Description
About the Author
ଆଧୁନିକ ଓଡ଼ିଆ କବିତାରେ ପ୍ରୟୋଗବାଦକୁ ନୂତନ ଦିଗ ପ୍ରଦର୍ଶନ କରିଥିବା ଯଶସ୍ୱୀ ସ୍ରଷ୍ଟାପୁରୁଷ ସୀତାକାନ୍ତ ମହାପାତ୍ର ସେପ୍ଟେମ୍ବର ୨୩, ୧୯୩୭ରେ କଟକ ଜିଲ୍ଲାସ୍ଥ ଚିତ୍ରୋତ୍ପଳା ନଦୀତଟବର୍ତ୍ତୀ ମାହାଙ୍ଗା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୫୯ ମସିହାରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଏମ୍].ଏ. ପାସ୍ କରି ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇବର୍ଷ ଅଧ୍ୟାପନା ପରେ ଭାରତୀୟ ପ୍ରଶାସନ ସେବାରେ ଯୋଗ ଦେଇଥିଲେ । ଓଡ଼ିଆ ସାହିତ୍ୟର ଜଣେ ପ୍ରତିଭାଦୀପ୍ତ ସାହିତ୍ୟିକ ଭାବରେ ସେ କବିତା, ପ୍ରବନ୍ଧ, ଅନୁବାଦ ଓ ସମ୍ପାଦନା କ୍ଷେତ୍ରରେ ନିଜସ୍ୱ ଗାରିମା ସିଦ୍ଧ କରିଛନ୍ତି । ସୀତାକାନ୍ତଙ୍କ ସାରସ୍ୱତ କୃତିଗୁଡ଼ିକ ମଧ୍ୟରେ ରହିଛି ଦୀପ୍ତି ଓ ଦ୍ୟୁତି, ଅଷ୍ଟପଦୀ, ଶବ୍ଦର ଆକାଶ, ସମୁଦ୍ର, ଆରଦୃଶ୍ୟ, ସମୟର ଶେଷନାମ, ପଦଚିହ୍ନ, ଭାରତବର୍ଷ, ସାରାଜୀବନ ଲୋକଟା (କବିତା ସଂକଳନ), ଶବ୍ଦ, ସ୍ୱପ୍ନ ଓ ନିର୍ଭିକତା (ପ୍ରବନ୍ଧ), ଅନେକ ଶରତ (ଭ୍ରମଣ ବୃତ୍ତାନ୍ତ) ଇତ୍ୟାଦି । “Modernisation of Tribal Societies in Eastern Odisha” ତାଙ୍କର ଏକ ଉଚ୍ଚକୋଟୀର ଗବେଷଣା ସନ୍ଦର୍ଭ । ତାଙ୍କୁ ମିଳିଥି�ବା ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟରୁ ୧୯୭୧ ଓ ୧୯୮୪ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୭୪ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫ର ସାରଳା ପୁରସ୍କାର, ୧୯୯୩ର ଜ୍ଞାନପୀଠ ପୁରସ୍କାର, ୨୦୧୩ର ସାହିତ୍ୟ ଏକାଡେମୀ ଫେଲୋ, ୨୦୧୫ ସାର୍କ ସାହିତ୍ୟ ପୁରସ୍କାର ଏବଂ ୨୦୧୭ର ଟାଗୋର୍ ଶାନ୍ତି ପୁରସ୍କାର ଉଲ୍ଲେଖ ଯୋଗ୍ୟ । ସେ ଭାରତ ସରକାରଙ୍କ ପ୍ରଦତ୍ତ ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ (୨୦୦୩) ଓ ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ (୨୦୧୦) ମଧ୍ୟ ପ୍ରାପ୍ତ ହୋଇଛନ୍ତି । ସୀତାକାନ୍ତ ମହାପାତ୍ରଙ୍କ କବିତାରେ ରସମନ୍ତ୍ର ଦ୍ୟୁତି, କାବ୍ୟିକ କଥାତ୍ମକତାର ବ୍ୟାପ୍ତି, ଚମତ୍କାର ଚିତ୍ରକଳ୍ପର ସୁଗୁମ୍ଫନ, ପରମ୍ପରାର ଅପୂର୍ବ ମୂଲ୍ୟାୟନ, ସ୍ୱତନ୍ତ୍ର ଶବ୍ଦକାରିତା ତଥା ତା’ର ସୁଦକ୍ଷ ପ୍ରୟୋଗ ତାଙ୍କୁ ଜଣେ କାଳଜୟୀ ସ୍ରଷ୍ଟାର ମର୍ଯ୍ୟାଦା ପ୍ରଦାନ କରେ ।
Product details
- Publisher : Black Eagle Books
- Publication date : 15 November 2022
- Language : Oriya
- Print length : 152 pages
- ISBN-10 : 1645603369
- ISBN-13 : 978-1645603368
- Item Weight : 200 g
- Dimensions : 13.97 x 0.89 x 21.59 cm
- Country of Origin : India
- Importer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: