Availability: In Stock

Ardhasatyara Chhai

250.00

ଏଇ ସାତବର୍ଷ ଭିତରେ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପ ଗୁଡ଼ିକ ମଧ୍ୟରୁ, ବାରଟି ଗଳ୍ପକୁ ନେଇ ମୋର ଏହି ଦ୍ୱିତୀୟ ଗଳ୍ପ ସଂକଳନ ‘ଅର୍ଦ୍ଧସତ୍ୟର ଛାଇ’।

ଦୃଶ୍ୟ ପଛରେ ଯାହା ଲୁଚିଥାଏ, ସ୍ୱପ୍ନ ଓ ସ୍ମୃତିରେ ଯାହା ଉଚ୍ଚାରିତ ହୁଏ- ସେଇ ହେଉଛି ‘ଅର୍ଦ୍ଧସତ୍ୟର ଛାଇ’।

ଯେମିତି ଏଥିରେ ଥିବା ‘କୋଇଲି’ ଗପଟି କେବଳ ଗପ ନୁହେଁ, ଏହା ମୋ ପିଲାଦିନର ଅଭୁଲା ସ୍ମୃତି। ଆମସ୍କୁଲ, ସ୍କୁଲ ଫେରନ୍ତା ବାଟ, ବାଟରେ ପଡ଼ୁଥିବା ପୁରୁଣା ଡାକବଙ୍ଗଳା ଏବଂ ବଡ଼ଘର ଫାଟକ ବାହାରେ ହାତପାତି ବସିଥିବା ଗରିବ ଝିଅ।

ଇତି ମଧ୍ୟରେ ଦୀର୍ଘ ପଞ୍ଚତିରିଶ ବର୍ଷରୁ ଅଧିକ ସମୟ ବିତିସାରିଛି। ଅନେକ କଥା ସ୍ମୃତି ସିଲଟରୁ ଲିଭି ଯାଇଥିବା ବେଳେ, କାହିଁକି କେଜାଣି ସେଇ ଦୃଶ୍ୟ ଗୁଡ଼ିକୁ ମୁଁ କେବେ ଭୁଲି ପାରିଲି ନାହିଁ।

– ଏ ସବୁର ଚିତ୍ର ‘କୋଇଲି’ ଗଳ୍ପରେ ଝଲସି ଉଠିଛି।

ଜଙ୍ଗଲ ରାସ୍ତାରେ ଝିଅଟିଏ ଆଞ୍ଜୁଳାରେ ଆଞ୍ଜୁଳେ ସ୍ୱପ୍ନର ଫୁଲ ଧରି ବିଦେଶୀବାବୁଙ୍କ ବାଟକୁ ଚାହିଁ ବସିଛି। କଥାଦେଇ ଭୁଲି ଯାଇଛନ୍ତି ବାବୁ। ଚାଲି ଯାଇଛନ୍ତି ବହୁତ ଦୂର, ଆଉ ତାକୁ ଦିନେ ଭୁଲି ଯାଇଛନ୍ତି। ଅପେକ୍ଷାରତ କଅଁଳ ହାତରୁ ଖସି ପଡ଼ିଛି ସ୍ୱପ୍ନରଫୁଲ। ବିଛାଡ଼ି ହୋଇ ପଡ଼ିଛି ରାସ୍ତା ସାରା।

ଫୁଲ ସାଉଁଟୁ ସାଉଁଟୁ ଝିଅଟି ଚତୁଃପାର୍ଶ୍ୱର କୋଳାହଳ ଭିତରେ ନିଜକୁ ହଜାଇ ଦେଇଛି ନା’ ନିଜେ ହଜିଯାଇଛି, ସେ କଥା କହିଛି ଗଳ୍ପ ‘ୠଣାନୁବନ୍ଧ’।

ଏମିତି କିଛି ଅନ୍ତରଙ୍ଗ ଅନୁଭବ ଆଉ କିଛି ଶୁଣାକଥା ବା କୌଣସି ଘଟଣାର ଖିଅ ଧରି ଗଢ଼ା ଯାଇଥିବା ଗଳ୍ପଗୁଚ୍ଛକୁ ନେଇ ଏଇ ‘ଅର୍ଦ୍ଧସତ୍ୟର ଛାଇ’।

Category:

Description

  • Publisher ‏ : ‎ Black Eagle Books
  • Publication date ‏ : ‎ 24 November 2025
  • Language ‏ : ‎ Oriya
  • Print length ‏ : ‎ 146 pages
  • ISBN-10 ‏ : ‎ 1645607690
  • ISBN-13 ‏ : ‎ 978-1645607694
  • Item Weight ‏ : ‎ 177 g
  • Dimensions ‏ : ‎ 13.97 x 0.86 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback