Availability: In Stock

Bhoka

250.00

କବିତ୍ୱ ଏକ ଦୁର୍ଲଭ ଶକ୍ତି । ଏହା ଯେତେବେଳେ ଅବତରଣ କରେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଏ । ଏହି ଶକ୍ତି ବଳରେ ସମଗ୍ର ଜୀବଜଗତରେ କଳାପ୍ରାଣତା, କଳ୍ପନା ପ୍ରବଣତା ଚିରଜାଗ୍ରତ ରହିଛି । ସଂସ୍କୃତି ତଥା ସଭ୍ୟତାର କ୍ରମ ଉତ୍ତରିତ ପଥ ଆହୁରି ଉଜ୍ୱଳ ଦିଶୁଛି ।

ବ୍ୟାସ, ବାଲ୍ମିକୀ, ହୋମର, ଚସରଙ୍କଠାରୁ ଆଜିଯାଏ ଅସଂଖ୍ୟ କବି ଜନ୍ମ ନେଇଛନ୍ତି । ସେହି ଅକ୍ଷର ବ୍ରହ୍ମଙ୍କ ଆଶୀର୍ବାଦରୁ ମହାକାଳ ବକ୍ଷରେ ସେମାନଙ୍କ କୃତିତ୍ୱ ଭାସ୍ୱର ରହିଛି । ଦିନେ ବେଦକୁ ଶୁଣି ଶୁଣି ମନେ ରଖିବାକୁ ହେଉଥିଲା ବୋଲି ବେଦର ଅନ୍ୟନାମ ‘ଶ୍ରୁତି’ । ପୁଣି ଲିପି ଆବିଷ୍କାର ହେଲା । ମୁଦ୍ରାଯନ୍ତ୍ର ଆସିଲା । ସାହିତ୍ୟ ସୃଷ୍ଟିକୁ ଦୀର୍ଘସ୍ଥାୟୀ କରିବା ଓ ଅତୀତକୁ ବର୍ତ୍ତମାନ ସହିତ ଯୋଡିବାର ପ୍ରକ୍ରିୟା ଆରମ୍ଭ ହେଲା । ପୁଣି ଆସିଲାଣି ଡିଜିଟାଲ ଯୁଗ । ଆଉ କାଗଜ କଲମ ଲୋଡା ପଡିବନି । ଏଭଳି ଦୃତ ପରିବର୍ତ୍ତିତ ସମୟରେ ବିଶିଷ୍ଟ ନୃତତ୍ତ୍ୱବିତ୍ ଗବେଷକ ଡକ୍ଟର ରମେଶ ପ୍ରସାଦ ମହାନ୍ତିଙ୍କର ପ୍ରଥମ କବିତା ସଂକଳନ ପ୍ରକାଶିତ ହେଉଛି । ଏହା ଓଡିଆ କାବ୍ୟଜଗତ ପାଇଁ ଆଶା ଓ ଆଶ୍ୱାସନାର କଥା ।

ଏହି ସଂକଳନର ଶୀର୍ଷକ ‘ଭୋକ’, ଯେଉଁଥିରେ ୫୨ ଟି କବିତା ସଂକଳିତ ହୋଇଛି । ଭୋକ ଅଛି ବୋଲି ତ ସଂସାର ଚାଲିଛି । ଏହି ଭୋକ ସଭ୍ୟତାକୁ କର୍ମପ୍ରବଣ କରି ରଖିଛି । ଦେହ, ମନ, ଆତ୍ମା ଏପରିକି କଳାପ୍ରାଣତାର ଭୋକ ରହିଛି । ଏହି ସଂକଳନର କବିତା ଗୁଡିକରେ ତାହା ସ୍ପଷ୍ଟ ।

ବ୍ୟକ୍ତିଗତ ଜୀବନ ଠାରୁ ଗୋଷ୍ଠୀ ଜୀବନ, ଗ୍ରାମ୍ୟ ଜୀବନ ତଥା ପାରିବାରିକ ଜୀବନର ଗୁରୁତ୍ୱ ଏ କବିତା ଗୁଡିକରେ ଅଧିକ । କବି ଯାହା ଚାହିଁଛନ୍ତି ସ୍ପଷ୍ଟ କରିଛନ୍ତି । ଏପରିକି ରାଜନୀତିକୁ କଟାକ୍ଷ କରିବାକୁ ସେ ଭୁଲି ନାହାନ୍ତି । ସବୁ ଭିତରେ ମଣିଷପଣିଆର ସୁବାସ ତାଙ୍କୁ ସହାନୁଭୂତିସିକ୍ତ କରିଛି । ଅନୁଭୂତି ନଥିଲେ ସହାନୁଭୂତି ଗଭୀର ହୁଏ ନାହିଁ, ଏହା ପରୀକ୍ଷିତ ସତ୍ୟ – ସେହି ସହାନୁଭୂତି ଏ କବିତା ସଂକଳନର ମଞ୍ଜରେ ଅବସ୍ଥିତ । ଅନେକତ୍ର ସରଳ ସୁକୁମାର ଗ୍ରାମ୍ୟ ଭାଷାର ଭାବମୟ ପ୍ରୟୋଗ ମଧ୍ୟ ଆକର୍ଷଣୀୟ ।

Category:

Description

About the Author

ସାମ୍ପ୍ରତିକ ସାରସ୍ୱତ ଅନୁଷ୍ଠାନ ମାନଙ୍କରେ ଡ. ରମେଶ ପ୍ରସାଦ ମହାନ୍ତି ଏକ ସଶ୍ରଦ୍ଧ ନାମ । ସେ ଲେଖନ୍ତି କବିତା ସାମାଜିକ ସମସ୍ୟା ଉପରେ, ଲେଖନ୍ତି ବି କବିତା ଜୀବନ ଆଉ ଯନ୍ତ୍ରଣା ଉପରେ । ପରିବର୍ତ୍ତନଶୀଳ ସମୟର ଚାପାରେ ଦଳିଚକଟି ହୋଇ ସତ୍ତା ହରାଉଥିବା ଜୀବନଶୈଳୀ ଉପରେ ବି ସେ କଲମ ଚାଳନା କରନ୍ତି । ତାଙ୍କ କଲମରୁ ଅଙ୍କୁରି ପଡୁଥିବା ପ୍ରତ୍ୟେକଟି କବିତାରେ ଫୁଟି ଉଠୁଥାଏ ଘନଘୋର ଅନ୍ଧାର ଭିତରୁ ଗୋଟାଏ ଖଦ୍ୟୋତର ଚକ୍]ଚକ୍ ଆଲୋକ ଏବଂ ସେ ଆଲୋକରେ ସେ ବାଟ ଦେଖାଇବାକୁ ଚେଷ୍ଟା କରନ୍ତି ତୁମକୁ, ଆମକୁ, ସମାଜକୁ, ସଭ୍ୟତାକୁ ଆଉ ତାଙ୍କର ପଠନଶୈଳୀ ତାଙ୍କର ପ୍ରତିଟି ସୃଷ୍ଟିକୁ ଋଦ୍ଧିମନ୍ତ କରିଥାଏ । ଜଣେ ନୃତତ୍ତ୍ୱ ଗବେଷକ ହିସାବରେ ତାଙ୍କର ପନ୍ଦରଖଣ୍ଡ ପୁସ୍ତକ, ଏକଶହରୁ ଉର୍ଦ୍ଧ୍ୱ କ୍ଷୁଦ୍ର ନିବନ୍ଧ ଏବଂ ତିରିଶି ଖଣ୍ଡ ପ୍ରକଳ୍ପ ସନ୍ଦର୍ଭ ପ୍ରକାଶିତ । ଉଭୟ ଗବେଷକ ଏବଂ କବି ହିବାବରେ ସେ ଅନେକଗୁଡିଏ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ । ଏହି ସଂକଳନଟି ତାଙ୍କର ପ୍ରଥମ କବିତା ଗ୍ରନ୍ଥ ଏବଂ ଏଥିରେ ସେ ତାଙ୍କ ଗବେଷଣା ଲବ୍]ଧ ଜ୍ଞାନକୁ ଆଧାର କରି ଅନେକ ଗୁଡିଏ କବିତା ମାନଙ୍କୁ ସମ୍ମିଳିତ କରିଛନ୍ତି । ଆଶା ଏହା ନିଶ୍ଚୟ ପାଠକୀୟ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ସମାଜକୁ ସୁଧାରିବାରେ ସହାୟକ ହେବ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 23 November 2022
  • Language ‏ : ‎ Oriya
  • Print length ‏ : ‎ 192 pages
  • ISBN-10 ‏ : ‎ 1645600939
  • ISBN-13 ‏ : ‎ 978-1645600930
  • Item Weight ‏ : ‎ 249 g
  • Dimensions ‏ : ‎ 13.97 x 1.12 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback