Description
About the Author
ଗୋଲୋକବିହାରୀ ଧଳ (ଡିସେମ୍ବର ୧୫, ୧୯୨୧-ଜୁନ୍ ୨୪,୧୯୭୪) ଥିଲେ ଜଣେ ଉଚ୍ଚକୋଟୀର ପ୍ରାବନ୍ଧିକ, ଅନୁବାଦକ, ଭାଷାତତ୍ତ୍ୱବିତ୍], ଧ୍ୱନିତତ୍ତ୍ୱବିତ୍ ଏବଂ ଭ୍ରମଣବୃତ୍ତାନ୍ତ ଲେଖକ । ଢେଙ୍କାନାଳ ଜିଲ୍ଲାର ଗଞ୍ଜେଇଡିହ ଗ୍ରାମରେ ପିତା ଭୋଳେଶ୍ୱର ଧଳ ଓ ମାତା ଜାହ୍ନବୀ ଦେବୀଙ୍କ ଔରସରୁ ଜନ୍ମଲାଭ କରି ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ହାଇସ୍କୁଲରୁ ସ୍କୁଲ ଶିକ୍ଷା, ରେଭେନ୍ସା ମହାବିଦ୍ୟାଳୟରୁ ସଂସ୍କୃତ ଭାଷାରେ ସ୍ନାତକ (୧୯୪୩), ପାଟଣା ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତ୍ତର (୧୯୪୫) ଶିକ୍ଷା ସମାପ୍ତ କରି ପ୍ରଥମେ ପୁରୀ କଲେଜରେ ଓ ପରେ ସମ୍ବଲପୁର ଗଙ୍ଗାଧର ମେହେର କଲେଜରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ । ୧୯୪୯ରେ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଉଚ୍ଚତର ଶିକ୍ଷାପ୍ରାପ୍ତି କରି ଆମେରିକା ଓ ଫ୍ରାନ୍ସ ପ୍ରଭୃତି ଦେଶ ଗସ୍ତ କରିଥିଲେ । ୧୯୫୫ରେ ସେ ଆଗ୍ରା ବିଶ୍ୱବିଦ୍ୟାଳୟରେ ଭାଷା ବିଜ୍ଞାନରେ ଶିକ୍ଷାଦାନ କଲେ ଓ ୧୯୭୨ରେ ରେଭେନ୍ସା ମହାବିଦ୍ୟାଳୟରେ ଓଡ଼ିଆ ବିଭାଗରେ ପ୍ରଫେସର ଭାବରେ ଯୋଗଦେଲେ । ତାଙ୍କ ପ୍ରକାଶିତ ପୁସ୍ତକ ମଧ୍ୟରେ ଆମେରିକା ଅନୁଭୂତି (୧୯୫୨), ଲଣ୍ଡନ ଚିଠି (୧୯୫୩), ମଣିଷର ଭାଷା (୧୯୫୩), ଧ୍ୱନି ବିଜ୍ଞାନ (୧୯୫୮), ଓଡ଼ିଆ କେବେ (୧୯୬୩), ଇଂରାଜୀ ଉଚ୍ଚାରଣ ଶିକ୍ଷା (୧୯୬୩), ବିଚାର ଆଲୋଚନା ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଅନୁବାଦ ପୁସ୍ତକ ‘ଗୋଦାନ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ (୧୯୫୮) ।
Product details
- Publisher : Black Eagle Books
- Publication date : 28 October 2023
- Language : Oriya
- Print length : 136 pages
- ISBN-10 : 1645604683
- ISBN-13 : 978-1645604686
- Item Weight : 181 g
- Dimensions : 13.97 x 0.81 x 21.59 cm
- Country of Origin : India
- Importer : Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
- Packer : Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253
Indian Edition Also available on: