Availability: In Stock

Bibidha

Author: Abasara Beuria

300.00

ଅବସର ବେଉରିଆ ରାଜନୀତି ବିଜ୍ଞାନରେ ଏମ୍].ଏ. ଏବଂ କିଛିଦିନ ଅଧ୍ୟାପନା ପରେ ଜଣେ ବ୍ୟାଙ୍କ ଅଫିସରଭାବେ କାର୍ଯ୍ୟ କରି ବିଦେଶ ସେବାରେ ଯୋଗଦାନ କରିଥିଲେ । କୂଟନୀତିଜ୍ଞ ହିସାବରେ ଭାରତର ବହୁ ଗୁରୁତ୍ୱପୂର୍ଣ୍ଣ ଦୂତାବାସରେ ଦକ୍ଷତାର ସହିତ କାର୍ଯ୍ୟ କରିଥିଲେ ଯଥା ଜାପାନ, ମିଆଁମାର, ରୁଷିଆ, ଆମେରିକା, ଶ୍ରୀଲଙ୍କା, ୟୁନାଇଟେଡ୍ ଆରବ ଏମିରେଟ୍]ସ (ୟୁଏଇ) ଏବଂ ମାଡାଗାସ୍]କର । ଏଥି ସହିତ ସେ ବହୁ ଦ୍ୱିପାକ୍ଷିକ ଏବଂ ବହୁରାଷ୍ଟ୍ରୀୟ ସମ୍ମିଳନୀରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିଲେ । ଛାତ୍ର ଜୀବନରୁ ହିଁ ତାଙ୍କର ସାହିତ୍ୟ ପ୍ରତି ରୁଚି ଥିଲା ଓ ତାଙ୍କର କ୍ଷୁଦ୍ରଗଳ୍ପ ବହୁ ଜନପ୍ରିୟ ପତ୍ରିକାରେ ପ୍ରକାଶ ପାଇଥିଲା । ରବିବାସରୀୟ ସାହିତ୍ୟ ସଂସଦ ଓ ଯୁବ ଲେଖକ ସମ୍ମିଳନୀ ଗଠନ ଓ ପରିଚାଳନାରେ ତାଙ୍କର ବିଶେଷ ଭୂମିକା ରହିଥିଲା । ଅବସର ଗ୍ରହଣ ପରେ ସେ ବର୍ତ୍ତମାନ ଭୁବନେଶ୍ୱର ନିବାସୀ ଓ ନିୟମିତ ଭାବେ ଇଂରାଜୀ ଓ ଓଡ଼ିଆ ସମ୍ବାଦପତ୍ରରେ ସ୍ତମ୍ଭକାର ହିସାବରେ ସୁପରିଚିତ । ବର୍ତ୍ତମାନ ସୁଦ୍ଧା ତାଙ୍କର ୫ଟି ପୁସ୍ତକ ପ୍ରକାଶିତ । ସେ ବହୁ ସାମାଜିକ ଓ ସାଂସ୍କୃତି ସଂଗଠନ ସହିତ ସଂପୃକ୍ତ ।

Category:

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 7 October 2023
  • Language ‏ : ‎ Oriya
  • Print length ‏ : ‎ 206 pages
  • ISBN-10 ‏ : ‎ 1645603342
  • ISBN-13 ‏ : ‎ 978-1645603344
  • Item Weight ‏ : ‎ 268 g
  • Dimensions ‏ : ‎ 13.97 x 1.19 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

 

Additional information

book-author

Language

Odia