Availability: In Stock

Bhinna Swara: Samakala Odia Kabita

330.00

ଏ ପର୍ଯ୍ୟାୟର ନାରୀ ବିମର୍ଶନବାଦ ପ୍ରତି ବିଶ୍ୱସ୍ତ କବୀମାନଙ୍କ ଭିତରେ ପାଠକର ପ୍ରତ୍ୟୟ ଓ ପ୍ରତୀତିକୁ ମୁକ୍ତସମ୍ବେଗର କବିଦେବାକୁ ବାଧ୍ୟ ଓ ଆଗ୍ରହାନ୍ୱିତ କରିପାରିଥିବା କବୀ ଗାୟତ୍ରୀବାଳା ପଣ୍ଡା, ଚିରଶ୍ରୀ ଇନ୍ଦ୍ରସିଂହ, ପ୍ରଜ୍ଞାଶ୍ରୀ ରଥ, ପ୍ରତୀକ୍ଷା ଜେନା, ଶର୍ମିଷ୍ଠା ସାହୁ ଓ ସୁଜାତା ସାହାଣୀଙ୍କ କବିତାମାନେ ସୂଚେଇ ଦିଅନ୍ତି ଜୀବନଯାପନର ବିଧିପ୍ରବିଧି ଅନୁବିଧି ଓ ପାରିପାଶ୍ୱର୍ିକ ବାଧ୍ୟବାଧକତା ଓ ଉପଲବ୍ଧିର ଚତୁପାଶ୍ୱର୍ କେବଳ ଆଦର୍ଶାୟିତ ସମାଜକଳ୍ପା ଗଠନବ୍ୟବସ୍ଥାର ମାନାଦର୍ଶରେ ବନ୍ଧା ନୁହେଁ; ପୁରୁଷାଂଶୀ ଅନୁରୂପତା ସହିତ ମୁକ୍ତ -ଇନ୍ଦ୍ରିୟ- ସଂଚାଳନବିଧିକ ଓ ଈପ୍ସିତ ମର୍ଯ୍ୟାଦାର ହେବା ସଂଗତିସମ୍ପନ୍ନ-ଏପରି ଏକ ଅନ୍ତର୍ଶକ୍ତିସମ୍ପନ୍ନ ବିନିର୍ମାଣୀଚିନ୍ତନର ଅସୀମ ସୌକର୍ଯ୍ୟଭରା ନାରୀତ୍ୱକୁ ଆଧାର କରିଛି । ରାମକୃଷ୍ଣ, ଅଜୟ, କେ. ଶ୍ୟାମବାବୁ ଦୋରା, କେଦାର, ନବୀନ ବିଶ୍ୱବନ୍ଧୁ, ହେମନ୍ତ ଦଳପତି, ନିଖିଳେଶ, ପବିତ୍ରମୋହନ, ଅଖିଳ ପ୍ରମୁଖଙ୍କ କବିତା ସକଳପ୍ରକାର ମଣିଷଗଢ଼ା, ମଣିଷକରା ଅପାର୍ଥକ ଧାରଣା, ପ୍ରତ୍ୟୟ, ଆଚାର, ଭେଦଗୁଡ଼ିକ ସତ୍ତ୍ୱେ ମଣିଷର ସଚଳ ଜୀବନବଂଚିବାର ଅଧିକାରକୁ ସର୍ବୋତ୍ତମ ସୌନ୍ଦର୍ଯ୍ୟ ଭାବରେ କଳାତ୍ମକ ଦୃଷ୍ଟାନ୍ତୀକରଣ କରିଦେଇପାରିଛି । ନୃସିଂହ ତ୍ରିପାଠୀ, ରୋହିଣୀକାନ୍ତ, ପ୍ରଦୀପ କୁମାର ପଣ୍ଡା, ସୂର୍ଯ୍ୟ ମିଶ୍ର ଓ ସୂର୍ଯ୍ୟସ୍ନାତ ତ୍ରିପାଠୀଙ୍କ କବିତାଗୁଡ଼ିକ ସହିତ ପାଠକ ଭାବାନୁକୂଳ ଓ ଅନ୍ୱେଷାପ୍ରବଣ ପଠନେତ୍ସାକୁ ଯୋଡ଼ିଦେବା ମାତ୍ରେ ଅନୁଭବ କରିବେ- ଏକ ଅଣପାରମ୍ପରିକ ଭଙ୍ଗୀରେ କବିତା ଜୀବନକୁ ଚିହ୍ନିବା ଓ ବିତେଇବାର ମଧୁରତାକୁ ପରିବେଷଣ କରିଦେଉଛି । ସବୁଠୁ ବିଚିତ୍ର- ଏ ସଂକଳନର ଅଧିକାଂଶ ସିଂହଭାଗୀ କବିତାର ଆରମ୍ଭ ନାଟକୀୟ ସଂଘଟନାରୁ ଏବଂ ପରିସମାପ୍ତି ସକାରାତ୍ମକ ଆବେଦନରେ ହୋଇପାରିଛି; ଯାହାଭିତରେ ଭାରତୀୟ ଭାବବାଦୀ ମାନସିକତାର ଅସ୍ମିତାକୁ ଚିହ୍ନି ବୁଝି ଘେନି ହୁଏ । ସଂକ୍ଷେପରେ କବିତାଗୁଡ଼ିକ ଭିନ୍ନରୁଚିର ଓ ପାଠକର ପଠନୋତ୍ତର ଅବସ୍ଥାକୁ ଅନୁକଳ୍ପନୀୟ କରିଦେବାରେ ଅବିଫଳ ନୁହଁନ୍ତି ।

Category:

Description

About the Author

ଜଣେ ବିଭାବନ ଚେତନାଶୀଳ ପ୍ରାବନ୍ଧିକ ଓ ନବନ୍ୟାୟିକ ସାହିତ୍ୟ-ସମାଲୋଚକ ଭାବରେ ଦୀର୍ଘ ଚାରି ଦଶନ୍ଧି ଧରି ସନ୍ତୋଷ ତ୍ରିପାଠୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁବିଦିତ ହୋଇ ଆସିଛନ୍ତି । ଭାଷା, ବ୍ୟାକରଣ, ସାହିତ୍ୟତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ ଓ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ତାଙ୍କର ବିଚାରବିମର୍ଶ ଓଡ଼ିଆ ସାହିତ୍ୟ ପରିମଣ୍ଡଳରେ ସ୍ୱତନ୍ତ୍ର ଆବେଦନ ସୃଷ୍ଟି କରିଆସିଛି । ସମ୍ପ୍ରତି ଅଗ୍ରଣୀ ଓ ପ୍ରଭାବଶାଳୀ ସାରସ୍ୱତ ବିମର୍ଶକ ଭାବରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ, ସନ୍ଦର୍ଭ ଓ ବିଚାର ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସିଦ୍ଧି ଦେଇଛି । ଓଡ଼ିଶାରାଜ୍ୟର ସର୍ବପ୍ରାଚୀନ ଉତ୍କଳ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରୁ ସେ ବିଭାଗମୁଖ୍ୟ ଓ ପ୍ରଫେସର ଭାବରେ ଅବସରପ୍ରାପ୍ତ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 20 November 2023
  • Language ‏ : ‎ Oriya
  • Print length ‏ : ‎ 268 pages
  • ISBN-10 ‏ : ‎ 1645604764
  • ISBN-13 ‏ : ‎ 978-1645604761
  • Item Weight ‏ : ‎ 345 g
  • Dimensions ‏ : ‎ 13.97 x 1.55 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback