Availability: In Stock

Bodhichhaya

180.00

ସଂଘମିତ୍ରା ଭଞ୍ଜଙ୍କ ‘ବୋଧିଛାୟା’ର ଗୋପା ଇତିହାସ କିମ୍ବଦନ୍ତୀର ରାଜପ୍ରାସାଦରୁ ଓହ୍ଲାଇ ଆସି ଜନପଥର ପ୍ରତିକୂଳ ସ୍ଥିତି ସହ ଅହରହ ସଂଘର୍ଷ କରୁଥିବା ସାଧାରଣ ପୁଣି ଅସାଧାରଣ ନାରୀ । ତାଙ୍କ ଭିତରେ ପତ୍ନୀର ଆକୁଳତା, ମାତାର ଆବେଗ ସାଙ୍ଗକୁ ସ୍ୱାଭିମାନ ପାଇଁ ଲଢୁଥିବା ନାରୀର ଅନ୍ତର୍ବେଦନା ମର୍ମସ୍ପର୍ଶୀ ଭାବରେ ଫୁଟିଉଠିଛି ‘ବୋଧିଛାୟା’ରେ । ନାରୀଟିଏ ତା’ର ବ୍ୟକ୍ତିଗତ ଜୀବନର ଅନେକ ଅନୁଭବକୁ ସଂଗୁପ୍ତ ରଖି ଜଗତ ଆଗରେ ସ୍ୱାଭାବିକତାର ଜୀବନ ଜିଉଁଥାଏ । ଭୋଗ ପ୍ରାଚୁର୍ଯ୍ୟ ଭିତରେ ଥାଇ ସୁଦ୍ଧା ରାଜକନ୍ୟା କିମ୍ବା ରାଜରାଣୀ ସମ୍ମାନର ସ୍ୱୀକୃତି ଟିକକ ପାଇଁ ଭିତରେ ଭିତରେ ଭିକ୍ଷୁଣୀ ପରି ଅଥୟ ହେଉଥାଏ । ପୂର୍ଣ୍ଣ ଭାବରେ ଏହି ଚିତ୍ରଟିକୁ ଆଙ୍କିବା ଆଦୌ ସହଜ ନୁହେଁ, ଯାହା ଲେଖିକା ଆଙ୍କି ପାରିଛନ୍ତି । ଗୋପା ଚରିତ୍ର ମାଧ୍ୟମରେ କବୀ ପୁଣି କେବଳ ଭାରତୀୟ ନାରୀର ସଂସ୍କାର, ସାଧନା କି ସଂକଳ୍ପ ନୁହେଁ ବରଂ ବିଶ୍ୱନାରୀର ଧୈର୍ଯ୍ୟ, ଉଦାରତା ଓ ସହନଶୀଳତାର କଥା ମଧ୍ୟ ସୁନ୍ଦର ଭାବରେ କହିଛନ୍ତି । ‘ବୋଧିଛାୟା’ର ପଦ ଓ ଶବ୍ଦର ଫାଙ୍କ ଦେଇ ଯଶୋଧାରାଙ୍କ ସହ ଭାରତୀୟ ପୁରାଣର ମୀରା, ଶ୍ରୀରାଧା ଏପରିକି ସମକାଳୀନ ନାରୀଟିଏର ଚେହେରାକୁ ମଧ୍ୟ ଦେଖିହୁଏ । ଦୀର୍ଘ କବିତାର ପରମ୍ପରାରେ କବୀଙ୍କ ‘ବୋଧିଛାୟା’ ଏକ ଭାବସ୍ନିଗ୍ଧ-କମନୀୟ ଉପସ୍ଥାପନା ।

Category:

Description

About the Author

ସାଂପ୍ରତିକ ଓଡ଼ିଆ ସାହିତ୍ୟରେ ସଂଘମିତ୍ରା ଭଞ୍ଜ ଏକ ସ୍ୱତନ୍ତ୍ର ଉଚ୍ଚାରଣ । ସେ ଏକାଧାରରେ ଜଣେ କବି, ଗାଳ୍ପିକା, ସମାଲୋଚିକା, ଅନୁବାଦିକା ତଥା ସଂପାଦିକା । ୨୦୦୫ ମସିହାରେ ତାଙ୍କର ପ୍ରଥମ କବିତା ପୁସ୍ତକ ‘ଶବ୍ଦ ଉତ୍ତରଣ’ ପ୍ରକାଶିତ ହୋଇଥିଲା । ତାଙ୍କର ଅନ୍ୟାନ୍ୟ ମୌଳିକ କବିତା ପୁସ୍ତକ ଗୁଡ଼ିକରେ ରହିଛି ‘ଫର୍ଦ୍ଦେ କବିତାରେ ପୃଥିବୀ’ (୨୦୨୦), ‘ବୋଧିଛାୟା'(୨୦୨୧) ଏବଂ ‘ଲଲିତା'(୨୦୨୩) ଇତ୍ୟାଦି । ବହୁ ଚର୍ଚ୍ଚିତ ‘ବୋଧିଛାୟା’ର ଏହା ଆନ୍ତର୍ଜାତୀୟ ପୁନଃ ସଂସ୍କରଣ । ସମ୍ପ୍ରତି ସେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଓଡ଼ିଆ ଭାଷା-ସାହିତ୍ୟ ବିଭାଗ ମୁଖ୍ୟା ଭାବରେ ଅବସ୍ଥାପିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 11 May 2023
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645603946
  • ISBN-13 ‏ : ‎ 978-1645603948
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback