Availability: In Stock

Baya Chadheira Basa O Anyanya Galpa

200.00

ବାୟା ଚଢ଼େଇର ବସା ସଂପର୍କ, ଦାୟିତ୍ୱ, ଅଧିକାରପଣ ଏବଂ ଅଙ୍ଗୀକାରକୁ ନେଇ ଗଢ଼ା ଭିନ୍ନ ଭାସ୍କର୍ଯ୍ୟର କଥା କହେ ଯାହାକୁ ନେଇ ବୀଣାପାଣି ପ୍ରଧାନ ଗପର ଗହଣା ଗଢ଼ିଛନ୍ତି । ତାଙ୍କ କଥା କାହାଣୀର କାନ୍ଥରେ ଫିକା ପଡ଼ିଆସିଥିବା ମାର୍ଗଶିରର ଝୋଟିଚିତାକୁ ଦେଖିହୁଏ, ଯେମିତି ଦେଖିହୁଏ ମାଟି ଚଟାଣରେ ଲିଭିଆସୁଥିବା ସିନ୍ଦୂର ଓ ଅଳତାର ଦାଗ । ମଣିଷ ଚିରକାଳ ତାକୁ ହିଁ ଝୁରୁଥାଏ ଯାହାକୁ ସେ ପାଏ ନାହିଁ, ହୁଏତ ପାଇବାର ସମ୍ଭାବନା ନ ଥାଏ ଜୀବନରେ । ସେହି ଝୁରାପଣ, ସେଇ ଉଷୁମ ଦୀର୍ଘଶ୍ୱାସ ଏବଂ ଶୀତଳ ସ୍ମୃତି ସବୁ ତାକୁ ଅଥୟ କରୁଥାନ୍ତି, ଅସ୍ତବ୍ୟସ୍ତ କରୁଥାନ୍ତି । ସେହି ଅନୁଭବକୁ ଶବ୍ଦରୂପ ଦେବାର କଠିନ କାମଟିକୁ ଅନାୟାସରେ ସଂପନ୍ନ କରିଛନ୍ତି ବୀଣାପାଣି ତାଙ୍କର ବାୟା ଚଢ଼େଇର ବସା ସଂକଳନରେ । ଏହା ତାଙ୍କର ପ୍ରଥମ ଅଥଚ ଦୃପ୍ତ ପଦପାତ, ଯାହା ପାଠକଙ୍କ ଦୃଷ୍ଟି ଆକର୍ଷଣ କରିବ ।

– ଗୌରହରି ଦାସ

Category:

Description

About the Author

ବୀଣାପାଣି ପ୍ରଧାନ (୧୯୮୬) ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ହେଁ ବର୍ତ୍ତମାନ ତାଙ୍କ ପରିବାର ସହିତ ମାଲେସିଆରେ ରହନ୍ତି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପରିବେଶ ବିଜ୍ଞାନରେ ପିଏଚ୍].ଡି. ସମାପ୍ତ କରିଛନ୍ତି । ଲେଖିବା ପାଇଁ ତାଙ୍କର ଆଗ୍ରହ ପିଲାଦିନରୁ ଥିଲା । ସମୟକ୍ରମେ ତାଙ୍କ ପିତା ଏବଂ ବହୁ ଖ୍ୟାତନାମା ଓଡ଼ିଆ ଲେଖକମାନଙ୍କ ଦ୍ୱାରା ସେ ଅଧିକ ଅନୁପ୍ରାଣିତ ହୋଇଥିଲେ । ତାଙ୍କର ସୃଜନ ଯାତ୍ରା କିଛି କ୍ଷୁଦ୍ର କବିତା ସହିତ ଆରମ୍ଭ ହୋଇଥିଲା, ତାପରେ କ୍ଷୁଦ୍ରଗଳ୍ପ, ଭ୍ରମଣ କାହାଣୀରେ ପରିଣତ ହେଲା । କେତେକ ଗଳ୍ପ ଓ ଭ୍ରମଣ କାହାଣୀ ‘ସମ୍ବାଦ’, ‘ସମାଜ’, ‘କାଦମ୍ବିନୀ’, ‘ରେବତୀ’ ଏବଂ ଅନେକ ଖବରକାଗଜର ସାହିତ୍ୟ ପୃଷ୍ଠା ଦ୍ୱାରା ସ୍ୱୀକୃତିପ୍ରାପ୍ତ । ସେ ଜଣେ ମା’ ତଥା ଶିକ୍ଷାବିତ୍ ପରି ଭୂମିକା ଖୁସିରେ ଗ୍ରହଣ କରିଥିବାବେଳେ ନିଜ ପ୍ରିୟ ଅପରାହ୍]ଣ ସମୟରେ ଲେଖାଲେଖି କରିବାକୁ ଭଲପାଆନ୍ତି । ଅଧିକରୁ ଅଧିକ ଜୀବନ ଏବଂ ଏହାର ସୁଖ-ଦୁଃଖର କାହାଣୀ ଲେଖିବାକୁ ସେ ଆଗ୍ରହ ରଖନ୍ତି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 9 June 2023
  • Language ‏ : ‎ Oriya
  • Print length ‏ : ‎ 128 pages
  • ISBN-10 ‏ : ‎ 1645604071
  • ISBN-13 ‏ : ‎ 978-1645604075
  • Item Weight ‏ : ‎ 172 g
  • Dimensions ‏ : ‎ 13.97 x 0.76 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia

select-format

Paperback