Availability: In Stock

Bijabapana

Author: Binapani Debata

225.00

ମୋର ପ୍ରଥମ କବିତା ସଂକଳନ ବୀଜବପନର ଦ୍ୱିତୀୟ ସଂସ୍କରଣ ତେର ବର୍ଷ ପରେ ବାହାରିବା ବେଳକୁ ଅଦ୍ଭୂତ ଏକ ଭାବାବେଶ ଭିତରେ ମୁଁ ଆଚ୍ଛନ୍ନ ହେଇ ରହିଛି । କବିତା ସ୍ୱୟମ୍ଭୂ, ନିଜେ ନିଜକୁ ମାନୁଷୀ ଆଧାରରେ ଜାତ କରେ ବୋଲି ମୁଁ ବିଶ୍ୱାସ କରି ଆସିଛି । ପ୍ରକୃତି ଯେମିତି ସମସ୍ତଂକର କିଂତୁ କାହା କାହାର ପ୍ରାଣର ଉଦ୍ୱୋଧନ କରେ ସେମିତି କବିଆତ୍ମା ପାଠକ ପ୍ରାଣ ମଧ୍ୟରେ ପ୍ରବେଶ କରି ସଂଚାରିତ ହୁଏ । ବିଶ୍ୱାତ୍ମା ଯେ ସକଳ ପ୍ରାଣରେ ନିବାସ କରଂତି ଭଲ କବିତାର ଆଦର ତାକୁ ଆହୁରି ଥରେ ପ୍ରମାଣିତ କରେ ।ବୀଜବପନ କବିର ନିରୀହ ଉଦାସୀନ ସମୟର ବର୍ଣ୍ଣମାଳା । ଚାରିପାଶର ସବୁକିଛିକୁ ବିସ୍ମିତ ଆଖିରେ ଦେଖୁଥିବା କବିର ବାଲ୍ୟକାଳ । କବିତାର ଅସୀମ ସମ୍ଭାବନା ଓ ସଦର୍ଥକତାକୁ ଦେଖି ପାଠକ ସହ ଭାଗ କରିନେବାର ସମୟ । ସଂଚାରିଣୀ ଦୀପଶିଖାର ଆଲୋକ ପରି ଉଦବୁଦ୍ଧ କବି ଓ ପାଠକ ହାତକୁ ଓ ହୃଦୟକୁ ସଂଚରିଯାଇଛି ମୋର ଅଜ୍ଞାତରେ । ଏଇ ତେରବର୍ଷ ଭିତରେ କେତେ ଯେ ପାଠକ ତାଂକ ଅନୁଭୂତି ଭାଗ କରି ନେଇ ଅକାଳ ଦୀପାବଳି ଭଳି ମୋର ସମୟକୁ ଆଲୋକିତ କରିଛଂତି । ନହେଲେ ଓଡ଼ିଶାଠାରୁ ଦୂରରେ ଥାଇ କବିତାର ଗୋପନ ବଳୟ ଭିତରେ ଆତ୍ମଗୋପନ କରିଥିବା ମତେ କେମିତି ଖୋଜିନେଇଛଂତି ଦୀକ୍ଷିତ ସାହିତ୍ୟ ପାଠକମାନେ । ଓଡ଼ିଆ କବିତାର ସଂକଟ, ପାଠକ ଓ ସତ୍ ଗ୍ରାହକତାର ଅଭାବ ଭଳି ଆଲୋଚନା ଶୁଣୁଥିବା ବେଳେ ବୀଜବପନର ବିପୁଳ ପାଠକୀୟତା ମତେ ଓଡ଼ିଆ କବିତାର ଭବିଷ୍ୟତ ସମ୍ପର୍କରେ ଆଶାବାଦୀ କରାଏ ।

ଏ କବିତା ସବୁ ଘଟଣା ଚକ୍ରରେ ମୋ ହାତରେ ଲିଖିତ ହୋଇଛି ସିନା ଏ ପ୍ରଶଂସା ସବୁ ମୋ ମାତୃଭାଷାର ମଧୁର ଧ୍ୱନି ଓ ଆତ୍ମାର ସମୃଦ୍ଧି ପାଇଁ । ମୁଁ ପ୍ରତିନିଧି ଭାବରେ ଏହା ଖାଲି ଗ୍ରହଣ କରୁଛି । ଏଇ କବିତାମାନଂକ ପଛରେ ହଜାର ହଜାର ବର୍ଷର ମୋର ଭୂମିର କବିଂକ ସାଧନା ରହିଛି, ମୋ ପୂର୍ବପୁରୁଷଂକ ଉଦାରଚେତା ସର୍ବଗ୍ରାହୀ ଆଚରଣ ଓ ଉଚ୍ଚାରଣ ଅଂକିତ ହୋଇଛି । ଖାଲି ସେମାନଂକ ବାର୍ତ୍ତାବହ ହୋଇ ଆସିବା ଯେମିତି ମୋର ନିୟତି ।

Category:

Description

About the Author

ଡ. ବୀଣାପାଣି ଦେବତା, ଜନ୍ମ ୧୯୬୯, ସମ୍ବଲପୁର । ଜ୍ୟୋତିବିହାରରୁ ଏମ୍].ଏ., ଏମ.ଫିଲ୍], ୧୯୯୨-୧୯୯୪, ୟୁଜିସି ଏନ୍].ଇ.ଟି.ଜେଆରଏଫ୍], ବିଶ୍ୱଭାରତୀରୁ ପିଏଚ୍]ଡି ୧୯୯୯, ଉଚ୍ଚତର ଗବେଷଣା ପ୍ରକଳ୍ପ ପାଇଁ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ଠାରୁ ଜୁନିଅର ଫେଲୋସିପ ୨୦୦୪-୨୦୦୬ । ଏଯାବତ ସାତଟି ପୁସ୍ତକ ପ୍ରକାଶିତ ହୋଇ ଆଦୃତ ହୋଇଛି । କବିତା ସଂକଳନ ବୀଜବପନ ୨୦୧୦, ନଦୀତମା ୨୦୨୧, ଡାଏରୀ ଅନ୍ତହୀନ ଶାନ୍ତିନିକେତନ ୨୦୧୮, ପ୍ରବନ୍ଧ ସଂକଳନ ମହାକବିର ଅଙ୍ଗୀକାର ଓ ଅନ୍ୟାନ୍ୟ ପ୍ରବନ୍ଧ ୨୦୧୫, ଲୋକସାହିତ୍ୟ ସପକ୍ଷରେ ୨୦୧୫, ବଙ୍ଗଳା ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଛି, ବାଁଚୋ ନଦୀର ମତୋ ବାଁଚୋ, କବିତା ସଂକଳନ ୨୦୧୦ ଓ ପ୍ରବନ୍ଧ ସଂକଳନ ଓଡ଼ିଆ ଓ ବାଂଲା ଲୋକଗୀତି ୨୦୨୧ । ସେ ପାଇଛନ୍ତି ବିଦ୍ୟାପୁରୀ କବିତା ପୁରସ୍କାର ୧୯୯୫, ଶ୍ରେଷ୍ଠ ଲେଖକ ପୁରସ୍କାର ସପ୍ତର୍ଷି ୨୦୦୨, ସାହିତ୍ୟ ଏକାଡେମୀ ଯୁବ ଲେଖକ ଟ୍ରାଭେଲ ଗ୍ରାଣ୍ଟ ୨୦୦୬, ଉତ୍କଳ ସାହିତ୍ୟ ସମାଜ ସମ୍ମାନ ୨୦୧୮ଇତ୍ୟାଦି ସମ୍ମାନ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 12 October 2023
  • Language ‏ : ‎ Oriya
  • Print length ‏ : ‎ 158 pages
  • ISBN-10 ‏ : ‎ 1645604632
  • ISBN-13 ‏ : ‎ 978-1645604631
  • Item Weight ‏ : ‎ 209 g
  • Dimensions ‏ : ‎ 13.97 x 0.94 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback