Availability: In Stock

Aparapara

Author: Ashok Singha

150.00

“ଅପରାପର” କବିତା ରୂପରେ ଏକ ଚେତନା, ଏକ ସ୍ବର, ଶିହରଣ । ଏ ତିନି ସ୍ତରର, ଚାରି ପାଖରେ ଆଖି ଆଗରେ ଘଟୁଥିବା ସ୍ଥୂଳ ବାସ୍ତବତା ତ କେତେବେଳେ ଆଖି କୁ ଦିଶୁ ନ ଥିବା ସୂକ୍ଷ୍ମ ଅବବୋଧ, ଯାହା ଖାଲି ଅନୁଭବ କରି ହୁଏ, କହି ହୁଏ ନାହିଁ । ଆଉ ଗୋଟିଏ ସ୍ତର ହେଲା ଅର୍ଦ୍ଧ ଜାଗ୍ରତ ଅର୍ଦ୍ଧ ସୁପ୍ତ ଅବସ୍ଥା । ଏ କବିତା ତିନି ସ୍ତରକୁ ଛୁଇଁବାକୁ ଚେଷ୍ଟା କରିଛି । ଏ କେତେବେଳେ ଲୌକିକତା ରେ ଛନ୍ଦା ତ କେତେବେଳେ ଅଲୌକିକତା ରେ ବନ୍ଧା । ପ୍ରତି କବିତା ଲେଖିଲା ବେଳେ ମୁଁ ଅନୁଭବ କରିଛି କିଛି ଅଲୌକିକ ଆଚ୍ଛନ୍ନତା ।

“ଅ” ଗୋଟିଏ ଶକ୍ତିଶାଳୀ ଅକ୍ଷର, ଓଁକାର ର ପ୍ରଥମ ଅକ୍ଷର । ଏ ଅକ୍ଷର କରିପାରେ ଅସମ୍ଭବ କୁ ସମ୍ଭବ ଓ ସମ୍ଭବ କୁ ଅସମ୍ଭବ । ଏ ବହିର ପ୍ରତ୍ୟେକ କବିତା “ଅ” କାର ରେ ଆରମ୍ଭ । ଆଶା ଏ ପାଠକଙ୍କୁ ଆଛନ୍ନ କରି ରଖିବ ।

Category:

Description

About the Author

କବି ଅଶୋକ ସିଂହ ଓଡିଆ ସାହିତ୍ୟ ରେ ଏକ ବଳିଷ୍ଠ ପ୍ରତିଭା । ନିଜର ସ୍ବତନ୍ତ୍ର ଶୈଳୀ ପାଇଁ ଆଦୃତ ଏ କବି ୩ ଦଶନ୍ଧି ଧରି ଓଡିଆ ଓ ଇଂରାଜୀ ଦୁଇ ଭାଷାରେ ଲେଖନୀ ଚଳାଇ ଆସିଛନ୍ତି। ତାଙ୍କ କବିତା ଗୁଡିକ ଯୁଗୋପଯୋଗୀ, ସରଳ, ବୋଧଗମ୍ୟ ଓ ଅଯଥା ଶବ୍ଦାଳଙ୍କାର ରହିତ । ଏ କବି ସାଧନା ମଗ୍ନ; ପ୍ରଚାର ସର୍ବସ୍ବ ନୁହନ୍ତି। ଏ ଯାବତ ତାଙ୍କ ଲେଖନୀ ନି ସୃତ ୧୦ ଟି କବିତା ପୁସ୍ତକ ଓଡିଆ ସାହିତ୍ୟ କୁ ସମୃଦ୍ଧ କରିଛି। ତୁମ ପାଇଁ, ନିଜପାଇଁ, ସେମାନଙ୍କ ପାଇଁ, ମୁହଁ ଆଡେଇଲେ ଅନ୍ଧାର, ରକ୍ତ ରାଗ, ନବ କଳେବର, ମା ପାଇଁ ଲୋରି, The Raging Tide and Quiet Shore, ଗୀତା ଦାସର ଗୀତ ଖାତା, ଦୃଶ୍ୟାନ୍ତର (bilingual ) ପାଠକୀୟ ସ୍ବୀକୃତି ଲାଭ କରିଛି । ଅପରାପର ତାଙ୍କର ଏକାଦଶ କବିତା ସଂକଳନ । ଅପରାପର ରେ ଭରି ରହିଛି ଦେହ ଦେହାତୀତ ର ଅନନ୍ୟ ଅନୁଭୂତି, ଚଳନ୍ତି ସମୟର ଆହ୍ବାନ । କବି ଅଶୋକଙ୍କର ପ୍ରେମ-ବିରହ ଦେହଜ ନୁହେଁ। ସେଥିରେ ସେ ଭରି ଦେଇଥାନ୍ତି ଅତୀନ୍ଦ୍ରିୟ ଅନୁଭୂତି ଓ ଜୀବନ ଦର୍ଶନ। ତାଙ୍କ କାବ୍ଯ ଚାତୁରୀ ଓ ସ୍ବର ରେ ହଜି ଯାଏ ପାଠକ, ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ର ଅବବୋଧ । ଏକ ସାହିତ୍ୟିକ ପରିବାରରେ କୋରେଇ ଗ୍ରାମ ରେ ଜନ୍ମ ଡ ଅଶୋକ ଏକ ପ୍ରତିଷ୍ଟିତ ଗବେଷଣା ସଂସ୍ଥା ର ମୁଖ୍ୟ ଓ ଦେଶ ବିଦେଶରେ ନିଜର ଗବେଷଣା ପାଇଁ ସୁପରିଚିତ। କବି ପତ୍ନୀ କୁମୁଦିନୀ ଓ ପୁତ୍ର ପ୍ରଭାତ ସହ କବି ଏବେ ଭୁବନେଶ୍ବର ର ବାସିନ୍ଦା ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 17 March 2021
  • Language ‏ : ‎ Oriya
  • Print length ‏ : ‎ 110 pages
  • ISBN-10 ‏ : ‎ 1645601765
  • ISBN-13 ‏ : ‎ 978-1645601760
  • Item Weight ‏ : ‎ 150 g
  • Dimensions ‏ : ‎ 13.97 x 0.66 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback