Availability: In Stock

Bichitra Mana

Author: Bigyani Das

190.00

ଏ ମନ ବଡ ବିଚିତ୍ର । କେତେବେଳେ ଶକ୍ତ ତ କେତେବେଳେ ଶିଥିଳ; କେତେବେଳେ କଠୋର ତ କେତେବେଳେ କରୁଣାମୟ; କେତେବେଳେ ଚଞ୍ଚଳ ତ କେତେବେଳେ ଥିର । ସେ ମନକୁ ଆୟତ କରିଦେଲେ ସବୁକିଛି ଜୀବନରେ ସମ୍ଭବ ହୋଇଯାଏ । ଆୟତ ନ କରିପାରିଲେ, ମଣିଷ ନିଜ ମନର ଭାବନା ପାଇଁ ଅନେକ ଦୁଃଖ ପାଏ । ଆଲୋକର ଗତିଠାରୁ ମଧ୍ୟ ମନର ଗତି ଅଧିକ ବେଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଓଡିଆରେ ସେଇ କଥା ବୁଝାଯାଇଛି “ଏଇମନ ବୃନ୍ଦାବନ, ଏଇ ମନ କାଶୀ; ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ ।”

ଏଇ ମନରେ ନବରସର ଭାବ କ୍ଷରଣ ହୁଏ; ସ୍ନେହ, କରୁଣା, ଖୁସି, ଦୁଃଖ, କ୍ରୋଧ, ସାହସ, ଭୟ, ବିଭତ୍ସତା, ବିସ୍ମୟ, ଓ ଶାନ୍ତି । ମନର ସ୍ଥିତି ମୁହଁରେ ଫୁଟିଯାଏ ବୋଲି ଅନେକଙ୍କର ବିଶ୍ୱାସ । ହେଲେ ବି ଅଧୁନା ଅନେକ ବ୍ୟକ୍ତି ଅଭିନୟ କଳାରେ ଧୁରନ୍ଧର । ଉପରେ ହସ ଫୁଟାଇ ଜଣେ ମନ ଭିତରେ ଦୁଃଖିତ ଥାଇପାରେ ଓ ମୁହଁ ଉପରେ ଶୋକ ଦେଖାଇ, ଆଖିରୁ ଲୁହ ଝରାଇ ମନ ଭିତରେ କିଏ ବି ଖୁସି ହୋଇପାରେ । ସେସବୁ ବୁଝିବା କଷ୍ଟ ହୋଇଯାଏ । ମନ ଭିତରେ ରାଗ ରଖି ଅନେକ ମୁହଁ ଉପରେ ବଡ ହସ ଫୁଟାଇ ସ୍ନେହର ଅଭିନୟ କରିପାରନ୍ତି । ସେମିତି ଭିତରେ ଈର୍ଷା ରଖି ଉପରେ ତେଲ ମାଲସ କରି ଅନ୍ୟର ପେଟରୁ କଥା ବାହାର କରିବାରେ ବି ଅନେକଙ୍କର ଦକ୍ଷତା ରହିଛି ।

ସେମିତି ବୟସ୍କ ମସ୍ତିସ୍କ ଉପରେ ମଧ୍ୟ ଆଜିକାଲି ଅନେକ ତଥ୍ୟ ବାହାରୁଛି । ଡିମେନ୍]ସିଆ ଓ ଆଝାମର୍]ସ୍] ଭଳି ରୋଗ ବୟସ୍କ ମଣିଷକୁ ବାସ୍ତବତାଠାରୁ ଦୂରକୁ ନେଇଯାଇ ଅନେକ ସମସ୍ୟା ସୃଷ୍ଟି କରୁଛି । ଆଜିକାଲି ଯନ୍ତ୍ରଯୁଗରେ ସବୁରକମର ପ୍ରଚାର ଚାଲିଛି । ଏଇ ପ୍ରଚାରର ପ୍ରଭାବରେ ମଣିଷର ମନ ବି ପ୍ରଭାବିତ ହେଉଛି ।

ମନର ଏମିତି ଅନେକ କାହାଣୀ । ସେଇ ପ୍ରୟାସରେ ଏ ଗଳ୍ପ ପୁସ୍ତକ “ବିଚିତ୍ର ମନ” ର ସୃଷ୍ଟି । ଆଶା, ଏ ସମସ୍ତ କାହାଣୀ ପାଠକ ପାଠିକାଙ୍କ ମନକୁ ଛୁଇଁବାକୁ ସକ୍ଷମ ହେବ ।

Category:

Description

About the Author

ଡକ୍ଟର୍] ବିଜ୍ଞାନୀ ଦାସ ଜଣେ ମାଥ୍]ମେଟିକାଲ୍] ସାଇଣ୍ଟିଷ୍ଟ୍ ଓ ସଂପ୍ରତି ନୋଆ (ନେସ୍]ନାଲ୍] ଓସେନିକ୍] ଆଣ୍ଡ୍ ଆଟ୍]ମୋସ୍]ଫେରିକ୍] ଆଡ୍]ମିନିଷ୍ଟ୍ରେସନ୍])ରେ କାମ କରନ୍ତି । ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀରେ ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଥିଲେ । ଏହି ଗଳ୍ପ ସଙ୍କଳନଟି ଡକ୍ଟର୍] ବିଜ୍ଞାନୀ ଦାସଙ୍କର ଷଷ୍ଠ ସଙ୍କଳନ ଓ ଅଷ୍ଟମ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ “ସମ୍ପର୍କ” ୨୦୦୧ରେ, ଦ୍ୱିତୀୟ ଗଳ୍ପ ସଙ୍କଳନ “ରହସ୍ୟ” ୨୦୧୩ରେ, ତୃତୀୟ ଗଳ୍ପ ସଙ୍କଳନ “ଅଣାୟତ ଭାଗ୍ୟ” ୨୦୧୭ରେ, ଚତୁର୍ଥ ଗଳ୍ପ ସଙ୍କଳନ “ମାନିଲେ ଦେବତା” ୨୦୧୯ରେ ଓ ପଞ୍ଚମ ଗଳ୍ପ ସଙ୍କଳନ “ବଦଳି ଯାଉଥିବା ପୃଥିବୀ” ୨୦୨୨ରେ ପ୍ରକାଶିତ ହୋଇଛି । ତାଙ୍କ କବିତା ସଙ୍କଳନ “ସମ୍ପର୍କର ସେତୁ” ୨୦୧୫ରେ ପ୍ରକାଶିତ ହୋଇଛି ଓ ଉପନ୍ୟାସ “ବସନ୍ତ ପଲ୍ଲବୀ” ୨୦୧୮ରେ ପ୍ରକାଶିତ ହୋଇଛି । ଏତଦ୍] ବ୍ୟତୀତ ସେ ଦୁଇଟି ସଂଗୀତ କ୍ୟାସେଟ୍], “ମନତରଙ୍ଗ” ଓ “କୁସୁମାଞ୍ଜଳି”ର ଲିରିସିଷ୍ଟ୍ । ଡକ୍ଟର୍] ବିଜ୍ଞାନୀ ଦାସଙ୍କର ସମସ୍ତ ଗଳ୍ପ କଳ୍ପନାର କାହାଣୀ ହେଲେ ମଧ୍ୟ ଅନେକ ସତ୍ୟ ଘଟଣା ଉପରେ ଆଧାରିତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 18 October 2022
  • Language ‏ : ‎ Oriya
  • Print length ‏ : ‎ 142 pages
  • ISBN-10 ‏ : ‎ 1645603245
  • ISBN-13 ‏ : ‎ 978-1645603245
  • Item Weight ‏ : ‎ 186 g
  • Dimensions ‏ : ‎ 13.97 x 0.84 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback