Availability: In Stock

Banachari

370.00

Aranyak, written in 1939, is a famous Bengali novel by Bibhutibhushan Bandyopadhyay based on his long and arduous years in northern Bihar. There he came into contact with a part of the world that, even now, remains unknown to most of us. ‘Aranyak’ literally means ‘Of the Forest’. This novel explores the simple and heart-warming story of a man who gets a job as an estate manager in Bihar and slowly falls in love with the beautiful and tranquil forest around him. The dichotomy of urban and rural life comes alive, reflecting the great love that human beings and nature can share, one that Bandyopadhyay experienced in his heart. Written by one of the greatest Bengali authors, this haunting novel is rooted in guilt and sadness but also tremendous beauty. Odia author and translator Laxminarayan Mohanty has translated this novel as “Banachari” in Odia. Novel has received the Sahitya Akademi Translation Award in 1990.

Categories: ,

Description

About the Author

ବଙ୍ଗଳାର ଲୋକପ୍ରିୟ ଔପନ୍ୟାସିକ ବିଭୂତିଭୂଷଣ ବନ୍ଦ୍ୟୋପାଧ୍ୟାୟ (ସେପ୍ଟେମ୍ବର ୧୨, ୧୮୯୪-ନଭେମ୍ବର ୧, ୧୯୫୦) ୨୪ ପ୍ରଗଣା ଜିଲ୍ଲାର ମୂରତିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ରିପନ ମହାବିଦ୍ୟାଳୟରୁ ବିଏ ପାସ୍ କରି ଶିକ୍ଷକତାକୁ ନିଜର ବୃତ୍ତି ରୂପେ ଗ୍ରହଣ କରିଥିଲେ ଓ ଗୋପାଳନଗର ବିଦ୍ୟାଳୟରେ ଜୀବନର ଶେଷ ପର୍ଯ୍ୟନ୍ତ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ତାଙ୍କର ପ୍ରଥମ ଗଳ୍ପ ‘ଉପେକ୍ଷିତା’ ୧୯୨୨ ମସିହାରେ ପ୍ରବାସୀ ପତ୍ରିକାରେ ପ୍ରକାଶିତ ହୋଇଥିଲା । ମାତ୍ର ୨୧ ବର୍ଷର ଲେଖକ ଜୀବନରେ ସେ ଅନେକ ଉପନ୍ୟାସ, ଗଳ୍ପ, ଶିଶୁ ଗଳ୍ପ ଇତ୍ୟାଦି ଲେଖିଥିଲେ । ତାଙ୍କର ଉପନ୍ୟାସମାନଙ୍କ ମଧ୍ୟରେ ‘ପଥେର ପାଞ୍ଚାଲି’, ‘ଅପରାଜିତୋ’, ‘ଆରଣ୍ୟକ’, ‘ଇଚ୍ଛାମତି’, ‘ଦେବଯାନ’ ଇତ୍ୟାଦି ଖୁବ୍ ଲୋକପ୍ରିୟ । ତାଙ୍କର ଲେଖାରେ ଗ୍ରାମାଞ୍ଚଳ ବଂଗଳାର ଜନଜୀବନ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟର ଚିତ୍ର ପ୍ରତିଫଳିତ । ଉପନ୍ୟାସ ‘ଇଚ୍ଛାମତି’ ପାଇଁ ସେ ମରଣୋପରାନ୍ତ ୧୯୫୧ର ରବୀନ୍ଦ୍ର ପୁରସ୍କାରରେ ପୁରସ୍କୃତ । ତାଙ୍କର ଅନେକ ଉପନ୍ୟାସ ପ୍ରଖ୍ୟାତ ନିର୍ଦ୍ଦେଶକ ସତ୍ୟଜିତ ରାୟ ଓ ଅନ୍ୟମାନଙ୍କ ଦ୍ୱାରା ଚଳଚ୍ଚିତ୍ରରେ ରୁପାନ୍ତରିତ କରାଯାଇଛି ।

ଲକ୍ଷ୍ମୀନାରାୟଣ ମହାନ୍ତି (ଅକ୍ଟୋବର ୧, ୧୯୧୯-ଜାନୁଆରୀ ୨୭, ୨୦୦୫) ଥିଲେ ବହୁମୁଖୀ ପ୍ରତିଭାର ଅଧିକାରୀ । ଯଦିଓ ଅନୁବାଦ ସାହିତ୍ୟକୁ ତାଙ୍କର ବିଶେଷ ଅବଦାନ ରହିଛି, ସେ ମଧ୍ୟ ଉପନ୍ୟାସ, ଗଳ୍ପ, ଜୀବନୀ, ଦର୍ଶନ ଇତ୍ୟାଦିରେ ନିଜର ସ୍ୱାକ୍ଷର ଛାଡ଼ିଦେଇ ଯାଇଛନ୍ତି । ତାଙ୍କର ପ୍ରଥମ ଅତିକ୍ଷୁଦ୍ରଗଳ୍ପ ‘ଅନୁରକ୍ତି’ ୧୯୪୪ରେ ସହକାର ପତ୍ରିକାରେ ପ୍ରକାଶିତ ହୋଇ ସମୀକ୍ଷକଙ୍କ ଦୃଷ୍ଟିଗୋଚର ହୋଇଥିଲା । ବାରଖଣ୍ଡ ଗଳ୍ପ ସଂକଳନ, ଆଠଖଣ୍ଡ ଉପନ୍ୟାସ ଏବଂ ପଚାଶରୁ ଊର୍ଦ୍ଧ୍ୱ ଅନୁବାଦ ପୁସ୍ତକର ସ୍ରଷ୍ଟା ଲକ୍ଷ୍ମୀନାରାୟଣ ମହାନ୍ତିଙ୍କୁ ‘ଆରଣ୍ୟକ’ ଅନୁବାଦ ଉପନ୍ୟାସ ପାଇଁ ୧୯୯୦ରେ ସାହିତ୍ୟ ଅକାଦେମୀର ଅନୁବାଦ ପୁରସ୍କାରରେ ପୁରସ୍କୃତ କରାଯାଇଛି ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 January 2025
  • Language ‏ : ‎ Oriya
  • Print length ‏ : ‎ 290 pages
  • ISBN-10 ‏ : ‎ 1645606392
  • ISBN-13 ‏ : ‎ 978-1645606390
  • Item Weight ‏ : ‎ 372 g
  • Dimensions ‏ : ‎ 13.97 x 1.65 x 21.59 cm
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback

Translator

Laxminarayan Mohanty