Availability: In Stock

Bharatiya Paramparare Lokanatya O Lokanrutya

240.00

ଡାଃ ଅଶ୍ୱିନୀ କୁମାର ଶତପଥୀଙ୍କ ‘ଭାରତୀୟ ପରଂପରାରେ ଲୋକନାଟ୍ୟ ଓ ଲୋକନୃତ୍ୟ’ ଶୀର୍ଷକ ସମୀକ୍ଷାତ୍ମକ ପୁସ୍ତକରେ ସ୍ଥାନିତ ସତର ଗୋଟି ପ୍ରବନ୍ଧକୁ ମୁଁ ଗଭୀର ମନୋନିବେଶ ସହକାରେ ପଢ଼ି ଆନନ୍ଦ ଲାଭ କଲି । ଡାଃ ଶତପଥୀ ଲୋକ ନାଟକ ଓ ଲୋକ ନୃତ୍ୟ ସଂପର୍କିତ ବିବିଧ ସିଦ୍ଧାନ୍ତ ଗ୍ରନ୍ଥ ଓ ଆଲୋଚନା ପୁସ୍ତକ ଅଧ୍ୟୟନ କରିବା ସହିତ କିଛିକ୍ଷେତ୍ର ଅଧ୍ୟୟନ କରିଥିବା ଜଣାଯାଏ । ସେ ଭାରତକୁ ନାଟ୍ୟକଳା ଓ ନାଟ୍ୟମଂଚର ଆଦି ଭୂମି ଭାବରେ ଗ୍ରହଣ କରି ଭଗବାନ ଶିବଙ୍କୁ ଆଦି ନଟ ରୂପେ ଉଲ୍ଲେଖ କରିଛନ୍ତି । ଋଗ୍]ବେଦଠାରୁ ଆରମ୍ଭ କରି ଭରତଙ୍କ ନାଟ୍ୟଶାସ୍ତ୍ରରୁ ଉପାଦାନ ସଂଗ୍ରହ କରି ଭାରତକୁ ନାଟ୍ୟକଳାର ଆଦି ଭୂମି ଭାବରେ ଯେପରି ପ୍ରମାଣ କରିଛନ୍ତି ଓ ଭାରତର ନାଟ୍ୟ ପରଂପରାରେ ସାର୍ଥକ ନୀତିନିଷ୍ଠ ଜୀବନ ଯାପନ ଓ ସାମାଜିକ ଶୃଙ୍ଖଳା ପାଇଁ ଯେପରି ପ୍ରେରଣା ପ୍ରଦାନ କରାଯାଇଛି ତାହା ଉପରେ ଆଲୋକପାତ କରିଅଛନ୍ତି । ପ୍ରସଙ୍ଗ କ୍ରମେ ଲୋକ ନାଟକ ଭାରତର ବିଭିନ୍ନ ପ୍ରଦେଶରେ ଉନ୍ମେଷ ଘଟି କିପରି ଅଭିଜାତ ନାଟକ ଓ ନୃତ୍ୟ ସୃଷ୍ଟି ପାଇଁ ପ୍ରେରଣା ଦେଇଥିଲା ସେ ସଂପର୍କରେ ସୂଚନା ଦେଇଛନ୍ତି । ଭାରତରେ ଲୋକନାଟକ ଓ ନୃତ୍ୟ ପରଂପରା ଯେ ଏକ ଅନୁପମ ସୃଷ୍ଟି ତାହା ଉପରେ ଦୃଷ୍ଟିପାତ କରି କଥକ, ଓଡ଼ିଶୀ, ଭାରତନାଟ୍ୟମ୍], କୁଚିପୁଡ଼ି, କଥକଲୀ, ଛଉନୃତ୍ୟ, ଘୋଡ଼ାନାଚ, କଣ୍ଡେଇନାଚ, ସଖୀନାଟ, ଢୁମସା, ଶବରଶବରୁଣୀ ନାଚ, ଡାଲଖାଇ, ଦଣ୍ଡନାଚ, ପାଟୁଆ ନାଚ ଆଦି ଓଡ଼ିଶାର ନୃତ୍ୟକଳା ଉପରେ ବିଶେଷ ଗୁରୁତ୍ୱ ଦେଇଥିବା ଲକ୍ଷ୍ୟ କରାଯାଏ । ଏହା ସହିତ ମଣିପୁର, ରାଜସ୍ଥାନ, ପୂର୍ବୋତ୍ତର ଭାରତ, ଗୁଜୁରାଟ, କେରଳ, ପଞ୍ଜାବ ଆଦି ବିଭିନ୍ନ ଅଂଚଳରେ ପ୍ରଚଳିତ ଲୋକ-ନାଟକ ଓ ନୃତ୍ୟ ଉପରେ ମଧ୍ୟ ସୂଚନା ପ୍ରଦାନ କରିଅଛନ୍ତି ।

ଭାରତର ବିଭିନ୍ନ ରାଜ୍ୟର, ଓଡ଼ିଶାର, ଆଦିବାସୀ ସମ୍ପ୍ରଦାୟର ଲୋକନାଟକ ଓ ନୃତ୍ୟ, ଲୋକଜୀବନ ଓ ଲୋକଙ୍କ ଆଚାର ବିଚାରକୁ ନେଇ ଯେମିତି ପରିକଳ୍ପିତ ଓ ରଚିତ ହୋଇଛି ତାହା ନିଶ୍ଚିତ ଭାବରେ ଆମ ସମାଜ, ସଂସ୍କୃତି ଓ ଜାତୀୟ ମାନସର ପରିଚୟ ପ୍ରଦାନ କରେ । ପୁସ୍ତକଟି ଛାତ୍ରଛାତ୍ରୀ, ପାଠକ ଓ ଗବେଷକମାନଙ୍କ ପାଇଁ ଏକାନ୍ତ ଉପାଦେୟ ।

Categories: ,

Description

Review

ପ୍ରବନ୍ଧଗୁଡ଼ିକ ଗଭୀର ଅଧ୍ୟୟନର ସ୍ପଷ୍ଟ ସୂଚନା ଦିଏ । ଡାଃ ଶତପଥୀଙ୍କର ଏହି ଶ୍ରମ ସାପେକ୍ଷ ଉଦ୍ୟମ ପାଇଁଅନେକ ଅନେକ ସାଧୁବାଦ ।

ବୈଷ୍ଣବ ଚରଣ ସାମଲ, ଅବସରପ୍ରାପ୍ତ ପ୍ରଫେସର, ବିଶ୍ୱଭାରତୀ, ଶାନ୍ତିନିକେତନ

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 27 May 2025
  • Language ‏ : ‎ Oriya
  • Print length ‏ : ‎ 168 pages
  • ISBN-10 ‏ : ‎ 1645606988
  • ISBN-13 ‏ : ‎ 978-1645606987
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.99 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

select-format

Paperback

Language

Odia