Availability: In Stock

Biswa Jibana Shantiniketan

320.00

ମୁଁ ଶାନ୍ତିନିକେତନର ଛାତ୍ର ନଥିଲି ଆଦୌ । ତଥାପି ଏହି ବିଶ୍ୱ ବିଖ୍ୟାତ ପ୍ରତିଷ୍ଠାନ ପ୍ରତି ମୋର ଗଭୀର ଆକର୍ଷଣ ରହିଥିଲା, ପୂର୍ବ ଜନ୍ମର ସ୍ମୃତି ସହିତ ସଂଯୁକ୍ତ ହୋଇଯିବା ପରି ଅପୂର୍ବ । ୧୯୯୭ ମସିହାରେ ଯେତେବେଳେ ମୋର ଅତ୍ୟନ୍ତ ପ୍ରିୟ ଛାତ୍ର ଓ ଅନୁଜ, ସଂପ୍ରତି ସମ୍ବଲପୁର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଡକ୍ଟର ଶୁକମୁନି ମେହେରଙ୍କ ସହିତ ପ୍ରବେଶ କଲୁ ଶାନ୍ତିନିକେତନ ପରିସରକୁ, ସେତେବେଳେ ମନେ ହେଉଥିଲା ଯେପରିକି ସ୍ୱୟଂ ରବୀନ୍ଦ୍ରନାଥ ଆମକୁ ଦେଖିବା ପାଇଁ ଚାହିଁ ରହିଥିଲେ ଉତ୍କଣ୍ଠିତ ହୋଇ । ମୋର ଅନ୍ୟତମ ଛାତ୍ର ତଥା ମୋ ଆତ୍ମାର ଅବିଚ୍ଛେଦ୍ୟ ଅଂଶ ବର୍ତ୍ତମାନ ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ କୁମାର ପଧାନ ସେ ସମୟରେ ଅଧ୍ୟୟନ କରୁଥାନ୍ତି ଓଡ଼ିଆ ବିଭାଗରେ । ତାଙ୍କରି ଆଖି ଦୁଇଟି ମାଧ୍ୟମରେ ମୁଁ ଦେଖୁଥିଲି ସତେକି ପ୍ରତ୍ୟକ୍ଷ ଭାବରେ ଶାନ୍ତିନିକେତନର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ । ପରବର୍ତ୍ତୀ ସମୟରେ ସେଠାରେ ପିଏଚ୍‌ଡି ଡିଗ୍ରୀ ନିମିତ୍ତ ଗବେଷଣା କରିବାକୁ ଯାଆନ୍ତି ସ୍ନେହାଧୀନ ଆଜ୍ଞାଧୀନ ସମର୍ପିତ ହୃଦୟ ଧାରଣ-ସକ୍ଷମ ଡକ୍ଟର ବାଳକୃଷ୍ଣ ବେହେରା । ଲକ୍ଷ୍ମଣ ଥିବାବେଳେ ଯାଇଛି ଯେପରି ଶାନ୍ତିନିକେତନକୁ ସେହିପରି ବାଳକୃଷ୍ଣଙ୍କ ସମୟରେ ମଧ୍ୟ । କାୟା ସହିତ ଛାୟା ପରି ଅବିଚ୍ଛନ୍ନ ଥିଲେ ଓ ସାରା ଶାନ୍ତିନିକେତନର କୋଣ ଅନୁକୋଣକୁ ନେଇ ଯାଇଥିଲେ ଏହି ଦୁଇଜଣ ଯେଉଁ ଅନିର୍ବଚନୀୟ ଉତ୍ସାହ ସହିତ, ବୁଲାଇ ଦେଇଥିଲେ ଓ ଭିଜାଇ ଦେଇଥିଲେ ତାଙ୍କର ଅନୁରାଗଦୀପ୍ତ ଆଗ୍ରହ ବଳରେ ତାକୁ ଏ ଜନ୍ମରେ ବିସ୍ମୃତ ହୋଇଯିବା ଏକାନ୍ତ ଅସମ୍ଭବ ।

ଶାନ୍ତିନିକେତନ ଭ୍ରମଣାନୁଭୂତି ମୁଁ ଲେଖିଥିଲି ବରପାଲି କଲେଜର ମୁଖପତ୍ରରେ । ଏ ଅନୁଭୂତି ଦିନେ ଯେ ମୋତେ ଏପରି ପୁସ୍ତକଟିଏ ଲେଖିବା ପାଇଁ ପ୍ରଚୋଦିତ କରିବ, ଏହା ଭାବିପାରି ନଥିଲି କେବେହେଲେ । ଜୀବନରେ ଏକ ଏକ ସଂଯୋଗ ଏପରି ଘଟିଥାଏ ଯାହା ଅଚିନ୍ତନୀୟ ଓ କଳ୍ପନାତୀତ ।

Categories: ,

Description

About the Author

ପ୍ରଫେସର ମଣୀନ୍ଦ୍ର କୁମାର ମେହେର ଓଡ଼ିଆ ସାରସ୍ୱତ ଜଗତର ଏକ ବିନମ୍ର ବରଦାନ । ଗଳ୍ପ, ପ୍ରବନ୍ଧ ସାହିତ୍ୟ, ସମାଲୋଚନା, ରମ୍ୟରଚନା ଓ ଜୀବନୀ ସୃଷ୍ଟି କ୍ଷେତ୍ରରେ ସେ ଯେଉଁ ନିଷ୍ଠା ଓ ନୈତିକ ସୌନ୍ଦର୍ଯ୍ୟ ପ୍ରକଟ କରିଛନ୍ତି ତାହା ଏକାନ୍ତ ହୃଦୟସ୍ପର୍ଶୀ । ଗଙ୍ଗାଧରଙ୍କ ବିରଳ ସ୍ମୃତିସାମଗ୍ରୀ ସଂରକ୍ଷଣ, ସ୍ନେହସ୍ନିଗ୍ଧ ଶିକ୍ଷାଦାନ, ସାହିତ୍ୟିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ପ୍ରତିଷ୍ଠାନ ପରିଚାଳନାରେ ସେ ପ୍ରଦର୍ଶନ କରିପାରିଛନ୍ତି ଦିବ୍ୟଆଶିଷ ।ବରପାଲି ମହାବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଶେଷରେ ଫକୀରମୋହନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ତଥା ଅନ୍ୟ ବିଶ୍ୱବିଦ୍ୟାଳୟରେ ନିଜସ୍ୱ ମୌଳିକ ଅନୁଭବ ଓ ଅନୁଶୀଳନକୁ ଉନ୍ମୁକ୍ତ କରି ସମଗ୍ର ଓଡ଼ିଶାର ବୃହତ୍ତର ଛାତ୍ରସମାଜ ପାଇଁ ସେ ଅତୁଳନୀୟ ଅନୁପ୍ରେରଣାର ପ୍ରତୀକ ଭାବରେ ଜାଜ୍ଜ୍ୱଲ୍ୟମାନ । ସମ୍ପ୍ରତି ସେ ଉତ୍କଳ ବିଶ୍ୱବିଦ୍ୟାଳୟର ସମ୍ମାନଜନକ ଭିଜିଟିଂ ପ୍ରଫେସର ଭାବରେ ଅବସ୍ଥାପିତ ।

Product details

  • Publisher ‏ : ‎ BLACK EAGLE BOOKS
  • Publication date ‏ : ‎ 10 July 2024
  • Language ‏ : ‎ Oriya
  • Print length ‏ : ‎ 208 pages
  • ISBN-10 ‏ : ‎ 1645603326
  • ISBN-13 ‏ : ‎ 978-1645603320
  • Item weight ‏ : ‎ 268 g
  • Dimensions ‏ : ‎ 13.97 x 1.22 x 21.59 cm

Indian Edition Also available on:

Additional information

book-author

Language

Odia

select-format

Paperback