Availability: In Stock
Bhagabata Charcha
₹220.00
ଭାଗବତ ହେଉଛି ଭାବର ବିଷୟ । ଓଡ଼ିଆ ଭାବେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଭାଗବତ ବିଷୟରେ ଜାଣିନାହିଁ । ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସମସ୍ତଙ୍କ ମୁଖରେ ଭାଗବତର ବାସ ।
ଭାଗବତ ଦେବତା ସ୍ୱୟଂ । ସେ ଗାଦିଗୋସାଇଁ । ଏଣୁ ତାଙ୍କ ପାଇଁ ଗାଁ ଗାଁରେ ତୋଳା ହୋଇଛି ଭାଗବତ ଘର । ଓଡ଼ିଶାର ପୂର୍ବଞ୍ଚଳରେ ଏହା ‘ଭାଗବତ ଟୁଙ୍ଗୀ’ ଏବଂ ପଶ୍ଚିମାଞ୍ଚଳରେ ‘ଗୁଢ଼ିଘର’ ନାମରେ ପରିଚିତ । ଏହା ନ୍ୟାୟାଳୟ, ମନ୍ଦିର, ଅତିଥି ଗୃହ, ସୂଚନା କେନ୍ଦ୍ର, ଶିକ୍ଷାକେନ୍ଦ୍ର ଆଦିର ପରିଚୟ ପାଇଛି ।
ଏହି ପୁସ୍ତକରେ ଭାଗବତ ସମ୍ୱନ୍ଧରେ ରଚିତ ଦଶଗୋଟି ପ୍ରବନ୍ଧ ସ୍ଥାନ ପାଇଛି । ଆଲୋଚନା ଦୃଷ୍ଟିରୁ ଏହାକୁ ତିନୋଟି ପରିଚ୍ଛେଦରେ ବିଭକ୍ତ କରାଯାଇଛି । ପ୍ରଥମ ପରିଚ୍ଛେଦରେ ଭାଗବତର ସାଂସ୍କୃତିକ ଓ ସାହିତ୍ୟିକ ମୂଲ୍ୟାୟନ, ଦ୍ୱିତୀୟ ପରିଚ୍ଛେଦରେ ଭାଗବତର ଭାଷାତାତ୍ତ୍ୱିକ ମୂଲ୍ୟାୟନ ଏବଂ ତୃତୀୟ ପରିଚ୍ଛେଦରେ ଭାଗବତର ତୁଳନାତ୍ମକ ଅଧ୍ୟୟନ ସ୍ଥାନ ପାଇଛି ।