Availability: In Stock

Akshiru Akhiku Jaha Dishe

235.00

ଏ ଗ୍ରନ୍ଥର ଶୀର୍ଷକ ‘ଆଖିରୁ ଆଖିକୁ ଯାହା ଦିଶେ’। ଏଭଳି ନାମକରଣର ହେତୁ ହେଉଛି ଏକ ଦୃଷ୍ଟିଭଙ୍ଗୀ ବା ସ୍ୱକୀୟ ମନନଶୀଳତାର କଥା। ମୋ ଆଖିକୁ ଗୋଟିଏ ପାଠ୍ୟ ଯାହା ଦିଶେ ହୁଏତ ଅନ୍ୟଜଣଙ୍କ ଆଖିକୁ ତାହା ଅଲଗା ଦିଶିପାରେ। ସେଇ ଦିଶୁଥିବା କଥାକୁ ନେଇ ଯେତେ ସବୁ ବିମର୍ଶ ଓ ତର୍ଜମା। ଖାଲି ବିମର୍ଶ କଲେ ତ ହେବନାହିଁ ତାକୁ ବ୍ୟାଖ୍ୟାନ କରିବା ଜରୁରୀ। ବ୍ୟାଖ୍ୟାନ ସହ ତାତ୍ପର୍ଯ୍ୟ ନିର୍ଣ୍ଣୟ ବି ଜରୁରୀ। ଏହି ନିର୍ଣ୍ଣୟକୁ ବିତରଣ କରିବାକୁ ହେବ ସମସ୍ତଙ୍କ ଉପଯୋଗ ପାଇଁ। ତେଣୁ ଏ ଗ୍ରନ୍ଥ ଗୋଟିଏ ନିର୍ଦ୍ଦିଷ୍ଟ ସାହିତ୍ୟ ପ୍ରଭାଗର ଚର୍ଚ୍ଚା ଗ୍ରନ୍ଥ ନୁହେଁ। ଏଥିରେ ରହିଛି ବିବିଧ ସାହିତ୍ୟ ପ୍ରଭାଗର ଜ୍ଞାତବ୍ୟ ତଥ୍ୟପୂର୍ଣ୍ଣ ଆଲୋଚନା। ସ୍ନାତକୋତ୍ତର ଶ୍ରେଣୀରେ ପଢିବାଠାରୁ ଅଦ୍ୟାବଧି ଲିଖିତ ସକଳ ଲେଖାକୁ ସଂକଳିତ କରିବାକୁ ହଠାତ ଇଚ୍ଛା ହେଲା। ସଂକଳିତ କରିବା କଣ ଏକ ଆବଶ୍ୟକତା ? ଆବଶ୍ୟକତା ନିଶ୍ଚୟ। ଏହି ଆବଶ୍ୟକତାବୋଧରୁ ଏ ଗ୍ରନ୍ଥର ଜନ୍ମ। ଏହାକୁ ଆବଶ୍ୟକତାର ଅଭିବ୍ୟକ୍ତି କୁହାଯାଇପାରେ।

ଏହି ଗ୍ରନ୍ଥ ସହିତ ସୂତ୍ରାୟିତ ବିଷୟ ଗୁଡ଼ିକ ନିର୍ଦ୍ଦିଷ୍ଟ ସାହିତ୍ୟିକ ପ୍ରଭାଗର ନୁହେଁ। ଏଥିରେ ରହିଛି ବିବିଧ ପ୍ରସଙ୍ଗ। ଲଳିତ ଚିନ୍ତନ ମୂଳକ ପ୍ରବନ୍ଧ ସହ ଉପନ୍ୟାସ, ଗଳ୍ପ, କବିତା, ନାଟକ, ପତ୍ରପତ୍ରିକା ଓ ଭାଷାତତ୍ତ୍ୱ ସଂପର୍କିତ ବହୁବିଧ ଚର୍ଚ୍ଚାକୁ ନେଇ ଏହାର କଳେବର। ସବୁକିଛି ବ୍ୟବସ୍ଥିତ କି ସୁନିୟନ୍ତ୍ରିତ ନୁହେଁ। ବିଭିନ୍ନ ସମୟରେ ଲେଖାଯାଇଥିବା ଆର୍ଟିକିଲର ଏହା ସମାହାର। ଲେଖା ଗୁଡିକର ସମୟକାଳରେ ଦଶନ୍ଧି ଦଶନ୍ଧିର ବ୍ୟବଧାନ। କାମ ଆରମ୍ଭ ଓ ଶେଷ ମଧ୍ୟରେ ଦୀର୍ଘକାଳ। ଏହି ବ୍ୟବଧାନ ଦୃଷ୍ଟିରୁ ଲେଖା ଗୁଡ଼ିକରେ ପରିପକ୍ୱତା ଓ ବିନ୍ୟାସରେ ଅନେକ ପ୍ରଭେଦ।

Categories: ,

Description

About the Author

ଡକ୍ଟର ଦେବପ୍ରିୟ ପ୍ରିୟଦର୍ଶୀ ଚକ୍ର ଓଡ଼ିଆ ସାହିତ୍ୟ ଜଗତରେ ଏକ ପ୍ରତିଶ୍ରୁତିବଦ୍ଧ ଶକ୍ତିଶାଳୀ ସ୍ୱର। ସେ ଗଳ୍ପ, କବିତା, ଫିଚର, ସମାଲୋଚନା ଓ ପ୍ରବନ୍ଧ ରଚନାରେ ନିଜର ବଳିଷ୍ଠ ଉପସ୍ଥିତି ରଖନ୍ତି। ‘ଡମ୍ବରୁ ଓ ଅନ୍ୟାନ୍ୟ ଗଳ୍ପ’, ‘ଈଶ୍ୱର! ମାଫକର’, ‘ତାପମାତ୍ରା’ (ଗଳ୍ପ ସଂକଳନ), ‘ଶବ୍ଦର ସୀମାରେଖା’ (ଲଳିତ ପ୍ରବନ୍ଧ ସଂକଳନ) ଓ ସାତବାର କଥା, ବାରମାସ କଥା (ଶିଶୁ ସାହିତ୍ୟ) ତାଙ୍କର ଅଦ୍ୟାବଧି ପ୍ରକାଶିତ ପୁସ୍ତକ। ନିଜର ସୃଜନ କୃତିତ୍ୱ ପାଇଁ ସେ ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ରାଜ୍ୟ ସରକାରଙ୍କ ପ୍ରଦତ୍ତ ରାଜ୍ୟ ଯୁବ ପୁରସ୍କାର, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ଜୁନିଅର ଫେଲୋସିପ, ମନ୍ଥନ ଯୁବ ପୁରସ୍କାର, କଳିଙ୍ଗ ପୁସ୍ତକମେଳା ପୁରସ୍କାର, ତପସ୍ୱିନୀ ପୁରସ୍କାର, ଉମାକାନ୍ତ ସ୍ମୃତି ସମ୍ମାନ, ଶ୍ରୀକାନ୍ତ ଦାଶ ସ୍ମୃତି ସମ୍ମାନ, କଳିଙ୍ଗ ଲିଟରାରୀ ଫେଷ୍ଟିଭାଲ ଯୁବ ପୁରସ୍କାର, ସିନ୍ଧୁଜା ସମ୍ମାନ ଆଦି ପୁରସ୍କାରରେ ସମ୍ମାନିତ। ଜଣେ ରୁଚିଶୀଳ ସମାଲୋଚକ ଭାବେ ତାଙ୍କର ସିଦ୍ଧି ଓ ସ୍ୱାକ୍ଷର ‘ଆଖିରୁ ଆଖିକୁ ଯାହା ଦିଶେ’ ଗ୍ରନ୍ଥରେ ପ୍ରତିଫଳିତ। ସଂପ୍ରତି ସେ ବାରିପଦା, ମୟୂରଭଞ୍ଜସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଅଧ୍ୟାପନାରେ ନିୟୋଜିତ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 27 August 2025
  • Language ‏ : ‎ Oriya
  • Print length ‏ : ‎ 166 pages
  • ISBN-10 ‏ : ‎ 1645607291
  • ISBN-13 ‏ : ‎ 978-1645607298
  • Item Weight ‏ : ‎ 200 g
  • Dimensions ‏ : ‎ 13.97 x 0.97 x 21.59 cm
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback