Availability: In Stock

Anya Ananya

180.00

କବିତା ତ କେତେ କଥା କହେ । କୁହାଯାଏ, କବିତା ଗୋଟିଏ ବିଶାଳ କାନଭାସ୍ । ଅଳ୍ପରେ ଅନେକ କଥା କହିପାରେ କବିତା । କବିତା କଥା ସତରେ ନିଆରା । ଜୀବନ ଓ ଜଗତକୁ ନେଇ ମୋର ଅନୁଭବକୁ କବିତାରେ କବିତାରେ କହିବାର ପ୍ରୟାସ କରିଛି । କବିତା ମତେ ମୁଗ୍ଧ କରେ, ମୋହିତ କରେ । କବିତା ମତେ ସ୍ୱପ୍ନାବିଷ୍ଟ କରେ । ସ୍ୱପ୍ନରୁ ସତ୍ୟ, ସତ୍ୟରୁ ସ୍ୱପ୍ନ ଏମିତି ଘୂରିବୁଲେ ମୋ’ର କବିତାମାନ । କେତେବେଳେ ଫୁଲ, କେତେବେଳେ ଫଗୁଣ, କେତେବେଳେ ସାଙ୍ଗସାଥୀ ତ କେତେବେଳେ ପାହାନ୍ତା ରାତି କେତେକଥା, କେତେବ୍ୟଥା – ଏସବୁକୁ ନେଇ କବିତା । କବିତାରେ କାହାକୁ ଥାଏ ଅପେକ୍ଷା ପୁଣି ତହିଁରେ ଥାଏ କାହାର ସ୍ୱପ୍ନାବିଳ ସତ୍ତା । କବିତାକୁ ଭଲପାଉଥିବା କବିଟିଏ ମୁଁ । ବିବିଧତା ମୋ କବିତାର ମୂଳ କଥା । କିଛି ପରିବର୍ତ୍ତନ, କିଛି ନୂତନତା, କିଛି ଅମଡ଼ାବାଟକୁ ଚଲାପଥ କରିବାର କଥାକୁ ନେଇ ମୋ କବିତା । \”ଚଢ଼େଇ’ରୁ ଆରମ୍ଭ ହୋଇ \”ସାଙ୍ଗ’ରେ ସାରିଥିବା ଏ କବିତା ସଂକଳନରେ ସମୟ, ରାସ୍ତା, ଜୀବନ, ଯନ୍ତ୍ରଣା, ପ୍ରେମ, ବିଶ୍ୱାସ ଆଦି ବିବିଧ ବିଷୟକୁ କବିତାରେ କହିବାର ପ୍ରୟାସ କରିଛି । ଏହି କଥା କହିବାବେଳେ ମନେପଡ଼ିଯାଇଛି – ଗାଁ ନଈତୁଠ କଥା, ଚିଠିର ବାସ୍ନା, ସ୍ୱପ୍ନର ମାଦକତା, ସଞ୍ଜବେଳ, ଅଦିନ ବର୍ଷା, ପିଲାଦିନ ଏମିତି କେତେକେତେ କଥା ମତେ ବିଭୋର କରିଛି । କର୍ମଜଞ୍ଜାଳରୁ ସମୟ ପାଇଲେ ମୁଁ କବି ହେଇଯାଏ । ଭୁଲିଯାଏ ଆଉ ସବୁ ଯେତେଅଛି ଜଞ୍ଜାଳ ଯନ୍ତ୍ରଣା । ମୁଁ, କଲମକୁ ସାଥୀକରି, ନିଜ ଡାଏରୀ ପୃଷ୍ଠାରେ କବିତାକୁ ନେଇ ମନକଥା ସବୁ ଲେଖିଦିଏ । ସେସବୁକୁ ସଜାଡ଼ି ଏକାଠି କରି ଆଜି ଏଇ କବିତା ସଂକଳନ । ଭାବ ଓ ଭାଷାକୁ ଭଲଭାବେ ମାପିଚୁପି ବ୍ୟବହାର କରିବାର ଚେଷ୍ଟା କରିଛି । ମୁକ୍ତ ବିହଙ୍ଗ ଭଳି ମୁକୁଳିଯାଏ । ଖୋଲା ଆକାଶ ତଳେ ଉଡ଼ି ଉଡ଼ି ଯାହା ଦେଖୁଛି ତା’ ଲେଖୁଛି । ଏସବୁ କବିତା ମୋ ଅନୁଭବର କଥା । ଆଶାକରେ ଏ କବିତାସମୂହ ମୋ ପ୍ରିୟ ପାଠକ ପାଠିକାଙ୍କ ହୃଦୟକୁ ସ୍ପର୍ଶ କରିବ ।

  • ଲକ୍ଷ୍ମଣ କୁମାର ସାହୁ
Category:

Description

About the Author

Dr. Lakshman Kumar Sahoo (born 1951) is a medical practitioner by profession. After completing MBBS from SCB Medical College, Cuttack and MD from MKCG Medical College, Brahmapur, Dr. Sahoo worked at MKCG Medical College and Hospital. Writing poetry is his passion.

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 7 November 2022
  • Language ‏ : ‎ Oriya
  • Print length ‏ : ‎ 154 pages
  • ISBN-10 ‏ : ‎ 164560330X
  • ISBN-13 ‏ : ‎ 978-1645603306
  • Item Weight ‏ : ‎ 204 g
  • Dimensions ‏ : ‎ 13.97 x 0.91 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback