Availability: In Stock

Ama Chalani Ama Chamaka

320.00

ଉତ୍କଳୀୟ ସମାଜ ସମଗ୍ର ଭାରତବର୍ଷରେ ଅନେକ ସ୍ୱାତନ୍ତ୍ର]୍ୟ ବହନକରେ । ଏହି ମହୋଦଧି କୂଳର ରାଜ୍ୟଟି ପ୍ରକୃତିର ଅସୁମାରି ଉପାଦାନରେ ଶୋଭାପାଏ । ତାହାର ଘନ ସବୁଜିମା ଭରା ଅରଣ୍ୟାନୀ ଏବଂ ଜଳପ୍ରପାତ ଗୁଡିକର ଶବ୍ଦତରଙ୍ଗ ସହିତ ବିହଙ୍ଗମାନଙ୍କର ପ୍ରକୃଷ୍ଟ ଲକ୍ଷ୍ୟସ୍ଥଳ ଯେମିତି କାକୁଳିରେ ଶବ୍ଦାୟିତ, ଉତ୍କଳୀୟ ମନପ୍ରାଣରେ ପ୍ରକୃତି ରଚେ ସିହରଣ । ମନ ଟାଣେ ପ୍ରକୃତି ସହିତ ତାଳମିଳାଇ ଚାଲିବାକୁ । ସେହି ତାଳରେ ମନ୍ଥର ବେଗରେ ଉତ୍କଳୀୟ କନ୍ୟାର ରୂପଲାବଣ୍ୟ ସହିତ ଓଡ଼ିଶୀନାଚ, ସେହି ଦୃଶ୍ୟ ପଟରେ ଅଳସକନ୍ୟାର ମନଲୋଭା ଚାହାଣି ଆଉ ସେହି ଆନନ୍ଦମୟ ଦେବଦବୀମାନଙ୍କର ବରଦା ହସ୍ତ ମନକୁ ପୁଲକରେ ଭରିଦିଏ ।

ସରଳ ନିଷ୍କପଟ ଓଡ଼ିଆ ଚରିତ୍ର ସ୍ୱଭାବବନ୍ତ । ମାଟିର ବଳରେ ଆଉ ପାଣିର ଶକ୍ତିରେ ତାର ବେଉସା, ଜଙ୍ଗଲଜାତ ଉପକରଣରେ ତାର ସମୃଦ୍ଧି । ଇତିହାସ ପୃଷ୍ଠାରେ ଅଦୃଷ୍ଟ ହୋଇ ରହିଥିଲା ଓଡ଼ିଶା ମାଟିତଳର ରତ୍ନଗର୍ଭ । ଉତ୍କଳୀୟ ସରଳ ପରିଧାନର ଅନ୍ତରାଳରେ ଛପି ରହିଥିଲା ତାର ଆତ୍ମସମ୍ମାନ ଆଉ ସମର୍ପଣର ମନୋଭାବ । ଯୁଗ ଯୁଗଧରି ପୃଥକ୍ ସମୟରେ ସିଏ ରାଷ୍ଟ୍ରଦେବତାଙ୍କର ଆଶିଷରେ ମଥାଟେକି ଗତି କରିଛି । ସମଗ୍ର ବିଶ୍ୱରେ ଚକାନୟନ ଯୁଗଳର ଅନନ୍ତ ଆବିଳତା ପ୍ରସାର କରିଛି ।

ସେହି ଓଡ଼ିଆ ପରମ ସ୍ୱାଭିମାନୀ । ନିଜର ଆତ୍ମମର୍ଯ୍ୟାଦା ତିଳେମାତ୍ର କ୍ଷୁଣ୍ଣ ହେବାକୁ ସୁଯୋଗ ଦିଏନାହିଁ । ଦିନେ କୋଣ୍ଡାଭିଡୁ ଦୁର୍ଗ ପାଇକମାନଙ୍କ ହାତରୁ ଛଡାଇନେଇ ନିଜେ କୃଷ୍ଣଦେବରାୟ କହିଥିଲେ, ଓଡ଼ିଆ ଜାତି ଭୋକରେ ମରିପାରେ, ହାତ ପତାଏ ନାହିଁ । ଏହିପରି ଆଉ ଥରେ ଆବେଗପୂର୍ଣ୍ଣ ଘଟଣା ଘଟିଛି ନଅଙ୍କ ଦୁର୍ଭିକ୍ଷରେ । ଜୀବନ ଯାଇଛି ପଛେ ଦାନଛତ୍ରରୁ ଦାନାଟିଏ ନେବାକୁ ଆତ୍ମସମ୍ମାନ ନଷ୍ଟ ହୋଇଯିବାର ଦ୍ୱନ୍ଦ୍ୱ ନେଇ ମୃତ୍ୟୁବରଣ କରିଛି ପଛେ ହାତ ପତାଇ ନାହିଁ ।

ସେଇ ଓଡ଼ିଆ ଜାତିର ଚଳଣି ଏବଂ ଚମକ ଆଧାରିତ ‘ବିଜୟିନୀ’ ପତ୍ରିକାର ୨୦୧୪ ରୁ ୨୦୨୨ ପର୍ଯ୍ୟନ୍ତ କିଛି ପ୍ରବନ୍ଧ ଆଧାରରେ ଏହି ସଂକଳନଟି ରଚିତ ।

Category:

Description

About the Author

ଲେଖକ ଡାକ୍ତର ଇନ୍ଦ୍ରମଣି ଜେନା ଜଣେ ଲବ୍ଧପ୍ରତିଷ୍ଠ ଚିକିତ୍ସକ ଏବଂ ନିଜ ଅଭିଜ୍ଞତା ବଳରେ ଆଶାତୀତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କର ମାତୃଭାଷା ଏବଂ ଓଡ଼ିଆ ସଂସ୍କୃତି ପ୍ରତି ଅହେତୁକ ଆକର୍ଷଣ ରହିଛି, ତାହା ବଳରେ ନିଜର ବୃତ୍ତିଗତ ସ୍ୱାସ୍ଥ୍ୟଶିକ୍ଷାର ପ୍ରସାର ତାଙ୍କର ଏକ ପ୍ରବୃତ୍ତି ହୋଇଛି । ‘ଓଡ଼ିଶାରେ ସ୍ୱାସ୍ଥ୍ୟ’, ‘ରକ୍ତଚାପ’, ‘ମଧୁମେହ ଉପଚାର’, ‘ସାପକାମୁଡା ଚିକିତ୍ସା’ ପରି ଅନେକ ସାଧାରଣ ଲୋକମାନଙ୍କର ସ୍ୱାସ୍ଥ୍ୟଶିକ୍ଷା ପୁସ୍ତକ ରଚନା କରିଛନ୍ତି । ଗାଁଗଣ୍ଡାର ଜୀବନ ସହିତ ସାଧାରଣ ଓଡ଼ିଆ ଚଳଣି, ଭାଷା ଓ ସଂସ୍କୃତି ବିଷୟରେ ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ପାଖରୁ କାହାଣୀ ଶୁଣିବାରେ ବହୁତ ଆଗ୍ରହୀ । ଓଡ଼ିଶାରେ ଇତିହାସ ପୃଷ୍ଠାରେ ବୀରତ୍ୱର ପରାକାଷ୍ଠା ସୃଷ୍ଟି କରିଥିବା ବ୍ୟକ୍ତିତ୍ୱ ତାଙ୍କର ମୁଖ୍ୟ ଆକର୍ଷଣ । ସେ ବିଷୟରେ ସବିଶେଷ ତଥ୍ୟ ସଂଗ୍ରହକରି ରଚନା କରିଛନ୍ତି ମହାମେଘବାହନ ଖାରବେଳଙ୍କ କଳିଙ୍ଗ କାହାଣୀ ‘ନିଶାର୍ଦ୍ଧ ଶାଳଭଞ୍ଜିକା’ । ଏହାର ଇଂରାଜୀ ଅନ୍ତର୍ଜାତୀୟ ସଂସ୍କରଣ ‘ଶାଳଭଞ୍ଜିକା’, ‘ଦିଗ୍]ବିଜୟୀ ଗଜପତି’ ବ୍ଲାକ୍ ଈଗଲ୍ ବୁକ୍]ସ, ଡବ୍]ଲିନ୍ ଦ୍ୱାରା ପ୍ରକାଶିତ । ଓଡ଼ିଆ ସାମାଜିକ, ସାଂସ୍କୃତିକ ଏବଂ ଐତିହାସିକ ମୂଲ୍ୟବୋଧ ନେଇ ମଧ୍ୟ ସେ ଅନେକଗୁଡ଼ିଏ ଗଳ୍ପ ଏବଂ ପ୍ରବନ୍ଧ ରଚନା କରିଛନ୍ତି । ସେଗୁଡ଼ିକ ମଧ୍ୟରୁ ‘ଏଇ ମାଟିର କାହାଣୀ’, ‘ଫକ୍କଡ’ ପୁସ୍ତକଗୁଡ଼ିକ ଉଲ୍ଲେଖଯୋଗ୍ୟ । ୧୯୪୮ ମସିହାରେ ଜନ୍ମ ଡାକ୍ତର ଜେନା ଏବେ ବି ସମାଜ, ସଂସ୍କୃତି ଓ ଐତିହ୍ୟ ବିଷୟରେ ଅନୁସନ୍ଧାନରତ । ବାସ୍ତବିକ ଓ ଜୀବନଧର୍ମୀ ଗପଟିଏ ସମାଜକୁ ଉପହାର ଦେବାକୁ ସେ ସୁଯୋଗ ଖୋଜୁଥାନ୍ତି । ବିଗତ ଦଶବର୍ଷ ମଧ୍ୟରେ ତାଙ୍କ ଉଦ୍ୟମରେ ସଂକଳିତ ‘ବିଜୟିନୀ’ ବାର୍ଷିକ ପତ୍ରିକାଟି ଏହାର ଉଦାହରଣ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 November 2023
  • Language ‏ : ‎ Oriya
  • Print length ‏ : ‎ 252 pages
  • ISBN-10 ‏ : ‎ 1645604799
  • ISBN-13 ‏ : ‎ 978-1645604792
  • Item Weight ‏ : ‎ 322 g
  • Dimensions ‏ : ‎ 13.97 x 1.45 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Peacock Books, DE-155, TAGORE GARDEN, NEW DELHI, India 110027

Indian Edition Also available on:

Additional information

book-author

Language

Odia