Availability: In Stock

Bibhor Bedana

200.00

କବିତା ହେଉଛି ଶବ୍ଦମନ୍ତ୍ରର ଭାବଭାସ୍କର୍ଯ୍ୟ। ଏହା କଦାଚିତ ସଂରକ୍ଷଣ ସମ୍ପ୍ରସାରଣ ଅଥବା ସାମାନ୍ୟ କଥନ ଆବଶ୍ୟକ କରେନାହିଁ। ମଣିଷ ଦେଖିନଥିବା ଘନ ଅରଣ୍ୟ, ବର୍ଷାର ତାନ ଶୁଣିନଥିବା ଧୂସର ପାହାଡ଼, ଶୁଖିଲା ପଦ୍ମ ପୋଖରୀ ଓ ସେପରି ଅନେକ ଦୃଶ୍ୟ ଅଦୃଶ୍ୟ ଭାବନା ଭିତରେ ଏହା ଅଙ୍କୁରିତ ହୋଇପାରେ। କେବେ କେବେ ଅନ୍ଧାର ଭିତରେ ଜଳୁଥିବା ଆଲୋକର ପାଗଳପଣ ପ୍ରତ୍ୟେକ କବିକୁ ଆଚ୍ଛନ୍ନ କରି ରଖେ, କେବେ ପୁଣି କବି ଜାଣିଦିଏ – ସୁଖ ସମ୍ଭୋଗ ପରିପୂର୍ଣ୍ଣ ପୁରୁଷାର୍ଥ କେବେ ତା’ର ନଥିଲା ହିଁ’ ଲୋଡ଼ା !

କବିତା ତାହା

ଯାହା କେବେ ନଥିଲା

ଏବେ ଏବେ ପ୍ରକଟ ହୋଇଛି, ଏଇନେ!

କବି ପରି, କବିତା ମଧ୍ୟ ଗଢ଼ା ହୁଏନାହିଁ। ଏହା ପ୍ରସ୍ଫୁଟିତ ହୁଏ। ପଦ୍ୟକୁ ପ୍ରସିଦ୍ଧ-ପ୍ରଚାର ମାଧ୍ୟମରେ ଯେତେ ସାଦର କଲେ ମଧ୍ୟ ତାହା କଦାପି କବିତା ହୋଇଯାଏ ନାହିଁ। ଥରେ ପ୍ରସ୍ଫୁଟିତ ହୋଇଗଲେ, କବିତା କେବେ ହେଁ ଶବ୍ଦ ଓ ସଂକେତରେ ସୀମିତ ହୋଇ ରହେ ନାହିଁ, ନୀଳନଭରେ ନୀଳମେଘ ଭିତରେ ଏହା ନୀଳପଦ୍ମ ପରି ନିରନ୍ତର ଝଲସୁ ଥାଏ। କିଏ ତାକୁ ଦେଖି ପାରୁଛି ବା ଦେଖି ପାରୁନାହିଁ ତହିଁରେ ତା’ର କିଛି ଆନନ୍ଦ ଉତ୍ସାହ ବା ଅବସୋସ ନାହିଁ। କବି ମଧ୍ୟ ଠିକ ସେହିପରି।

Categories: ,

Description

About the Author

ଚିତ୍ରନଦୀ, ମାଟି, ଆକାଶ, ଆମ୍ବତୋଟା, ତାଳବନ, ହର୍ଷ ବିଷାଦ ଓ ବିଭୋର ବେଦନା ଭିତରେ କବି ନିଳୟକାନ୍ତ ମହାପାତ୍ର ଦେଖନ୍ତି ମଣିଷ ଆଖିରେ ଝଟକୁଥିବା ଅନଶ୍ୱର ଆନନ୍ଦ ଓ କଦାଚିତ ହତଭମ୍ବ ହତାଶାର ନିରୀହ ନିର୍ବାକ ହାହାକାର। ଈଶ୍ୱର ପ୍ରେମ ଓ ସ୍ୱପ୍ନ ହିଁ ଭରି ରହିଥାଏ ତାଙ୍କ କବିତାରେ, ତାହାର ପ୍ରାଣ ଓ ହୃଦୟ ହୋଇ! ‘ନବ ଜାତକ’, ‘ମୋହନ ବଂଶୀ’, ‘ନିଶୀଥ ସୂର୍ଯ୍ୟ’ ଓ ‘ଅନେକ କଦମ୍ବ’ ପରି ପ୍ରସିଦ୍ଧ ପତ୍ରିକାର ସମ୍ପାଦକ ଭାବେ କାର୍ଯ୍ୟ କରିଛନ୍ତି ସେ। ୨୦୦୨ ରଥଯାତ୍ରାରେ ପ୍ରକାଶ ପାଇଥିଲା ନିଜସ୍ୱ ଅନନ୍ୟ ବିଭାରେ ପୁଲକିତ ତାଙ୍କର ପ୍ରଥମ କବିତା ଗ୍ରନ୍ଥ ‘ମେଘର ମହକ’। ସର୍ବଦା ପ୍ରଚାର ବିମୁଖ ନିରବ ନିମଗ୍ନତାର କବି ନିଳୟକାନ୍ତଙ୍କ ଦ୍ୱିତୀୟ କବିତା ଗ୍ରନ୍ଥ ‘ମନ୍ତ୍ର ପିପାସା’ ୨୩ ବର୍ଷର ଦୀର୍ଘ ବ୍ୟବଧାନ ପରେ ୨୦୨୫ ରଥଯାତ୍ରାରେ ପ୍ରକାଶିତ ହୋଇଥିଲା, ଆଉ ଏବେ, ସରସ୍ୱତୀ ପୂଜାରେ ଆତ୍ମପ୍ରକାଶ କରୁଛି ତାଙ୍କର ତୃତୀୟ କବିତା ଗ୍ରନ୍ଥ ‘ବିଭୋର ବେଦନା’। ଏଥିରେ କବିତା ପଛର ଅନୁଭୂୟୋମାନ କାହାଣୀକୁ ଲଳିତ ପଦ୍ୟମୟ ଗଦ୍ୟରେ ଉପସ୍ଥାପନ କରି, ସନ୍ନିବେଶିତ କବିତାଗୁଡ଼ିକ କିପରି ନିଜ ନିଜର ଆତ୍ମିକ ଐଶ୍ୱର୍ଯ୍ୟରେ ଉତ୍]ଫୁଲ୍ଲ – ତାହା ସେ ଦେଖାଇଛନ୍ତି। କବିତାକୁ ଭଲପାଉଥିବା ପାଠକଙ୍କୁ ଏହା ମାନ୍ତ୍ରିକ ସମ୍ମୋହନର ଆନନ୍ଦ ଦେବ ବୋଲି ଆଶା କରାଯାଏ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 January 2026
  • Language ‏ : ‎ Oriya
  • Print length ‏ : ‎ 134 pages
  • ISBN-10 ‏ : ‎ 1645608190
  • ISBN-13 ‏ : ‎ 978-1645608196
  • Item Weight ‏ : ‎ 163 g
  • Dimensions ‏ : ‎ 13.97 x 0.79 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback