Description
About the Author
ନିରଞ୍ଜନ ବେହୁରିଆ(୧୯୫୪)ଙ୍କ ଜନ୍ମ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ନିକଟସ୍ଥ ଗୁଣ୍ଠଳ ଗ୍ରାମରେ। ସେ ସାମ୍ପ୍ରତିକ ସମୟର ଜଣେ ସୁପରିଚିତ କବି। ସତୁରୀ ଦଶକର ଉତ୍ତରାର୍ଦ୍ଧରୁ ସେ କବିତା ରଚନାରେ ବ୍ରତୀ। କବିତାର ନିଆରାପଣ ପାଇଁ ସେ ଯେପରି ଚର୍ଚ୍ଚିତ ସମାଲୋଚନା କ୍ଷେତ୍ରରେ ମଧ୍ୟ ନିଜର ସିଦ୍ଧି ପାଇଁ ସୁବିଦିତ। ତାଙ୍କର ସମାଲୋଚନା ନିଜସ୍ୱ ଦୀପ୍ତି ଦ୍ୟୁତିରେ ଐଶ୍ୱର୍ଯ୍ୟମଣ୍ଡିତ। ଏଥିରେ ରହିଛି ବୌଦ୍ଧିକ ଚିନ୍ତନ, ସୂକ୍ଷ୍ମ ବିଶ୍ଳେଷଣ, ମନନଶୀଳ ଅଧ୍ୟୟନ। ପ୍ରତ୍ୟେକଟି ଆଲୋଚନା ଅନନ୍ୟ ଓ ସ୍ୱତନ୍ତ୍ର। ତାଙ୍କର ସୃଜନ ସମ୍ଭାରଗୁଡ଼ିକ ହେଲା; କବିତା ସଂକଳନ- ‘କେଉଁଠି ଥାପିବୁ ପାଦ’, ‘ଅନ୍ତରଙ୍ଗ ନୀରବତା’, ସ୍ମୃତିଲିପି- ‘ଗାଆଁର ସ୍ମୃତି ସ୍ମୃତିର ଗାଆଁ’ ଇତ୍ୟାଦି। ୨୦୧୪ ମସିହାରେ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳରୁ ଅଧ୍ୟକ୍ଷ ଭାବେ ଅବସର ଗ୍ରହଣ କରିଛନ୍ତି। ସମ୍ପ୍ରତି ସେ ଭୁବନେଶ୍ୱରରେ ରହୁଛନ୍ତି। ‘ଚେତନାର ଚିତ୍ରନଦୀ’ ତାଙ୍କ ପ୍ରଜ୍ଞା ଓ ପ୍ରତିଭାର, ଚିନ୍ତା ଓ ଚେତନାର ଏକ ଅମ୍ଳାନ ସ୍ୱାକ୍ଷର। ଗ୍ରନ୍ଥଟିର ଅନ୍ୟ ଏକ ଉଲ୍ଲେଖଯୋଗ୍ୟ ବିଶେଷତ୍ୱ ଭାଷା। ନିରଞ୍ଜନଙ୍କର ଭାଷା କାବ୍ୟଭାଷା। ଏହା ଏତେ କାବ୍ୟିକ ଓ ଛଳଛଳ ଯେ ବେଳେ ବେଳେ କବିତାର ଭ୍ରମ ସୃଷ୍ଟିକରେ। ପୁସ୍ତକଟି ଗବେଷକ ଓ ପାଠକମାନଙ୍କର ଶ୍ରଦ୍ଧାଲାଭ କରିବ ବୋଲି ଆଶା।
Product details
- Publisher : Black Eagle Books
- Publication date : 19 April 2025
- Language : Oriya
- Print length : 180 pages
- ISBN-10 : 1645606732
- ISBN-13 : 978-1645606734
- Item Weight : 213 g
- Dimensions : 13.97 x 1.04 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: