Availability: In Stock

Bhaba Anubhaba

325.00

କବିତା ସାହିତ୍ୟର ଏକ ଗୁରୁତ୍ବ ପୂର୍ଣ୍ଣ ଅଙ୍ଗ । ମନର ଆବେଗ ଓ ଉଚ୍ଛ୍ବାସକୁ ସ୍ବତଃସ୍ଫୁର୍ତ୍ତ ଭାବେ ଭାଷାରେ ରୂପ ଦେଇଥାଏ କବିତା। ଗଗନ ବିହାରୀ ପାଣିଗ୍ରାହୀଙ୍କର କବିତା ସଂକଳନ “ଭାବ-ଅନୁଭବ”ର କବିତା ଗୁଡ଼ିକ ପଢ଼ିଲେ ଲାଗେ ସତେ ଯେପରି କବିତା ମାଧ୍ୟମରେ କବିଙ୍କର ମନର ଆବେଗ ଭାଷାରେ ପରି ପ୍ରକାଶ ହୋଇଛି। ଏଥିରେ ସନ୍ନିବେଶିତ କବିତା ଗୁଡ଼ିକ ପୂର୍ବ ସଙ୍କଳନ ପରି ଛନ୍ଦୋବଦ୍ଧ ଓ ସୁୁଖପାଠ୍ୟ। ଛନ୍ଦୋବଦ୍ଧ କବିତା ଲେଖିବା କବିଙ୍କର ବିଶେଷତ୍ବ। ଭାଷା ଯେପରି ସରଳ ଭାବ ସେହି ପରି ତରଳ। ଲାଳିତ୍ୟରେ ପୁଟ ଦିଆ କବିତା ଗୁଡିକ ପାଠକଲେ ଲାଗେ ନଦୀର ସ୍ରୋତ ପରି ଏହା ପ୍ରବାହିତ ହେଉଅଛି । ଆଜିକାଲିର ଆଧୁନିକ କବିତା ଭଳି ଦୁର୍ବୋଧ୍ୟତା ଓ ଅବୋଧ୍ୟତା କୌଣସି କବିତାରେ ପରିଲକ୍ଷିତ ହୁଏ ନାହିଁ । କ୍ଷୁଦ୍ର ବୃହତ ସତୁରିଟି କବିତାର ଗୁଚ୍ଛ ଏ ସଂକଳନ । କଥାବସ୍ତୁ କେବଳ ଓଡ଼ିଶାରେ ସୀମିତ ନରହି ଏହା ବିସ୍ତାରୀ ଯାଇଛି ସାରା ବିଶ୍ବକୁ । ବିଷୟ ବସ୍ତୁରେ ସ୍ଥାନ ପାଇଛି ରାମାୟଣ ଓ ମହାଭାରତର ଗଳ୍ପ, ପ୍ରକୃତି ବର୍ଣ୍ଣନା, ଯୁଦ୍ଧର ବିଭୀଷିକା, କୋଭିଡ଼ ମହାମାରୀ ସମୟରେ ଜୀବନ ଓ ଜୀବିକା, ଆଧ୍ୟାତ୍ମିକ, ସାମାଜିଜ, ରାଜନୈତିକ, ବ୍ୟଙ୍ଗ ଓ ରମ୍ୟ ରଚନା । ନାନା ପ୍ରକାର ବିଷୟ ବସ୍ତୁ ହୋଇ ଥିବାରୁ ଏହାର ସମସ୍ତ କବିତାକୁ ସାତଟି ବିଭାଗରେ ବିଭକ୍ତ କରା ହୋଇଅଛି । କବିତା ଗୁଡ଼ିକରେ ଓଡିଆ ଓ ଓଡିଶାର ଚିରାଚରିତ କବିତା ଶୈଳୀ ସହ ସନେଟ୍], ଲିରିକ୍ସ, ଏଲିଜି ଓ ବାଲାଡରେ ଭରପୁର । ଆଶାକରା ଯାଏ ଏ କବିତା ସଂକଳନ ପୂର୍ବ ସଂକଳନ ପରି ପୁଣି ଥରେ ପାଠକ/ପାଠିକା ମାନଙ୍କର ଦୃଦୟଗ୍ରାହୀ ହୋଇ ତାଙ୍କୁ ଆମୋଦ ପ୍ରଦାନ କରିବାରେ ସକ୍ଷମ ହେବ ।

Category:

Description

About the Author

ଡକ୍ଟର ଗଗନ ବିହାରୀ ପାଣିଗ୍ରାହୀ ଦିଲ୍ଲୀସ୍ଥିତ ପ୍ରଖ୍ୟାତ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ଜିନେଟିକ୍ସରେ ଏମ୍]ଫିଲ୍] ଓ ପିଏଚ୍]ଡି ଉପାଧି ହାସଲ କରି କାନାଡ଼ାକୁ ଉଚ୍ଚ ଶିକ୍ଷା କରିବା ପାଇଁ ଆସିଥିଲେ୤ ପେଶାରେ ଜଣେ ବୈଜ୍ଞାନିକ ହେଲେ ହେଁ ଓଡ଼ିଆ ସାହିତ୍ୟ ତାଙ୍କର ନିଶା । ଓଡ଼ିଆରେ କବିତା ଲେଖିବାକୁ ସେ ଭଲ ପାଆନ୍ତି ଓ କବିତାରେ ନିଜ ଗାଁ ମାଟିପାଣିର କଥା ସହ ଉତ୍କଳୀୟ ସଂସ୍କୃତିକୁ ବେଶ୍] ନିଖୁଣ ଭାବରେ ଅଙ୍କନ କରି ପାରନ୍ତି । ତାଙ୍କର ଦୁଇଟି କବିତା ସଙ୍କଳନ “ଫୁଲ ବଗିଚା”(୨୦୧୬) ଓ “ପ୍ରତିଚ୍ଛବି”(୨୦୧୭) କାବ୍ୟମୋଦୀ ପାଠକ ମହଲରେ ଆଦୃତ ହୋଇଛି ।୤ ନିଜ ଅଭିଜ୍ଞତାର ଷୋହଳଟି ଗଳ୍ପକୁ ନେଇ ତାଙ୍କର ଜୀବନୀ “ଯାହା କଲି ଓ ଯାହା ପାଇଲି” (୨୦୨୨) ସାରା ପୃଥିବୀର ପାଠକ ଓ ପାଠିକାମାନଙ୍କର ମନୋରଞ୍ଜନ କରିବାରେ ସହାୟକ ହୋଇଛି । ଏଥି ସହ ଅବସର ସମୟରେ ସେ ନାଟକରେ ଅଭିନୟ ଓ ଚିତ୍ରାଙ୍କନ କରନ୍ତି । ନାଟକରେ ଅଭିନୟ କରିବା ଦୃଷ୍ଟିରୁ ଏବଂ ଉତ୍ତର ଆମେରିକାରେ ଓଡ଼ିଆ କଳା, ସାହିତ୍ୟ ଓ ସଂସ୍କୃତି ପ୍ରସାରଣ କରିବା ଯୋଗୁଁ ଆମେରିକାରେ ଥିବା ଓଡ଼ିଶା ସୋସାଇଟି ଅଫ୍] ଆମେରିକାଜ୍] ତରଫରୁ ତାଙ୍କୁ “କଳାଶ୍ରୀ” ଉପାଧି ପ୍ରଦାନ କରାଯାଇଛି ।୤ ସମ୍ପ୍ରତି ସେ କାନାଡ଼ାର ଟରୋଣ୍ଟୋ ସହରରେ ଥିବା ପୃଥିବୀ ପ୍ରସିଦ୍ଧ ହସ୍]ପିଟାଲ୍] ଫର୍] ସିକ୍] ଚିଲଡ୍ରେନ୍]ରେ ଜିନେଟିକ୍]ସ ଏଣ୍ଡ ଜିନୋମିକ୍]ସ ବାଇୟୋଲଜିରେ ଗବେଷଣା କରନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 26 May 2024
  • Language ‏ : ‎ Oriya
  • Print length ‏ : ‎ 256 pages
  • ISBN-10 ‏ : ‎ 1645605566
  • ISBN-13 ‏ : ‎ 978-1645605560
  • Item Weight ‏ : ‎ 327 g
  • Dimensions ‏ : ‎ 13.97 x 1.47 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback