Description
About the Author
ଡାକ୍ତର ପ୍ରଫୁଲ୍ଲ କୁମାର ମିଶ୍ର ଜଣେ ଦକ୍ଷ ପ୍ରାଣୀ ଚିକିତ୍ସକ ଭାବରେ ଚାକିରି ଆରମ୍ଭ କରିବା ପରେ ଭାରତୀୟ କୃଷି ଗବେଷଣା ପରିଷଦର ବୃତ୍ତିଲାଭ କରି ପ୍ରାଣୀ ଉତ୍ପାଦନ ବିଜ୍ଞାନରେ ସ୍ୱର୍ଣ୍ଣ ପଦକ ସହିତ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ । ମାର୍ଚ୍ଚ ୨୦୦୩ ମସିହାରେ ଉପନିର୍ଦ୍ଦେଶକ ପଦବୀରେ ଓ ଯୁଗ୍ମ ନିର୍ଦ୍ଦେଶକ ଦାୟିତ୍ୱରେ ଥାଇ ସେ ସରକାରୀ କାର୍ଯ୍ୟରୁ ଅବସର ନେଲା ପରେ ଆନ୍ଧ୍ର ପ୍ରଦେଶର ପୁଟ୍ଟପର୍ତ୍ତି ଆଶ୍ରମର ଗୋକୁଳମ୍]ରେ ଚିକିତ୍ସକ ଓ ପରିଚାଳକ ଭାବରେ ଛଅବର୍ଷ ଅଦିବାହିତ କରିଥିଲେ । ନିଜର ଶିକ୍ଷାଗତ ଜ୍ଞାନ ଓ ଅଭିଜ୍ଞତା ସର୍ବସାଧାରଣଙ୍କ ପାଇଁ ଅତ୍ୟନ୍ତ ପ୍ରୟୋଜନୀୟ ମନେ କରି ସେ ଚାକିରି ଆରମ୍ଭରୁ ବିଭିନ୍ନ ପତ୍ରପତ୍ରିକାରେ ସେସବୁକୁ ପରିବେଷଣ କରିଆସୁଛନ୍ତି । ଏ ପର୍ଯ୍ୟନ୍ତ ଡାକ୍ତର ମିଶ୍ର ବିଭିନ୍ନ ପ୍ରକାର ପ୍ରାଣୀ ପାଳନ ବିଜ୍ଞାନ ଉପରେ ସାତଖଣ୍ଡ ପୁସ୍ତକ ପ୍ରକାଶ କରିଛନ୍ତି, ଯାହା ପାଠକ ପାଠିକାମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ଏହି ବନ୍ୟଜନ୍ତୁ ପୁସ୍ତକଟିରେ ବନ୍ୟ ପ୍ରାଣୀମାନଙ୍କର ଜୀବନର ଚିତ୍ର ଓ ଚରିତ୍ର ତଥା କେତେକ ଅଜଣା ଓ ଅଦ୍ଭୁତ ବିଷୟବସ୍ତୁ ଉପରେ ଆଲୋକପାତ କରାଯାଇଛି । ପୁସ୍ତକଟି ବନ୍ୟପ୍ରାଣୀପ୍ରେମୀମାନଙ୍କ ପାଇଁ ଅତ୍ୟନ୍ତ ଆକର୍ଷଣୀୟ ହେବ ବୋଲି ଡାକ୍ତର ମିଶ୍ର ଆଶା ପୋଷଣ କରିଛନ୍ତି ।
Product details
- Publisher : Black Eagle Books
- Publication date : 12 December 2022
- Language : Oriya
- Print length : 248 pages
- ISBN-10 : 164560098X
- ISBN-13 : 978-1645600985
- Item Weight : 318 g
- Dimensions : 13.97 x 1.42 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253






