Description
About the Author
କଥାକାର ଶ୍ରୀକାନ୍ତ ଦାସ ଆମ ସମୟର ଜଣେ ନିରଳସ ଓ ନିରବ ସାଧକ । ସରଳ ଭାଷା, ପ୍ରାଞ୍ଜଳ ଚିନ୍ତନ, ସ୍ପଷ୍ଟ ବକ୍ତବ୍ୟ, ଲୋଭନୀୟ ଆୟତନ, ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ସେ ପ୍ରକାଶ କରନ୍ତି ତାଙ୍କର ଅନୁଭବ । ବାସ୍ତବ ଜୀବନରେ ମଣିଷ ସାମ୍ନା କରୁଥିବା ସଂଘାତ ଓ ବାସ୍ତବତାକୁ ସେ ଉପସ୍ଥାପିତ କରନ୍ତି ସମ୍ବେଦନଶୀଳ ଭାବେ ଏବଂ ପାଠକମାନଙ୍କ ଚେତନାରେ ଆଙ୍କି ଦିଅନ୍ତି ଏକ ଭିନ୍ନ ପୃଥିବୀର ଦୃଶ୍ୟବୋଧ ଯେଉଁଠି ଏକ ପ୍ରାଣମୟ ଭାବେ ଜକ୍]ଜକ୍ କରୁଥାଏ ଆତ୍ମପ୍ରତ୍ୟୟ ଓ ଆଦର୍ଶ ଜୀବନର ଜଳଛବି ।





