Availability: In Stock

Agantunkanka Desha America

320.00

ସମ୍ପ୍ରତି ବିଶ୍ୱଭ୍ରମଣ ସହଜସାଧ୍ୟ ହେବା ପରିପ୍ରେକ୍ଷୀରେ ବହୁତ ଭ୍ରମଣ କାହାଣୀ ଲେଖାଯାଉଛି, କିନ୍ତୁ ଅଧିକାଂଶ ଭ୍ରମଣକାରୀଙ୍କ ଅନୁଭୂତିର ବ୍ୟାପକତା ତଥା ପରିବେଷଣର ମୌଳିକତା ବିନା କାହାଣୀଗୁଡ଼ିକ ସମ୍ପୂର୍ଣ୍ଣ ଶୁଷ୍କ ଓ ନିରସ ମନେ ହୁଅନ୍ତି । କିନ୍ତୁ ଦେବୀ ନନ୍ଦ ଜଣେ ସୃଜନଶୀଳ ସ୍ରଷ୍ଟ୍ରା, ‘ଏକବର୍ଣ୍ଣୀ’ ଭଳି ଏକ ଉପନ୍ୟାସ ଏବଂ ଅନେକ କବିତା ତଥା ପ୍ରବନ୍ଧମାନ ରଚନା କରି ପାଠକମାନଙ୍କୁ ମୁଗ୍ଧ କରିପାରିଛନ୍ତି ସେ । ଏଣୁ ନିଜସ୍ୱ ଭ୍ରମଣ ବୃତାନ୍ତ ବର୍ଣ୍ଣନା କଲାବେଳେ ତାଙ୍କ ଭିତରେ ଅନନ୍ୟ ସ୍ରଷ୍ଟାଟି ଯେଉଁଭଳି ଭାବେ ସୃଜନର ମଞ୍ଚ ଆରୋହଣ କରି ଲେଖକ-ପାଠକ-ଶ୍ରୋତାମାନଙ୍କୁ ଏକତ୍ରିତ କରି ସୃଜନର ଚମକରେ ଚମତ୍କୃତ କରିପାରିଛନ୍ତି ତାହା ଅନୁଧ୍ୟାନ କରିବା କଥା । ଏହା ବ୍ୟତୀତ ଭାଷାର ଏକ ସୁଦକ୍ଷ ବିନ୍ଧାଣୀ ହେଉଛନ୍ତି ଦେବୀ ନନ୍ଦ, କାବ୍ୟିକ ଭାଷାର ବ୍ୟବହାର କରି ଭ୍ରମଣ କାହାଣୀକୁ ଅତ୍ୟନ୍ତ ସରଳ ଓ ସାବଲୀଳ କରିଛନ୍ତି ଦେବୀ । କେତେକ ସ୍ଥଳରେ, ବିଶେଷକରି ଆମେରିକୀୟ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ବର୍ଣ୍ଣନା କଲାବେଳେ ସେ ଯେଉଁଭଳି ଆତ୍ମହରା ହୋଇପଡ଼ନ୍ତି ତାହା ଲକ୍ଷ୍ୟ କରିବା କଥା ।

ମାତ୍ର ଦେଢ଼ଟି ମାସର ଭ୍ରମଣର ପରିଧି ଭିତରେ ଭ୍ରମଣକୁ ଯେତେ ବ୍ୟାପକ କରିବା କଥା ତାକୁ କରିଛନ୍ତି ଦେବୀ ନନ୍ଦ । ନିଜକୁ ସେ ପରିଧିର କେନ୍ଦ୍ରବିନ୍ଦୁରେ ସ୍ଥାପନ କରି ପୁଅ, ପତ୍ନୀ, କନ୍ୟା ଓ ଭାଣେଜୀଙ୍କ ଭଳି ରକ୍ତ ସମ୍ପର୍କୀୟମାନଙ୍କୁ ପରିଧିର ଭିନ୍ନ ଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଘଟଣା ସହ ସମ୍ପର୍କିତ କରିଛନ୍ତି । ଆମେରିକାର ପ୍ରମୁଖ ସ୍ଥାନ ଯଥା ଶିକାଗୋଠାରୁ ଆରମ୍ଭ କରି ଲାସ୍ ଭାଗାସ, ନ୍ୟୁୟର୍କ, ନ୍ୟାସଭିଲ, କାଲିଫର୍ଣ୍ଣିଆ ଓ ମ୍ୟାନହାଟେନ ବ୍ୟତୀତ ବଫେଲୋ ବିଶ୍ୱବିଦ୍ୟାଳୟ, ଟାଇମ ସ୍କୋୟାର, ନାଇଗ୍ରା ଫଲ, ଗ୍ରାଣ୍ଡ କାନ୍ୟାନ ତଥା ଷ୍ଟାଚ୍ୟୁ ଅଫ ଲିବର୍ଟି ଭଳି ବହୁ ଦର୍ଶନୀୟ ସ୍ଥାନ ପରିଦର୍ଶନର ବିସ୍ତୃତ ବିବରଣୀ ଦେଇଛନ୍ତି । ଏହା ବ୍ୟତୀତ ଆମେରିକାର ଇତିହାସ, ଅର୍ଥନୀତି ଓ ରାଜନୀତି ସହିତ ଏହାର ଲୋକମାନଙ୍କ ରୁଚି ଓ ଅଧ୍ୟବ୍ୟବସାୟ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ମଧ୍ୟ ଦେଇଛନ୍ତି ।

Category:

Description

About the Author

ଦେବୀ ପ୍ରସନ୍ନ ନନ୍ଦ (୧୯୫୭)ଙ୍କ ଜନ୍ମ ପୁରୀ ସହରରେ । ହସ୍ତଶିଳ୍ପ ତାଙ୍କର ବୃତ୍ତି ଏବଂ କଳା, ସାହିତ୍ୟ, ଐତିହ୍ୟ, ସଂସ୍କୃତି ତାଙ୍କର ପ୍ରବୃତ୍ତି । ଓଡ଼ିଶାର ପାରମ୍ପରିକ ଚାନ୍ଦୁଆ ଶିଳ୍ପର ଉତ୍ପତ୍ତି ତଥା ବିବର୍ତ୍ତନ ବିଷୟଭିତ୍ତିକ ଏକ ପୁସ୍ତକ ‘ତୁରୁପା ଚିକ୍କଣ ଚାତୁରୀ’ (୨୦୧୦)ରେ ପ୍ରକାଶ ପାଇଛି । ‘ଶ୍ରୀମନ୍ଦିର ଶିଳ୍ପସେବା’ (୨୦୧୭) ଶୀର୍ଷକ ଅନ୍ୟ ଏକ ପୁସ୍ତକ ତଥା ପୁରୀ ସଂସ୍କୃତିକୁ ଭିତ୍ତି କରି ଏକ ଉପନ୍ୟାସ ‘ଏକବର୍ତ୍ତୀ’ (୨୦୨୧) ପ୍ରକାଶିତ । ଭାରତ ସରକାରଙ୍କ ସଂସ୍କୃତି ବିଭାଗ ଅଧୀନସ୍ତ ସି.ସି.ଆର୍].ଟି. କର୍ତ୍ତୃପକ୍ଷଙ୍କଠାରୁ ସିନିୟର ଫେଲୋସିଫ ପାଇ ‘ପ୍ରାଚୀନ ତାଳପତ୍ର ଚିତ୍ରପୋଥିର ଲିପି ଓ ଚିତ୍ରଣ କ୍ଷେତ୍ରର ବିକାଶ ତଥା ବିବର୍ତ୍ତନ’ ବିଷୟରେ ୨୦୧୭-୧୮ରେ ଏକ ଗବେଷଣାତ୍ମକ ସନ୍ଦର୍ଭ ଲେଖି ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ତାଙ୍କ ଦ୍ୱାରା ଲିଖିତ କଳା-ସ୍ଥାପତ୍ୟ ବିଷୟକ ଅନେକ ପ୍ରବନ୍ଧ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ । ଅଧୁନା ‘ଶାସ୍ତ୍ରୀୟ ଓଡ଼ିଆ ଭାଷା ଉତ୍କର୍ଷ କେନ୍ଦ୍ର, ଭୁବନେଶ୍ୱର’ ଆନୁକୂଲ୍ୟରେ ଓଡ଼ିଶାର ଶିଳ୍ପ-ସ୍ଥାପତ୍ୟ ସମ୍ବନ୍ଧୀୟ ଶବ୍ଦାବଳୀ ପ୍ରସ୍ତୁତିରେ କାର୍ଯ୍ୟରତ । ପୁରୀ ସଂସ୍କୃତିର ପ୍ରଚ୍ଛଦରେ ତାଙ୍କ କଲମ ନିଃସୃତ କେତେଗୋଟି ଗଳ୍ପର ଏକ ସଂକଳନ ପ୍ରକାଶନ ଅପେକ୍ଷାରେ ।

Product details

  • Publisher ‏ : ‎ Black Eagle Books
  • Publication date ‏ : ‎ 14 November 2023
  • Language ‏ : ‎ Oriya
  • Print length ‏ : ‎ 246 pages
  • ISBN-10 ‏ : ‎ 164560473X
  • ISBN-13 ‏ : ‎ 978-1645604730
  • Item Weight ‏ : ‎ 318 g
  • Dimensions ‏ : ‎ 13.97 x 1.42 x 21.59 cm
  • Country of Origin ‏ : ‎ India
  • Importer ‏ : ‎ Atlantic Publishers and Distributors (P) Ltd., 7/22, Ansari Road, Darya Ganj, New Delhi – 110002 INDIA, Email – customercare@atlanticbooks.com, Ph – 011-47320500
  • Packer ‏ : ‎ Bookswagon, 2/13 Ansari Road, Daryaganj, New Delhi 110002, Sales@bookswagon.com , 01140159253

Indian Edition Also available on:

Additional information

book-author

Language

Odia

select-format

Paperback