Availability: In Stock

Bilambita Antardaha

180.00

ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା ‘ବିଳମ୍ବିତ ଅନ୍ତର୍ଦାହ’ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା’ବିଳମ୍ବିତ ଅନ୍ତର୍ଦାହ-୧’ ଏବଂ ସମାପ୍ତ ହୋଇଛି କବିତା ‘ବିଳମ୍ବିତ ଅନ୍ତର୍ଦାହ-୨’ ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।

ଏହି ଗ୍ରନ୍ଥରେ ସ୍ଥାନିତ ‘ଓଶାମୃତ’ କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ ‘ଜୀବନ’ କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି ‘ଯଥାର୍ଥାନୁଭବ’ କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍]ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ ‘ଦ ୱାର୍ଲ୍ଡ ଇଜ୍ ମାଇନ୍]’ କବିତାର ଭାବାନୁବାଦ ଅଟେ ।

Category:

Description

About the Author

ଜୀବନର ବହୁମୂଲ୍ୟ ସମୟକୁ ଯଥା ସମୟ ଏବଂ ଯଥା କାର୍ଯ୍ୟରେ ସଦୁପଯୋଗ କରିପାରି ନ ଥିବାର ବେଦନାରୁ ସୃଷ୍ଟ ଭାବାବେଗକୁ କବିତା ମାଧ୍ୟମରେ ଲିପିବଦ୍ଧ କରି ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟ ନେଇ କବି ଡକ୍ଟର ରମେଶ ପ୍ରସାଦ ମହାନ୍ତି (ଜନ୍ମ-୧୯୬୩) ସୃଷ୍ଟି କରନ୍ତି ବର୍ତ୍ତମାନର ଏହି କବିତା ସଂକଳନ ‘ବିଳମ୍ବିତ ଅନ୍ତର୍ଦାହ’ ।ସେ ଏକାଧାରରେ ଜଣେ ନୃତତ୍ତ୍ୱବିତ୍], କବି ଓ ପ୍ରାବନ୍ଧିକ । ମୁଖ୍ୟତଃ ସେ ତାଙ୍କ ଗବେଷଣାଲବ୍ଧ ଜ୍ଞାନକୁ ଆଧାର କରି ଅନେକ ମୂଲ୍ୟବୋଧ ଭିତ୍ତିକ ଘଟଣାବଳୀକୁ କବିତା ଆକାରରେ ପ୍ରକାଶ କରିବା ସହିତ ସାମ୍ପ୍ରତିକ ଘଟଣାବଳୀ ଉପରେ ବିଭିନ୍ନ ପତ୍ରପତ୍ରିକାରେ କ୍ଷୁଦ୍ର ନିବନ୍ଧମାନ ମଧ୍ୟ ପ୍ରକାଶ କରିଥାନ୍ତି । ଜଣେ ନୃତତ୍ତ୍ୱବିତ୍ ହିସାବରେ ତାଙ୍କର ସର୍ବମୋଟ ୧୯ଟି ପୁସ୍ତକ ପ୍ରକାଶିତ ଏବଂ ଏହି ସଂକଳନଟି ତାଙ୍କର ତୃତୀୟ କବିତା ଗ୍ରନ୍ଥ । ତାଙ୍କର ପ୍ରଥମ ପୁସ୍ତକ ‘ଭୋକ’ ଏବଂ ଦ୍ୱିତୀୟ କବିତା ଗ୍ରନ୍ଥ ‘ଐଶ୍ୱର୍ଯ୍ୟର ଆଦିଭୂମି’ ବିଶେଷ ପାଠକୀୟ ଆଦୃତି ଲାଭ କରିସାରିଥିବା ବେଳେ ବର୍ତ୍ତମାନର ଏହି ସଂକଳନଟି ମଧ୍ୟ ପାଠକୀୟ ଆଦୃତି ଲାଭ କରିବା ସଂଗେ ସଂଗେ ସମାଜର କିଛିଟା ମଙ୍ଗଳ ସାଧନା କରିବା ପାଇଁ ସହାୟକ ହେବ ବୋଲି ଆଶା କରାଯାଏ । ତାଙ୍କର ଏକନିଷ୍ଠ ନୃତତ୍ତ୍ୱ ଗବେଷଣା ଏବଂ କବିତା ରଚନା ତଥା ଅନ୍ୟାନ୍ୟ କାର୍ଯ୍ୟକଳାପ ନିମନ୍ତେ ସେ ଅନେକ ଅନୁଷ୍ଠାନରୁ ପୁରସ୍କାରପ୍ରାପ୍ତ ଏବଂ ସେ ଜଣେ ବିଶିଷ୍ଟ ସଂଗ୍ରହକାରୀ ଭାବରେ ବେଶ୍ ଜଣାଶୁଣା । ତାଙ୍କର ଅନେକ କାର୍ଯ୍ୟକଳାପ ଦୂରଦର୍ଶନର ବିଭିନ୍ନ କାର୍ଯ୍ୟକ୍ରମରେ ପ୍ରସାରିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 29 July 2024
  • Language ‏ : ‎ Oriya
  • Print length ‏ : ‎ 104 pages
  • ISBN-10 ‏ : ‎ 1645602680
  • ISBN-13 ‏ : ‎ 978-1645602682
  • Item Weight ‏ : ‎ 141 g
  • Dimensions ‏ : ‎ 13.97 x 0.64 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ BLACK EAGLE BOOKS

Indian Edition Also available on:

Additional information

book-author

Language

Odia

select-format

Paperback