ଭୂଷଣ । ମାତ୍ର ସେ ଥିଲେ ସର୍ବଦା ଭ୍ରମଣପ୍ରିୟ । ପାଲା ଗାୟକ ତାଙ୍କ ପିତାଙ୍କ ସହିତ ସେଥିପାଇଁ ନାନା ସ୍ଥାନ ଘୂରି ବୁଲିବାରେ ସେ ଅନୁଭବ କରୁଥିଲେ ଅତୁଳନୀୟ ଆନନ୍ଦ । ଇଚ୍ଛାମତୀ ନଦୀକୂଳ ଥିଲା ତାଙ୍କର ଅତିପ୍ରିୟ । ପରବର୍ତ୍ତୀ ସମୟରେ କଲିକତା ରିପନ କଲେଜ୍], ଯାହା ସଂପ୍ରତି ସୁରେନ୍ଦ୍ରନାଥ କଲେଜ ନାମରେ ନାମିତ, ସେଥିରେ ଅଧ୍ୟୟନ କରୁଥିଲେ ଲେଖକ । ସେହି ସମୟରେ ହିଁ କଲେଜ ମାଗାଜିନ୍]ରେ ତାଙ୍କର ପ୍ରଥମ କବିତା ଓ ପ୍ରବନ୍ଧ ପ୍ରକାଶିତ ହୋଇଥିଲା । ସେହି କଲେଜ ଜୀବନରେ ରବୀନ୍ଦ୍ରନାଥଙ୍କ ସହିତ ତାଙ୍କର ପ୍ରଥମ ସାକ୍ଷାତ । ରବୀନ୍ଦ୍ରଙ୍କ ପାଦଧୂଳିରେ ବିଭୂତିଙ୍କ ମସ୍ତକ ହୋଇଥିଲା ଆଶିଷ-ଆର୍ଦ୍ର । ପରେ ଆରମ୍ଭ ହୁଏ ତାଙ୍କର ଶିକ୍ଷକତା । ଲେଖାହୁଏ ଗୋଟିକ ପରେ ଗୋଟିଏ ଗଳ୍ପ ଓ ଉପନ୍ୟାସ । ଜୀବନର ଦୁଃଖାନୁଭୂତି ବ୍ୟକ୍ତ କରିବାରେ ସେ ଲାଭ କରୁଥିଲେ ପୂର୍ଣ୍ଣତା । ଗୋଟିଏ ପାଖରେ ଶିକ୍ଷକ ଜୀବନ, ଅପର ପାଶ୍ୱର୍ରେ ସାହିତ୍ୟ ସ୍ରଷ୍ଟାର ସାଧନା । ତାଙ୍କ ବିରଳ ଅବଦାନରେ ସମୃଦ୍ଧ ହୋଇ ଉଠିଥିଲା ବଙ୍ଗଳା ସାହିତ୍ୟ । ‘ଅପରାଜିତ’, ‘ଆରଣ୍ୟକ’, ‘ଆଦର୍ଶ ହିନ୍ଦୁ ହୋଟେଲ’, ‘ଅନୁବର୍ତ୍ତନ’ ଆଦି ଉପନ୍ୟାସ ତାଙ୍କ ଶିଳ୍ପୀ ଜୀବନର ଏକ ପ୍ରଜ୍ଜ୍ୱଳିତ ଦୀପଶିଖା । ସେ ମଧ୍ୟ ସବୁପ୍ରକାର ଗଳ୍ପ ରଚନା କରିଛନ୍ତି । ଏହାରି ମଧ୍ୟରେ ବିତିଯାଇଛି ତାଙ୍କର ବୈବାହିକ ଜୀବନ ପ୍ରଥମ ଓ ଦ୍ୱିତୀୟବାର ବିବାହ ବନ୍ଧନରେ ଛନ୍ଦି ହୋଇ । ନିଜ ଏହି ବିବାହିତ ବାତାବରଣ ମଧ୍ୟରେ କାହାକୁ ଜୀବନ-ସଙ୍ଗିନୀ କରିନପାରି ସେ ପୁନଶ୍ଚ ଆକୃଷ୍ଟ ହୋଇଛନ୍ତି ଅନ୍ୟ ମାନବୀ-ସତ୍ତା ପ୍ରତି ।

ସ୍ୱଭାବକବି ଗଙ୍ଗାଧର ମେହେରଙ୍କ କନିଷ୍ଠ ପୌତ୍ର ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମେହେର ବିଭୂତି ଭୂଷଣଙ୍କ ସାହିତ୍ୟ କୃତିର ଥିଲେ ଜଣେ ଦରଦୀ ପାଠକ । ତାଙ୍କର ଶ୍ରେଷ୍ଠ ଗଳ୍ପଗୁଡ଼ିକ ଅତ୍ୟନ୍ତ ଆଗ୍ରହର ସହିତ ସେ ଅନୁବାଦ କରିଛନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 27 January 2024
  • Language ‏ : ‎ Oriya
  • Print length ‏ : ‎ 290 pages
  • ISBN-10 ‏ : ‎ 1645605116
  • ISBN-13 ‏ : ‎ 978-1645605119
  • Item Weight ‏ : ‎ 372 g
  • Dimensions ‏ : ‎ 13.97 x 1.65 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

select-format

Paperback

Language

Odia

Translator

Kishore Chandra Meher, Manindra Kumar Meher