Description
About the Author
ଗାୟତ୍ରୀବାଳା ପଣ୍ଡା ଓଡ଼ିଆ ସାହିତ୍ୟର ଏକ ଶକ୍ତିଶାଳୀ ସ୍ୱର। ଯେଉଁ ସ୍ୱର ଅନ୍ତରଙ୍ଗ ଏବଂ ଅସୀମ ସମ୍ଭାବନାର ସ୍ରୋତ ପରି ପ୍ରବାହିତ ହୁଏ । ଯେଉଁ ସ୍ୱର କୋମଳ ଅଥଚ ଅଦମ୍ୟ। ଯେଉଁ ସ୍ୱର ସ୍ମୃତିର ସଙ୍ଗୀତ, ନୀରବତାର ନାଦ, ଯନ୍ତ୍ରଣାର ତୀବ୍ରତା ଏବଂ ସତ୍ୟର ଶକ୍ତି ବହନ କରେ, ଯାହା ଅଶ୍ରୁତ ଓ ଅଦୃଶ୍ୟକୁ ଜୀବନ୍ୟାସ ଦିଏ। ଦୀର୍ଘ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ କବିତା, ଗପ, ଉପନ୍ୟାସ, ପ୍ରବନ୍ଧ ଓ ଖବରକାଗଜରେ ସ୍ତମ୍ଭ ରଚନା କରି ସେ ଯଥେଷ୍ଟ ପାଠକୀୟ ସ୍ୱୀକୃତି ହାସଲ କରିଛନ୍ତି। ଉଭୟ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇଥିବା କବି ଗାୟତ୍ରୀବାଳା ପଣ୍ଡାଙ୍କର ବର୍ତ୍ତମାନ ସୁଦ୍ଧା ୩୫ଟି ପୁସ୍ତକ ପ୍ରକାଶିତ ହୋଇ ରାଜ୍ୟ ଓ ଜାତୀୟସ୍ତରରେ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। କେବଳ ହୃଦୟରୁ ନୁହେଁ, ଜୀବନ୍ତ ଅଭିଜ୍ଞତାର ମଜ୍ଜାରୁ ଆତ୍ମପ୍ରକାଶ କରିଥିବା “ବେଶଘର” କବିତା ସଂକଳନ ତାଙ୍କ ସୃଷ୍ଟି ସଂଭାରରେ ଏକ ସ୍ମରଣୀୟ ସଂଯୋଜନ।
Product details
- Publisher : Black Eagle Books
- Publication date : 8 September 2025
- Language : Oriya
- Print length : 140 pages
- ISBN-10 : 1645607437
- ISBN-13 : 978-1645607434
- Item Weight : 168 g
- Dimensions : 13.97 x 0.84 x 21.59 cm
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253





