Availability: In Stock

Chinta Chetanara Swara

Author: Bigyani Das

240.00

ଜୀବନରେ ଅନେକ କିଛି ଅନୁଭବ ଆସେ । କେବେକେବେ ଖୁସିର ଅନୁଭବ ତ କେବେକେବେ ଦୁଃଖର ଅନୁଭବ । କିଛି ଅନୁଭବ ଅନେକ ସମୟରେ ମନରେ କେବଳ ସ୍ମୃତି ହୋଇ ରହିଯାଆନ୍ତି । ଆଉ କେତେକ ଅନୁଭବ, ନିଜକୁ ପ୍ରତି ମୂହୁର୍ତ୍ତରେ ଉଦ୍ବେଳିତ କରନ୍ତି । ଯେଉଁ ଅନୁଭବ ସହିତ ଭାବପ୍ରବଣତା ସଂଯୁକ୍ତ ରହିଥାଏ, ଯେଉଁ ସବୁ ଅନୁଭବକୁ ଅଜାଗା ଘା’ ଭଳି ଅନ୍ୟ କାହା ଆଗରେ କହି ହୁଏନି, ସେ ଅନୁଭବ ସମସ୍ତ ମନକୁ ସଦା ଆନ୍ଦୋଳିତ କରି ରଖନ୍ତି । ସେମାନେ ଶବ୍ଦ ସୃଷ୍ଟି କରନ୍ତି, ଶବ୍ଦକୁ ଖଞ୍ଜି ଦେଇ ବାକ୍ୟ ସୃଷ୍ଟି କରନ୍ତି ଓ ବେଳେବେଳେ ଗୀତ ଖଞ୍ଜି ସ୍ୱର ବି ଦିଅନ୍ତି । ସେତେବେଳେ ମନ ଅସ୍ଥିର ହୁଏ । ସେସବୁ ଅନୁଭବକୁ ଲେଖି ନ ପକାଇବା ପର୍ଯ୍ୟନ୍ତ ମନ ଆନ୍ଦୋଳିତ ରହୁଥାଏ, କିନ୍ତୁ ଲେଖି ସାରିବା ପରେ ପ୍ରଶାନ୍ତି ଆସେ, ମନ ସ୍ଥିର ହୁଏ । ଦୈନନ୍ଦିନ ଜୀବନର ଅନ୍ୟ ସବୁ ଦାୟିତ୍ୱ ଉପରେ ମନୋନିବେଶ କରିବାକୁ ସମୟ ମିଳେ ।

ମୋ ଭିତରର ଚିନ୍ତା, ଚେତନାର ସ୍ୱରକୁ ଶୁଣି ରଚନା କରିଥିବା କିଛି କବିତାକୁ ନେଇ ମୁଁ ଏ କବିତା ପୁସ୍ତକଟିରେ ମାଳାଟିଏ ଗୁନ୍ଥିଛି । ଆଶା, ମୋର ଏ ମାଳାଟି ପାଠକ, ପାଠିକା ମାନଙ୍କର ହୃଦୟକୁ ଛୁଇଁପାରିବ ।

–ଡକ୍ଟର ବିଜ୍ଞାନୀ ଦାସଡେଟନ୍], ମେରୀଲାଣ୍ଡ

Category:

Description

About the Author

ଡକ୍ଟର ବିଜ୍ଞାନୀ ଦାସ ଜଣେ ଗାଣିତିକ ବିଜ୍ଞାନୀ (ମାଥମେଟିକାଲ ସାଇଣ୍ଟିଷ୍ଟ୍) ଓ ସଂପ୍ରତି ନୋଆ (ନେସ୍]ନାଲ୍] ଓସେନିକ୍] ଆଣ୍ଡ୍ ଆଟମୋସ୍ଫେରିକ ଆଡ୍]ମିନିଷ୍ଟ୍ରେସନ୍])ରେ କାମ କରନ୍ତି । ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀରେ ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଥିଲେ ।ଏଇ କବିତା ସଙ୍କଳନଟି ଡକ୍ଟର ବିଜ୍ଞାନୀ ଦାସଙ୍କର ଦ୍ଵିତୀୟ କବିତା ସଙ୍କଳନ ଓ ଏକାଦଶତମ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ “ସଂପର୍କ” ୨୦୦୧ରେ ଓ ତାଙ୍କର ପ୍ରଥମ କବିତା ସଙ୍କଳନ “ସଂପର୍କର ସେତୁ” ୨୦୧୫ରେ ପ୍ରକାଶିତ ହୋଇଥିଲା । ଏହା ମଧ୍ୟରେ ତାଙ୍କର ଅନ୍ୟ ୭ଟି ଗଳ୍ପ ସଙ୍କଳନ, “ରହସ୍ୟ” ୨୦୧୩ରେ, “ଅଣାୟତ ଭାଗ୍ୟ” ୨୦୧୭ରେ, “ମାନିଲେ ଦେବତା” ୨୦୧୯ରେ, “ବଦଳି ଯାଉଥିବା ପୃଥିବୀ” ଓ “ବିଚିତ୍ର ମନ” ୨୦୨୨ରେ, “ଈଶ୍ୱରଙ୍କ ହସ” ୨୦୨୩ରେ ଓ “ଶିଷ୍ଟାଚାର” ୨୦୨୪ରେ ପ୍ରକାଶିତ ହୋଇଛି । ତାଙ୍କର ଉପନ୍ୟାସ “ବସନ୍ତ ପଲ୍ଲବୀ” ୨୦୧୮ରେ ପ୍ରକାଶିତ ହୋଇଛି । ଏତଦ୍] ବ୍ୟତୀତ ସେ ଦୁଇଟି ସଙ୍ଗୀତ କ୍ୟାସେଟ୍], “ମନତରଙ୍ଗ” ଓ “କୁସୁମାଞ୍ଜଳି”ର ଲିରିସିଷ୍ଟ୍ । ଡକ୍ଟର ବିଜ୍ଞାନୀ ଦାସଙ୍କର ଗଳ୍ପ ଓ କବିତା ସମସ୍ତ ତାଙ୍କର ପ୍ରବାସୀ ଜୀବନର ଅଭିଜ୍ଞତା ଉପରେ ଆଧାରିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 September 2025
  • Language ‏ : ‎ Oriya
  • Print length ‏ : ‎ 166 pages
  • ISBN-10 ‏ : ‎ 1645607461
  • ISBN-13 ‏ : ‎ 978-1645607465
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.97 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500

Indian Edition Also available on:

Additional information

book-author

Language

Odia

select-format

Paperback