Availability: In Stock

Ashok Chandan Galpa Samagra

Author: Ashok Chandan

330.00

Excerpt from the Preface by Prof. Kailash Pattanaik:

ଅଶୋକ! ତମ ଶିଳ୍ପୀ ଆଖିରେ ସ୍ୱର୍ଗ ଯେମିତି ସୁନ୍ଦର, ନର୍କ ବି ସେମିତି । ପ୍ରେମିକ ପୁରୁଷଟିଏ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ସେତିକିବି କେଉଁ ନିଷ୍ଠୁର ଆତତାୟୀ । କଳାକାର ତମେ, ମନର ସୁବିଶାଳ ଦିଗନ୍ତକୁ ଏମିତି ଲିପାପୋଛା ସୁନ୍ଦରକରି ସଜେଇ ରଖିଥାଅ ଯେ; ପାଠକଟିଏ ଠିକ୍ ଠିକ୍ ଠଉରେଇ ନପାରିଲେ ଶାଳଗ୍ରାମକୁ ଟୋଳାଏ ମାଟି ଭାବି ବସିବା ଅସମ୍ଭବ ନୁହେଁ! ତମର ବାହାଦୁରିତ ସେଇଠି । ଖୋଜୁଥାଉ ପାଠକ, ପଢ଼ୁଥାଉ ଗପ, ହଉଥାଉ ଧନ୍ଦି!

ସେଇ ଖୋଜିହେବା ଭିତରେ, ପଢ଼ିବା ଭିତରେ କି ଧନ୍ଦିହେବା ଭିତରେ ପାଠକ ପାଏ ସେ ପରିପକ୍ୱତାକୁ, ସେଇ ମୌଳିକତାକୁ, ସେଇ ଗନ୍ଧକୁ ଯେଉଁ ଗୁଡ଼ିକର ଛୁଆଁରେ ଅଶୋକ! ତମେ ଦେଖେଇ ପାରିଛି ତମର ଅସ୍ମିତା-ତମର ପରିଚିତି – ତମର ଗନ୍ଧ! ସେ ଗନ୍ଧ ଏତେ ତୀବ୍ର ଯେ ଆଜିବି କରୁଛି ପାଠକମାନଙ୍କୁ ସଙ୍କ୍ରମିତ!

ତମ ମୃତ୍ୟୁର ଠିକ୍ ପରବର୍ଷ ତମ ପରିବାର ଲୋକଙ୍କ ସହଯୋଗିତାରେ ସନ୍ଦୀପନୀ, ଭୁବନେଶ୍ୱର କର୍ତ୍ତୃକ ପ୍ରକାଶପାଏ ‘ଅଶୋକ ଏବଂ ଅଶୋକ’ (୧୯୮୫) । ସେଥିରେ ସଂଗୃହୀତ ହେଇଥିଲା ତମର ୪୯ ଟି ଗଳ୍ପ । ସେଥିର ସୂଚନା ଅନୁଯାୟୀ ସେ ପାଣ୍ଡୁଲିପିର ‘ଅନ୍ଧପଦାତିକ’ ଅଂଶଟି କୁଆଡ଼େ ତମରି ହାତରେ ହେଇଥିଲା ପ୍ରସ୍ତୁତ ଓ ‘ମାନଚିତ୍ର’ ଅଂଶଟି ଉଦ୍ୟୋକ୍ତାମାନଙ୍କ ଦ୍ୱାରା ସଂକଳିତ । ପରେ ପରେ ତମ ଗଳ୍ପର ଅନ୍ୟଦୁଇ ସଂଗ୍ରହ ପ୍ରକାଶ ପାଇଥିଲା, ପୁନଶ୍ଚ ଅଶୋକ (୨୦୦୦) ଆଉ ଅଶୋକ ଅସରନ୍ତି (୨୦୧୨) ।

ପୁଣିଥରେ ତମଗଳ୍ପର ସ୍ୱାଦ ପାଠକଙ୍କୁ ଚଖାଇବା ଲାଗି ଉଦ୍ୟମ କରିଚନ୍ତି ‘ବ୍ଲାକ୍ ଇଗଲ ବୁକ୍]ସ’ । ତମର ଏ ‘ଗଳ୍ପ ସମଗ୍ର’, ଭଲ ଲେଖକଙ୍କୁ ପାଠକମାନଙ୍କ ପାଖରେ ପହଞ୍ଚାଇବାର ‘ବ୍ଲାକ ଇଗଲ ବୁକ୍]ସ’ର ପତିଶ୍ରୁତିକୁ ପୁଣିଥରେ ସତ କରିଦିଏ!

Category:

Description

Review

…………………

ଅସ୍ତିତ୍ୱବାଦୀ ଚେତନାର ସେ ଥିଲେ ଜଣେ କୁଶଳୀ କଳାକାର । ଯେ ଜୀବନକୁ ବିଦ୍ରୂପର କଷଟୀରେ ଥୋଇ ‘କଞ୍ଚା’ ଭାଷାରେ ଗଢୁଥିଲେ ‘କଥା’ର କୌଳିକ କାରିଗରୀ ।

– ଡ. ବେଣୁଧର ପାଢ଼ୀ

ଓଡ଼ିଆ ସାହିତ୍ୟର ଇତିହାସ

…………………………….

Ashok brilliantly depicted the unconscious thoughts about sex, but the characters digress from their obsessions with sex, and proceed on their targetted goels of business like official promotion etc.

– Dr. Ramesh P Panigrahi,

Modern Odia Literature,2017.

About the Author

ମାତ୍ର ପନ୍ଦର ବର୍ଷର କଥା ରଚନା କରି ଅଭାବିତ ପାଠକୀୟ ସ୍ୱୀକୃତି ପାଇଥିବା ଗାଳ୍ପିକ ଅଶୋକ ଚନ୍ଦନ (ଜନ୍ମ ୧୯୫୨, ପାଟଣାଗଡ଼) ନିଜେ ଜଣେ ବିସ୍ମୟ । ଅଶୋକଙ୍କ ପ୍ରଥମ ଗଳ୍ପ ‘ସାଇଗନ’ ପ୍ରକାଶ ପାଇଥିଲା ୧୯୬୯ ମସିହାରେ । ତା’ପରଠୁ ୧୯୮୪ ମସିହା, ତାଙ୍କର ଅକାଳ ମୃତ୍ୟୁ ପର୍ଯ୍ୟନ୍ତ ଏ କଥାଯାତ୍ରା ଥିଲା ନିରଙ୍କୁଶ । ସାମାଜିକ ଜୀବନର ବିସଙ୍ଗତି, ମଣିଷର ଅସହାୟତା, ଯୌନ ଭାବନା ଭିତରେ ସେ ନିଜର ଗଳ୍ପ ସୃଷ୍ଟିକରି ଥାଆନ୍ତି । କଥା ସହିତ ସମାନ୍ତରାଳ ଭାବେ ସେ ରଚନା କରିଛନ୍ତି କବିତା । ତାଙ୍କ ଗଳ୍ପର ସଂକଳନ ‘ଅଶୋକ ଏବଂ ଅଶୋକ’ (୧୯୮୫) ଏବଂ କବିତା ସଂକଳନ ‘ଅନନ୍ତ ଆରମ୍ଭ’ (୧୯୮୬) ଏ ଲେଖକଙ୍କ ସର୍ଜନ ସ୍ୱାକ୍ଷର ନେଇ ମରଣୋତ୍ତର ପ୍ରକାଶନ ଭାବେ ପ୍ରକାଶିତ ହୁଏ । ଅଶୋକ ଚନ୍ଦନଙ୍କ କଥା ପ୍ରତିଭା ସହିତ ବର୍ତ୍ତମାନର ପାଠକଙ୍କୁ ଚିହ୍ନାଇ ଦେବାପାଇଁ ଏ ପୁସ୍ତକ ‘ବ୍ଲାକ୍ ଇଗଲ୍ ବୁକ୍ସ’ର ଏକ ସାମାନ୍ୟ ପ୍ରଚେଷ୍ଟା ଓ ତାଙ୍କ ପ୍ରତିଭା ପ୍ରତି ଏକ ନମ୍ର ଶ୍ରଦ୍ଧାଞ୍ଜଳି!

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 21 June 2021
  • Language ‏ : ‎ Oriya
  • Print length ‏ : ‎ 312 pages
  • ISBN-10 ‏ : ‎ 1645601897
  • ISBN-13 ‏ : ‎ 978-1645601890
  • Item Weight ‏ : ‎ 399 g
  • Dimensions ‏ : ‎ 13.97 x 1.78 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

Language

Odia

book-author

select-format

Paperback